BREAKING
Loading...
:

ତାରା ତାରିଣୀ ମହାବିଦ୍ୟାଳୟର ଯୁବ ଅଧ୍ୟାପକ ଡକ୍ଟର ବିପ୍ଳବ ପ୍ରଧାନଙ୍କୁ "ମହାନଗର ସାହିତ୍ୟ ସମ୍ମାନ-୨୦୨୨

 


ବ୍ରହ୍ମପୁର(ନିଳଚକ୍ର live)ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ କଲେଜ୍ ଷ୍ଟାଡିୟମରେ ଅନୁଷ୍ଠିତ ଦଶମ ମହାନଗର ମହୋତ୍ସବ ୨୦୨୨ର ଦଶମ ସନ୍ଧ୍ୟାରେ ଯୁବ ସାହିତ୍ୟିକ ତଥା ତାରା ତାରିଣୀ ମହାବିଦ୍ୟାଳୟର ଅଧ୍ୟାପକ ଡକ୍ଟର ବିପ୍ଳବ ରଞ୍ଜନ ପ୍ରଧାନଙ୍କୁ "ମହାନଗର ସାହିତ୍ୟ ସମ୍ମାନ-୨୦୨୨"ରେ ସମ୍ମାନିତ କରାଯାଇଛି। ଏହି ଉତ୍ସବରେ  ମହୋତ୍ସବ  ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଉଦ୍-ଘୋଷକ ହୃଷୀକେଶ ପାଣିଗ୍ରାହୀ, ପିଡି, ଡି.ଆର୍.ଡି.ଏ. ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ମହାନଗର କମିଶନର୍ ସିଦ୍ଧେଶ୍ଵର ବଳିରାମ ବନ୍ଦାର ଓ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି. କାର୍ତ୍ତି ଭାସନ୍   ଓ ଅନ୍ୟାନ୍ୟ ବରେଣ୍ୟ ଅତିଥିଙ୍କ ଗହଣରେ ଡକ୍ଟର ପ୍ରଧାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଡକ୍ଟର ପ୍ରଧାନ ୧୯୮୯ ମସିହାରେ ସ୍ଵର୍ଗତ ମାତା ପଦ୍ମାବତୀ ପ୍ରଧାନ, ପିତା ବିଚିତ୍ରାନନ୍ଦ ପ୍ରଧାନଙ୍କ କୋଳ ମଣ୍ଡନ ଭୂମିଷ୍ଠ ହୁଅନ୍ତି ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ନିକଟସ୍ଥ ଖଡିକାଦଣ୍ଡା ଗ୍ରାମରେ I ତୁଳସୀ ଦୁଇ ପତ୍ରରୁ ବସିଲା ପରି ବାଲ୍ୟକାଳରୁ ହିଁ ଡକ୍ଟର ପ୍ରଧାନଙ୍କ ଶିକ୍ଷା ଦୀକ୍ଷା ଓ ସଂସ୍କାରର ପରିଚୟ ମିଳିଥିଲା

।ଜଗତସିଂହପୁରସ୍ଥିତ ସ୍ଵାମୀ ବିବେକାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ନାତକ, ବିଶ୍ବକବି ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ୱାରା ସ୍ଥାପିତ ବିଶ୍ଵଭାରତୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ,ଶାନ୍ତିନିକେତନ (ପଶ୍ଚିମବଙ୍ଗ)ର ଓଡ଼ିଆ ବିଭାଗରେ ସ୍ନାତକତ୍ତୋର ତଥା ଏମ୍.ଫିଲ୍ ଅଧ୍ଯୟନ କରି ସର୍ବତ୍ର ସ୍ଵର୍ଣ୍ଣ ପଦକ ଲାଭ କରିବାର ଗୌରବ ଅର୍ଜନ କରିଛନ୍ତି ସେ। ୨୦୨୨ରେ ପିଏଚ୍.ଡି  ସମାପ୍ତ କରି ବିଶ୍ଵଭାରତୀ ବିଶ୍ୱବିଦ୍ୟାଳୟରୁ ସମ୍ମାନ ଜନକ ଉପାଧି  ଡକ୍ଟର ଡିଗ୍ରୀ ଲାଭ କରିଛନ୍ତି। 

୨୦୧୬ ମସିହାରେ ଓଡ଼ିଶା ରାଜ୍ଯ ସରକାରଙ୍କ 'ରାଜ୍ଯ ପ୍ରବଣନ ମଣ୍ଡଳୀ' (state Selection Board) ଦ୍ଵାରା ଅଧ୍ୟାପକ ରୂପେ ଯୋଗ୍ୟ ବିବେଚିତ ହୋଇ ସଂପ୍ରତି ସେ ଗଞ୍ଜାମ ଜିଲ୍ଲାର ତାରା ତାରିଣୀ ମହାବିଦ୍ୟାଳୟରେ  ଅଧ୍ୟାପନାରତ । ଜଣେ ଆଦର୍ଶ ଛାତ୍ରବତ୍ସଳ ତଥା ଦକ୍ଷ ଅଧ୍ୟାପକ ଭାବରେ ସେ ଛାତ୍ର ଛାତ୍ରୀଙ୍କ ଅତ୍ୟନ୍ତ ପ୍ରିୟ ଭାଜନ ହୋଇପାରିଛନ୍ତି। ଏଥିସହ ବହୁ ସାଂସ୍କୃତିକ ଅନୁଷ୍ଠାନ ସହ ତାଙ୍କର ସମ୍ପର୍କ ନିବିଡ଼। ସମସାମୟିକ ଓଡ଼ିଆ ସାହିତ୍ୟରେ ଜଣେ ଯୁବ ସାହିତ୍ୟିକ, ଗବେଷକ ତଥା ସମାଲୋଚକ ଭାବରେ ବେଶ୍ ପରିଚୟ ରହିଛି I

ଡକ୍ଟର ପ୍ରଧାନଙ୍କ ''A comparative study of tribal culture and Issues in Odia and Assamese Tribal Novels", " ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସରେ ଆଦିବାସୀସଂସ୍କୃତି ଓ ଭାଷା", "ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ", "ଓଡ଼ିଆ ନାଟକର ନବଦିଗନ୍ତ",ଓଡ଼ିଆ ଓ ଅସମୀୟା ଆଦିବାସୀ ଉପନ୍ୟାସ: ଏକ ତୁଳନାତ୍ମକ ଅଧ୍ୟୟନ ଆଦି ସମାଲୋଚକ ପୁସ୍ତକ ଖୁବ୍ ପାଠକୀୟ ସ୍ଵୀକୃତି ପାଇଛି। 

ସେ ନିରଳସ ଭାବେ ଲେଖନୀ ଚାଳନା କରି ବିଶ୍ଵଭାରତୀ ଓଡ଼ିଆ ସାହିତ୍ୟ ପରିଷଦ(ପଶ୍ଚିମବଙ୍ଗ) ତରଫରୁ ଆୟୋଜିତ ତର୍କ ପ୍ରତିଯୋଗିତା-୨୦୧୨ରେ ପ୍ରଥମ ସ୍ଥାନ, କବିତା ଲିଖନ ପ୍ରତିଯୋଗିତା-୨୦୧୪ରେ ପ୍ରଥମ ସ୍ଥାନ ଅଧିଗ୍ରହଣ କରି ପରିଷଦ ତରଫରୁ ସମ୍ମାନିତ ହୋଇଛନ୍ତି। ମାତୃକୃପା ସାହିତ୍ୟ ସଂସଦ ତରଫରୁ "କବି ବ୍ରହ୍ମଜ୍ଞ ସମ୍ମାନ", ସନ୍ଥକବି ଭୀମ ଭୋଇ ସାହିତ୍ୟ ପରିଷଦ ତରଫରୁ "ସନ୍ଥଭୀମ ପ୍ରଭା ସାହିତ୍ୟ ମିତ୍ର ସମ୍ମାନ", ବିଶ୍ଵଭାରତୀ ପ୍ରାକ୍ତନୀ ତରଫରୁ "ଛାତ୍ର ପ୍ରତିଭା ସମ୍ମାନ", ଲେଖକ ସମ୍ମୁଖ୍ଯ ଓ ସୁଲେଖା ସାହିତ୍ୟ ସଂସ୍କୃତି ପରିଷଦ,  ପୁରୀ ତରଫରୁ "ବସନ୍ତ ମିଳନ ସାରସ୍ୱତ ସମ୍ମାନ",  ବିଜ୍ଞାପିତ ଅଞ୍ଚଳ ପରିଷଦ,  ପୁରୁଷୋତ୍ତମପୁର ତରଫରୁ " ଓଡ଼ିଆ ସାହିତ୍ୟ ସମ୍ମାନ" ଆହୁରି ଅନେକ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ I

ଡକ୍ଟର ପ୍ରଧାନଙ୍କ ବହୁମୂଖୀ ସାହିତ୍ୟ ପ୍ରତିଭାକୁ ସସମ୍ମାନେ ସ୍ୱୀକୃତି ଜଣାଇ "ବ୍ରହ୍ମପୁର ମହାନଗର ମହୋତ୍ସବ ସାହିତ୍ୟ ସମ୍ମାନ-୨୦୨୨"ରେ  ସମ୍ମାନିତ କରାଯାଇଛି I ଏହି ପୁରସ୍କାରର ଶ୍ରେୟ ପାଇଁ ସେ ନିଜର ଧର୍ମପତ୍ନୀ ଅଧ୍ୟାପିକା ବନିତା ଖଟେଇ, ଅଧ୍ୟାପକ ଡକ୍ଟର ପ୍ରଦୀପ୍ତ କୁମାର ସାହୁ, ଡକ୍ଟର ଅଜିତ କୁମାର ମିଶ୍ର, ଅଧକ୍ଷ ଡକ୍ଟର ସୀମାଞ୍ଚଳ ପଟ୍ଟନାୟକ,  ଶ୍ରୀମାନ ଏନ୍ ମୋହନ  ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ
ଅଧ୍ୟାପିକା କର୍ମଚାରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Post a Comment

Previous Post Next Post
Header ADS