BREAKING
Loading...
:

ନୀଳଚକ୍ର Live ୨୯-୦୫-୨୦୨୨///(ରବିବାର)

 



୧-ଝାରସୁଗୁଡାର ଝିଅ ଶ୍ରେୟା ଲେଙ୍କା(୧୮) ଏବେ ଏବେ ସାତ ସମୁଦ୍ର ପାରିହୋଇ ସୁନାମଧ୍ୟନ୍ୟ କେ ପପ୍‌ଗ୍ରୁପ୍‌ରେ ସ୍ଥାନ ପାଇବା ପ‌ାଇଁ ଅନୁଷ୍ଠିତ ହୋଇଥିବା ଶେ‌ଷ ପ୍ରତିଯୋଗିତାରେ ସଫଳତା ହାସଲ କରି ପ୍ରଥମ ଭାରତୀୟ କେ ପପ୍ କଳାକାର ହେବାର ଗୌରବ ଅର୍ଜନ କରିଛନ୍ତି।


୨-ବେଙ୍ଗାଲୁରରେ ଚିନ୍ତା ବଢାଉଛି ଟ୍ରାଫିକ ସମସ୍ୟା । ଗାଡିର ଗିୟର ବିକ୍ରି ପାଇଁ ଅଜବ ଟ୍ୱିଟ୍ କଲେ ୟୁଜର୍ସ ।


୩-ମହାରାଷ୍ଟ୍ରରେ ଗୋଟିଏ ଦିନରେ ଚିହ୍ନଟ ହେଲା ୭ଟି ବିଏ.୪, ବିଏ.୫ ମାମଲା ।


୪-ଗୁଜୁରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର କସରତ । ପାଟିଦାର ସମୁଦାୟକୁ ସମ୍ବୋଧନ କଲୋ ପ୍ରଧାନମନ୍ତ୍ରୀ ମୋଦୀ। 


୫-ଜାପାନଠାରୁ ପ୍ରତିଶୋଧ ନେଲା ଭାରତ | ଏସିଆ କପ୍ ହକି ପ୍ରତିଯୋଗିତାର ସୁପର-୪ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଭାରତ ଜାପାନକୁ ୨-୧ରେ ପରାସ୍ତ କରିଛି | 

୬-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍‌ ।


୭-ଚୀନରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ଓ ଭୁସ୍ଖଳନ । ଦକ୍ଷିଣ ଚୀନରେ ୧୯ ଜଣଙ୍କ ମୃତ୍ୟୁ । 

୮-ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ମଜବୁତ କରିିଛନ୍ତି, ନେହେରୁଙ୍କ ସହ ତାଙ୍କର ତୁଳନା କରାଯାଇପାରିବ ନାହିଁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ।


୯-ଶେଷ ହେଲା ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜଙ୍କ ସମସ୍ୟା, ବିଦେଶ ଯିବାକୁ ମିଳିଲା ଅନୁମତି ।


୧୦-ଆସନ୍ତା ଜୁନ୍‌ ୩ରେ କନ୍ଧମାଳ ଜିଲ୍ଲାର ୭୩ଟି ରୂପାନ୍ତରିତ ସ୍ମାର୍ଟ ସ୍କୁଲ୍‌ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


୧୧-ଚିନ୍ତା ବଢାଉଛି ମଙ୍କିପକ୍ସ ଭାଇରସ । ୨୯ଦେଶରୁ ୨୦୦ ସଂକ୍ରମିତ ଚିହ୍ନଟ । 


୧୨-ଶ୍ରୀଲଙ୍କାକୁ ମାନବିକତାର ହାତ ବଢାଇଲା ଭାରତ । ପଠାଇଲା ୨୫ ଟନ ଔଷଧ ଓ ଡାକ୍ତରୀ ଉପକରଣ । ଭାରତକୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ।


୧୩-ଚଳିତ ବର୍ଷ ରେଳ ବିଭାଗରେ ୨ ଲକ୍ଷ ୪୫ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ ଲକ୍ଷ୍ୟ; ରେଳ ବୋର୍ଡ ଚେୟାରମ୍ୟାନ୍ ଭି.କେ ତ୍ରିପାଠୀ ।


୧୪-ପୁରୀ ପରିକ୍ରମା ପ୍ରକଳ୍ପ ନେଇ ବଢୁଛି ରାଜନୀତି: ପିନାକୀ-ବିଜୟ ମୁହାଁମୁହିଁ । ପୁରୀ ସାଂସଦ କହିଲେ, କେହି ରୋକିପାରିବେନି କାମ । 


୧୫-ରଥଯାତ୍ରା ପୂର୍ବରୁ ସବୁ ସେବାୟତ ଓ କର୍ମଚାରୀଙ୍କୁ ଦିଆଯିବ କରୋନା ଟୀକା ।


୧୬-୨୦ ହଜାର VIPଙ୍କ ସୁରକ୍ଷା ଲାଗି ବାର୍ଷିକ ଖର୍ଚ୍ଚ ହେଉଛି ୧୨ ହଜାର କୋଟି ଟଙ୍କା! ମୁତୟନ ହୋଇଛନ୍ତି ୬୦ ହଜାର ଜବାନ, ୩୦ ହଜାର ବାହନ ।


୧୭-ଭେଜାଲ ସାମଗ୍ରୀର ପେଣ୍ଠ ସ୍ଥଳ କଟକ ସହର: ମାଲଗୋଦାମରୁ ନକଲି ସସ୍ ଠାବ ।


୧୮-ପଞ୍ଚମ ପାଳିର ତୃତୀୟ ବର୍ଷରେ ନବୀନ ସରକାର: ଫୋକସ୍‌ରେ ସ୍ବାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା ।


୧୯-67 ତମ ଜାତୀୟ ରେଲୱେ ପୁରସ୍କାର ବିତରଣ ଉତ୍ସବ-2022 ଭୁବନେଶ୍ୱର ରେ ଆୟୋଜିତ। 


୨୦-ଆଇପିଏଲ ପରି ଟି-୨୦ ଲିଗ୍ ଅନ୍ତର୍ଜାତୀୟ କ୍ରିକେଟ୍ ପାଇଁ ବିପଦ, ଆଶଙ୍କା ପ୍ରକାଶ କଲେ ଆଇସିସି ଚେୟାରମ୍ୟାନ ।


୨୧-ଟ୍ରେନ ଦୁର୍ଘଟଣାର ହାତୀ ମୃତ୍ୟୁ ରୋକିବା ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସୂଚନା: ହାତୀଙ୍କ ଯାତାୟାତ ପାଇଁ ନିର୍ମାଣ ହେବ ପୋଲ।

Post a Comment

Previous Post Next Post
Header ADS