BREAKING
Loading...
:

38 ଜଣ ଟ୍ରେନିଙ୍ଗ IAS ଙ୍କ ତାରାତାରିଣୀ, ଯଉଗଡ଼, ଓ କାଳେଶ୍ଵର ପରିଭ୍ରମଣ


ପୁରୁଷୋତ୍ତମପୁର(ନିଳଚକ୍ରLive)ଭାରତୀୟ 2ୟ ପ୍ରଶାସନିକ ସେବା ଏବଂ ରୟାଲ ଭୁଟାନ୍ ସିଭିଲ ସର୍ଭିସ୍ ର ୨୦୨୧ ବ୍ୟାଚ୍ ଅଧିକାରୀ ଗଣ ଗତକାଲି ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପହଞ୍ଚିଛନ୍ତି । ଜିଲ୍ଲାରେ ପହଞ୍ଚିବା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଞ୍ଜାମ ଜିଲ୍ଲାକୁ ଆସିଥିବା ସମସ୍ତ ୩୮ ଜଣ IAS ଙ୍କୁ ସ୍ବାଗତ ଜଣାଇଥିଲେ।ମସୁରୀ ଠାରେ ଥିବା ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ରୁ ଏହି ୩୮ ଜଣ ଅଧିକାରୀ ଏକାଡେମୀର ଯୁଗ୍ମ ନିର୍ଦ୍ଦେଶିକା ରାଧିକା ରସ୍ତୋଗୀଙ୍କ ନେତୃତ୍ବରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଛନ୍ତି । ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ଦ୍ବାରା ପରିଚାଳିତ ଭାରତ ଦର୍ଶନ କାର୍ଯ୍ୟକ୍ରମର ଏହା ଅଂଶ ବିଶେଷ ଭାବରେ ଏକ ଅଧ୍ୟୟନ ଯାତ୍ରା ପାଇଁ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି।  ଗତକାଲି ଡିଆରଡିଏ ସମ୍ମିଳନୀ କକ୍ଷରେ ବୈଠକ ପରେ ବ୍ରହ୍ମପୁର ସ୍ପୋର୍ଟସ ଏରେନା ଓ ରାମଲିଙ୍ଗମ ପାର୍କ ବୁଲିଥିଲେ।

ଆଜି ସକାଳୁ ସମସ୍ତ ଅଧିକାରୀ ମାନେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀ ମନ୍ଦିରରେ ପହଞ୍ଚିଥିଲେ । ମନ୍ଦିରରେ ପ୍ରଥମେ ମାଁଙ୍କୁ ଦର୍ଶନ କରିଥିଲେ ସମସ୍ତ ଅଧିକାରୀ । ଏହାପରେ ନିକଟରେ ହୋଇଥିବା ମନ୍ଦିରର ଉନ୍ନତି କରଣ କାର୍ଯ୍ୟ ଉପଜିଲ୍ଲାପାଳ  ନୀଳ ମାଧବ ଭୋଇ ଙ୍କ ସହ ବୁଲି ଦେଖିଥିଲେ । ମନ୍ଦିରର ଏଭଳି ଉନ୍ନୟନ କାର୍ଯ୍ୟ ଦେଖି ଭୂୟସୀ ପ୍ରଶଂସା କରିଥିଲେ । ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ମନ୍ଦିର ରୂପାନ୍ତି କରଣ ସହ ବାହାର ରାଜ୍ୟ ଓ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଙ୍କ ନିମନ୍ତେ ମନ୍ଦିର ଗୁଡିକର ଭିତ୍ତି ଭୂମିର ବିକାଶ କାର୍ଯ୍ୟ ସହ ସୁକ୍ଷ୍ମ କାରୁକାର୍ଯ୍ୟ, ସୁଉଚ୍ଚ ମନ୍ଦିର ଦେଖି ସେମାନେ ଆତ୍ମ ବିଭୋର ହୋଇ ବହୁତ ଖୁସି ହୋଇ ଯାଇ ଥିଲେ ।

ଏହାସହ  ମନ୍ଦିର ଉପରର ହିଲଟପ, ନଦୀ, କାନନ, ଦୂର ଦିଗବଳୟ ର ସୌନ୍ଦର୍ଯ୍ୟ ବହୁତ ଭଲ ଲାଗିଥିଲା  ଯୁବ ଆଇଏସ ଅଧିକାରୀ ମାନଙ୍କୁ |ଏହାପରେ ଅଧିକାରୀ ମାନେ ଅଶୋକ ଙ୍କ 11ଗୋଟି ଅନୁଶାସନ ବହନ କରୁଥିବା ଜଉଗଡ କୁ ଯାଇ ଶିଳା ଲିପି ଗୁଡ଼ିକ ଯେଉଁ ପାର୍ଲି ଭାଷାରେ ଲେଖା ଯାଇଛି ତାକୁ ଦେଖି ବହୁତ ଖୁସି ହୋଇ ଥିଲେ , ଓ ପରେ ରାମଚନ୍ଦ୍ର ଙ୍କ ଦ୍ୱାରା ପୂଜିତ ଶୈବ ପୀଠ କାଳେଶ୍ଵର ମନ୍ଦିର ବିରାଟ ମନୋରମ ପାର୍କ କାଳେଶ୍ବର ପାର୍କ ବୁଲିଥିଲେ ।

ତା ସହିତ 2କୋଟି 33ଲକ୍ଷ ଟଙ୍କା ବ୍ୟୟ ରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏହି କାର୍ଯ୍ୟ କୁ ଦେଖି ବହୁତ ଖୁସି ଅନୁଭବ କରିଥିଲେ। ଏହି ଟିମ ରେ ଓଡ଼ିଶାର ଆଇଏସ ଟପର ଶୁଭମ କୁମାର(IAS) ,


ଲିସା ମେଡମ( IAS ) କେରଳ କେଡର ର ରୀନା ପ୍ରଧାନ, (IAS )ଓଡିଶା ବେଚ ଟିନା(IAS) ଓଡିଶା କେଡ଼ର IAS ଅଫିସର, ଯୋଗେନ୍ଦ୍ର ମହାପାତ୍ର , କର୍ଣ୍ଣାଟକ ବେଚ ଓଡ଼ିଆ IAS, ଅଧିକାରୀଙ୍କ ସହ ଅନ୍ୟାନ୍ୟ ରାଜ୍ୟର  ଆଇଏସ ଟ୍ରେନିଙ୍ଗ ଯୁବକ ମାନଙ୍କ ସହ

ଛତ୍ରପୁର ଉପଜିଲ୍ଲପାଳ ନୀଳମାଧବ ଭୋଇ, ବିଡ଼ିଓ ବିଜୟ କୁମାର ବେହେରା, ତହସିଲଦାର ନୀତିଶ ତ୍ରିପାଠୀ, ବିଭାଗୀୟ ଯେଇ, ପୁରୁଷୋତ୍ତମପୁର ପୋଲିସ ଷ୍ଟାଫ, ତାରାତାରିଣୀ ମନ୍ଦିର ର ସେବାୟତ ସଭାପତି ତପନ ରଣା,

ମୁଖ୍ୟ ସେବାୟତ ବାପୁଜୀ ରଣା ଦୁର୍ଗା ପ୍ରସାଦ ରଣା ଜଗନ୍ନାଥ ରଣା କୃଷ୍ଣ ରଣା, ଧ୍ରୁବ ଚରଣ ରଣାଙ୍କ ସହ ଅନ୍ୟାନ୍ୟ ସେବାୟତ, ଉପସ୍ଥିତ ଥିଲେ। 

ସମିତି ସଭ୍ୟ ସିମାଞ୍ଚଳ ଗୌଡ଼ ଙ୍କ ସହ ସ୍ୱୟଂଶାହୟିକା ଗୋଷ୍ଠି ର ସଦସ୍ୟା ମାନେ କାଳେଶ୍ଵର ମନ୍ଦିର ପରିଚାଳନା କମିଟି  ଅନିଲ କୁମାର ଦାଶ, ଗୋପାଳ ବାରିକ, ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

ରିପୋର୍ଟ///ପ୍ରସନ୍ନ କୁମାର ଦାସ

Post a Comment

Previous Post Next Post
Header ADS