BREAKING
Loading...
:

ନୀଳଚକ୍ରLive- ୩୧-୦୫-୨୦୨୨/(ମଙ୍ଗଳବାର)

 


୧-ଗାନ୍ଧୀନଗରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଶାଳ ରୋଡ୍ ସୋ’: ଆଇପିଏଲ ବିଜୟ ଉତ୍ସବ ମନାଇଲା ଗୁଜରାଟ୍ ଟାଇଟନ୍ସ ।


୨-ଆଜି ବ୍ରଜରାଜନଗର ଉପନିର୍ବାଚନ ଲାଗି ଭୋଟ୍‌ ଗ୍ରହଣ। ଆଜି ସକାଳ ୭ ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ କରାଯିବ।  


୩-ଇଫକୋ ଦ୍ବାରା ପ୍ରସ୍ତୁତ ବିଶ୍ଵର ପ୍ରଥମ ନାନୋ ୟୁରିଆ ପ୍ଲାଣ୍ଟର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ।


୪-ବାରବାଟୀ ଟି-୨୦: ଜୁନ ୧ରୁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ, ଜଣେ ବୁକିଂ କରି ପାରିବେ ଦୁଇଟି ଟିକେଟ୍ ।ପେଟିଏମ୍ ଇନସାଇଡ୍ ଆପ୍, ପେଟିଏମ ଆପ୍‌ ଜରିଆରେ ଦର୍ଶକ ଟିକେଟ୍ ବୁକିଂ କରି ପାରିବେ। www.insider.in ଓ୍ଵେବସାଇଟ୍‌ରେ ଟିକେଟ୍ ଉପଲବ୍ଧ ରହିବ। ଜୁନ ୧ ପୂର୍ବାହ୍ନ ୧୧ଟାରୁ ୫ ହଜାର ଟିକେଟ୍ ବିକ୍ରି କରାଯିବ। 


୫-ଜୁଲାଇ ୪ରେ ଜ୍ଞାନବାପି ମାମଲାର ପରବର୍ତ୍ତୀ ଶୁଣାଣି। 


୬-ଆସନ୍ତା ଜୁନ୍ ମାସ ୧ ତାରିଖରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । 


୭-ବଲିଉଡ୍‌ରେ ପ୍ରଥମ: ଲାଇଭ୍‌ ଆଇପିଏଲ୍‌ ମ୍ୟାଚରେ ମୁକ୍ତିଲାଭ କଲା ଟ୍ରେଲର୍‌ ।


୮-ଚାଷୀ ନେତା ରାକେଶ ଟିକାୟତଙ୍କୁ କାଳି ମାଡ଼, ୩ ଜଣଙ୍କୁ ଅଟକ ରଖିଲା ପୋଲିସ ।


୯-କେଦାରନାଥ ଧାମ ପାଦଚଲା ଯାତ୍ରା ମାର୍ଗରେ ମୋବାଇଲ ସଂଯୋଗ ଯୋଗାଇଲା ଜିଓ ।


୧୦-ପଶ୍ଚିମବଙ୍ଗରେ ୧୫ ଦିନ ମଧ୍ୟରେ ଚତୁର୍ଥ ମଡେଲଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ୧୮ ବର୍ଷିୟା ମଡେଲ ସରସ୍ୱତୀଙ୍କ ମୃତ ଶରୀର ।


୧୧-ସମ୍ ହସ୍ପିଟାଲ୍‌ର ପୁଣି ଏକ ସଫଳତା, ଯୁବତୀଙ୍କ ଛାତିର ୩ କେଜିର ଟ୍ୟୁମର ବାହାର କଲେ ଡାକ୍ତର ।


୧୨-ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


୧୩-ଆଫଗାନିସ୍ତାନରୁ ଭାରତକୁ ନିଶାଦ୍ରବ୍ୟ ଚୋରାଚାଲାଣ ପାଇଁ ଆମେରିକା ଦାୟୀ : ତାଲିବାନ ।

୧୪-୨୦୨୧ ସିଭିଲ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ; ସର୍ବଭାରତୀୟ ସ୍ତରରେ ଶ୍ରୁତି ଶର୍ମା ଟପ୍ପର ।


୧୫-ସିଭିଲ ସର୍ଭିସ ପରୀକ୍ଷା: ୬୩ ତମ ସ୍ଥାନରେ ଓଡିଶାର କାର୍ତ୍ତିକ ପାଣିଗ୍ରାହୀ । ପରିବେଶ ପାଇଁ କାମ କରିବାର ଇଚ୍ଛା ରହିଛି ।  ।


୧୬-ମୋଦୀ ସରକାରଙ୍କର ୮ ବର୍ଷ ପୂରଣ, ସମଗ୍ର ଦେଶରେ ଆୟୋଜିତ ହେବ ‘ଗରିବ କଲ୍ୟାଣ ସମ୍ମିଳନୀ’ ।


୧୭-ଆସନ୍ତା ଜୁନ୍ ମାସ ୮ରୁ ୧୦ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ, ପାଣିପାଗ ବିଭାଗର ଆକଳନ ।


୧୮-ସିଦ୍ଧୁ ମୁସେବାଲା ହତ୍ୟାକାଣ୍ଡ ମାମଲା : ଆକ୍ସନ ମୋଡରେ ପଞ୍ଜାବ ପୋଲିସ, ଉତ୍ତରାଖଣ୍ଡରୁ ୬ ଗିରଫ। 


୧୯-ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କବିଶାଳ ଗରିବ କଲ୍ୟାଣ’ ସମ୍ମିଳନୀ, ଓଡିଶାରେ ମଧ୍ୟ ଆୟୋଜନ ।


୨୦-ସୁପ୍ରିମକୋର୍ଟ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି କରିବେ।  ।


୨୧-ଜ୍ଞାନବାପୀ ସର୍ବେକ୍ଷେଣର ଭିଡିଓ ଭାଇରାଲ୍: ଉଭୟ ପକ୍ଷଙ୍କ ଅଭିଯୋଗ କିଏ କରିଛି ଲିକ୍, ତଦନ୍ତ ହେଉ ।


୨୨-ଓଡିଶା କଂଗ୍ରେସର ଆରମ୍ଭ ହେଲା ମିଶନ ୨୦୨୪, ଭୁବନେଶ୍ବରରେ ହେବ ନବସଂକଳ୍ପ ଶିବିର ।


୨୩-ଆଇପିଏଲ ବେଟିଂ ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ବରଗଡ଼ ପୋଲିସ  ଗିରଫ କରିଛି। ସେମାନଙ୍କଠାରୁ ନଗଦ ୬ ଲକ୍ଷ ୧୪ ହଜାର ଟଙ୍କା ଜବତ କରାଯିବା ସହ ୩୦ ଟି ମୋବାଇଲ,୨ ଟି ଲ୍ୟାପଟପ, ଫୋନ,୨ ଟି ତାସ ,ଗୋଟିଏ LCD ମନିଟର, ଡିଭାଇସ ସମେତ ଅନ୍ୟ କେତେକ ବୈଦ୍ୟୁତିକ ସାମଗ୍ରୀ ଜବତ କରାଯାଇଛି ।

Post a Comment

Previous Post Next Post
Header ADS