୧-ଆଇପିଏଲ ଫାଇନାଲ : ଗୁଜରାଟ – ରାଜସ୍ଥାନ ଲଢ଼େଇ ।
୨--ନନ୍ଦନକାନନଠାରେ ରାଜ୍ୟର ପ୍ରଥମ ତିନି ମହଲା ବିଶିଷ୍ଟ ବହୁତଳ କାର ପାର୍କିଂ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
୩-ରିଜର୍ଭ ବ୍ୟାଙ୍କ ପାଖରେ ଅଛି ୭୬୦ ଟନ ସୁନା, ବର୍ଷକ ମଧ୍ୟରେ କିଣାଯାଇଛି ୨ ଗୁଣ ସୁନା ।
୪-ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ ହୋଇଛି। ଚାଷୀମାନେ ବୀମା କମ୍ପାନୀ ଏବଂ ପ୍ରଶାସନକୁ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ବେ କିଛି ସୁଫଳ ମିଳି ନାହିଁ। ଏହାର ପ୍ରତିବାଦରେ ବରଗଡ଼ ଜିଲା ସୋହେଲାରେ ଚାଷୀମାନେ ସମ୍ବଲପୁର-ରାୟପୁର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।
୫-ଗରମରୁ ଶୀଘ୍ର ମିଳିବ ଆଶ୍ୱସ୍ଥି । ଦୁଇରୁ ତିନି ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ ।
୬-ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ସାକ୍ଷାତକାର ଓ ଡକ୍ୟୁମେଣ୍ଟ ଯାଞ୍ଚକୁ ସ୍ଥଗିତ ରଖିଲା ଓପିଏସସି । ବିଶ୍ୱବିଦ୍ୟାଳୟର ନିଯୁକ୍ତି ପ୍ରକ୍ରିୟା ବନ୍ଦ ପାଇଁ ରାଜ୍ୟପାଳଙ୍କୁ ଭେଟିଥିଲେ ପୂର୍ବତନ ଭିସି ଓ ପ୍ରାଧ୍ୟାପକ ।
୭-ଶ୍ରୀଜଗନ୍ନାଥଙ୍କ ରଥ ପାଇଁ ଖୋର୍ଦ୍ଧାରୁ ମୁସଲିମ ଭକ୍ତଙ୍କ ସହ ଅନ୍ୟମାନେ ଦାନ ଦେଲେ ୬୫ ଗଛ ।
୮-ଭବିଷ୍ୟତରେ ବିନାଶକାରୀ ସୁପର ସାଇକ୍ଲୋନ ସଂଖ୍ୟା ବଢିବ : ଗବେଷଣା ।
୯-ଭାରତରେ ବିମାନପରିଚାଳନା କରୁଥିବା ଏୟାଲରାଇନ୍ସ କମ୍ପାନୀଗୁଡ଼ିକ ଭଲ ସେବା ପ୍ରଦାନ କରୁନାହାଁନ୍ତି। ବିମାନସେବାରେ ଖୁସି ନାହାନ୍ତି ଅଧିକାଂଶ ଯାତ୍ରୀ। ଏନେଇ ବ୍ଲୁମ୍ବର୍ଗରେ ରିପୋର୍ଟ ପ୍ରକାଶ ପାଇଛି। ୧୫ ହଜାର ଯାତ୍ରୀଙ୍କ ମଧ୍ୟରୁ ୭୯ ପ୍ରତିଶତ ବିମାନରେ ମିଳୁଥିବା ସେବାରେ ଖୁସି ନାହାନ୍ତି ବୋଲି ଗବେଷଣାରୁ ଜଣାପଡ଼ିଛି।
୧୦-ରୁଷ ସୈନ୍ୟମାନେ ୟୁକ୍ରେନର ପୂର୍ବଭାଗକୁ କ୍ରମଶଃ ନିଜ ଦଖଲକୁ ନେବା ଆରମ୍ଭ କରିଛନ୍ତି।
୧୧-୨୦୨୩ ପୁରୁଷ ହକି ବିଶ୍ବକପ : ୧୬ ଦଳଙ୍କ ଯୋଗ୍ୟତା, ପାକିସ୍ତାନ ବିଫଳ ।
୧୨-ଜିଓ ପ୍ଲାଟଫର୍ମସର ଦୁଇଟି କଂପାନି ଏଷ୍ଟେରିଆ ଏରୋସ୍ପେସ୍ ଓ ସାଂଖ୍ୟ ସୂତ୍ର ଲ୍ୟାବ୍ସ ପକ୍ଷରୁ ଭାରତ ଡ୍ରୋନ୍ ମହୋତ୍ସବରେ କ୍ଷମତା ପ୍ରଦର୍ଶନ।
୧୩-BCCIର ବଡ଼ ନିଷ୍ପତ୍ତି: ଦକ୍ଷିଣ ଆଫ୍ରିକା ବିପକ୍ଷ T-20 ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କର ହେବ ଫିଟନେସ୍ ଟେଷ୍ଟ ।
୧୪-ବିଜେପିରେ ଶୀଘ୍ର ଯୋଗ ଦେବେ ହାର୍ଦ୍ଦିକ ପଟେଲ୍, ନିଜେ ତାରିଖ ଜଣାଇଲେ ପାଟିଦାର ନେତା ।
୧୫-ପୁରୁଣା ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବାଧ୍ୟତାମୂଳକ, ନଚେତ୍ ୧୦ହଜାର ଟଙ୍କାର ଜୋରିମାନା ।
୧୬-ଦିଲ୍ଲୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ୨୮ କୋଟି ଟଙ୍କାର କୋକେନ୍ ଜବତ; ଦୁଇ ମହିଳା ଗିରଫ।
୧୭-ବହୁଚର୍ଚ୍ଚିତ କ୍ରୁଜ୍ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନ୍ଙ୍କ ପୁଅ ଆର୍ୟନ ଖାନ୍ଙ୍କୁ କ୍ଲିନ୍ଚିଟ୍ ମିଳିଛି। ଏନ୍ସିବି ପକ୍ଷରୁ କରାଯାଇଥିବା ଚାର୍ଜସିଟ୍ରେ ଆର୍ୟନଙ୍କ ନାଁ ନାହିଁ ବୋଲି ସୂଚନା ରହିଛି।
୧୮-ବରିଷ୍ଠ ଚିତ୍ରଶିଳ୍ପୀ ଲଲାଟମୋହନ ପଟ୍ଟନାୟକ ପାଇବେ ଧର୍ମପଦ ପୁରସ୍କାର ।
୧୯-ଲଦାଖ ସୀମାରେ ନଦୀକୁ ଖସିଲା ସେନା ବସ: ୭ ଯବାନ ସହିଦ ।
Post a Comment