BREAKING
Loading...
:

ନିଳଚକ୍ର Live ୨୭-୦୫-୨୦୨୨///(ଶୁକ୍ରବାର)

 



୧-ରାଜ୍ୟରେ ଶିଶୁ ମୃତ୍ୟୁହାର(ଆଇଏମ୍ଆର) ହ୍ରାସ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି। ୨୦୦୫ ମସିହାରୁ ୨୦୨୦ ମସିହା ଭିତରେ ରାଜ୍ୟରେ ଆଇଏମ୍ଆର୍ରେ ୩୯ ପଏଣ୍ଟ ହ୍ରାସ ଘଟିଛି।


୨-ପଶ୍ଚିମ ଓଡ଼ିଶାର ବିଶିଷ୍ଟ ହାସ୍ୟାଭିନେତା ଯୋଗେଶ ଓରଫ ଜୋଜୋଙ୍କୁ ହତ୍ୟା ଧମକ ସହ କରାଯାଇଥିଲା ଅପହରଣ । ନିଜେ ସୋସିଆଲ୍ ମିଡିଆରେ ଭିଡ଼ିଓ ପୋଷ୍ଟ କରି ଏଭଳି ଅଭିଯୋଗ ଆଣିଛନ୍ତି ଜୋଜୋ ।

୩-ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଖେଳାଳିଙ୍କୁ ବିଦା କରି ନିଜ କୁକୁର  ବୁଲାଇବା IAS ଦମ୍ପତିଙ୍କୁ ପଡ଼ିଲା ମହଙ୍ଗା: ସ୍ୱାମୀ ଲଦାଖ, ସ୍ତ୍ରୀଙ୍କୁ ଅରୁଣାଚଳ ପ୍ରଦେଶ ବଦଳି  ।


୪-ରାଗିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ଶପଥ ଗ୍ରହଣ ସମାରୋହରେ ମିଳିଲାନି ସିଟ୍ ।

୫-ସମ୍ମାନର ସହ ବଞ୍ଚିବେ ଯୌନକର୍ମୀ : ସୁପ୍ରିମକୋର୍ଟ ।


୬-ନୀଳଗିରିରେ ରଥଯାତ୍ରା ପାଇଁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରବିନ୍ଦୁ ଦାସ ।


୭-ମୋ ସରକାର’ରେ ସାମିଲ ହେଲା  ଅର୍ଥ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗ, ମୋଟ ବିଭାଗ ସଂଖ୍ୟା ୩୧କୁ ବୃଦ୍ଧି  ।


୮-ଏସିଆ କପ୍ ହକି: ଇଣ୍ଡୋନେସିଆକୁ ୧୬-୦ ହରାଇଲା ଭାରତ, ଟୁର୍ଣ୍ଣାମେଣ୍ଟରୁ ବିଦା ହେଲା ପାକିସ୍ତାନ ।


୯-ରାଜ୍ୟରେ କମିଲା ଶିଶୁ ମୃତ୍ୟୁହାର: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। 


୧୦-ୟେସ୍ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ; ABIL ଗ୍ରୁପ ଅଧ୍ୟକ୍ଷ ଅବିନାଶ ଗିରଫ ।


୧୧-୧୦୦୦ କର୍ମଚାରୀଙ୍କୁ ଛଟେଇ କରିବ BBC, ଗୋଟିଏ ବର୍ଷରେ ୫୦ କୋଟି ପାଉଣ୍ଡ ସଞ୍ଚୟ କରିବାକୁ ଲକ୍ଷ୍ୟ ।


୧୨-ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗ: ରହିତାଦେଶକୁ ମାନୁନି ଓପିଏସ୍ସି ।


୧୩-ସିବିଆଇସିର ନିର୍ଦ୍ଦେଶ: ଚଢ଼ଉ ବେଳେ ଟିକସ ଦେବାକୁ ଅଧିକାରୀ ବାଧ୍ୟ କରିପାରିବେନି ।


୧୪-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଭାରତ ଡ୍ରୋନ୍ ମହୋତ୍ସବ-୨୦୨୨’ କୁ ୨୭ ମେ ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ଉଦ୍ଘାଟନ କରିବେ।  


୧୫-ରାଜ୍ୟସଭା ଚତୁର୍ଥ ଆସନ ପାଇଁ ବିଜ୍ଞପ୍ତି ଜାରି: ବିଜେଡି ପକ୍ଷରୁ ୪ସେଟ୍ ନାମାଙ୍କନପତ୍ର କିଣାଗଲା ।


୧୬-ମୁନ୍ଦ୍ରା ପୋର୍ଟରୁ ପୁଣି ୫୬ କେଜି ବ୍ରାଉନସୁଗାର ଜବତ; ଆନୁମାନିକ ମୂଲ୍ୟ ୫୦୦ କୋଟି ।


୧୭-ଚାରିଧାମ ଯାତ୍ରାରେ ଯାଇଥିବା ୧୩ଜଣ ଯାତ୍ରୀଙ୍କ ମୃତ୍ୟୁ, ୨୩ ଦିନରେ ଗଲା ମୋଟ ୮୮ ଯାତ୍ରୀଙ୍କ ଜୀବନ    ।


୧୮-ନୂଆପଡା ଜିଲ୍ଲାରେ ପୁଣି ବାଘ ଆତଙ୍କ, ବଳଦକୁ ମାରି ଖାଇଲା

Post a Comment

Previous Post Next Post
Header ADS