BREAKING
Loading...
:

ନିଳଚକ୍ର Live///୨୬-୦୫-୨୦୨୨(ଗୁରୁବାର)

 


୧-ସମାନ ସମସ୍ୟା ମୁଣ୍ଡ ଟେକିଲାଣି। ଚାଷୀ ଭଲ ଫସଲ ଅମଳ କରି ଯେତିକି ଖୁସି ହେଉଥିଲା ସେହି ଫସଲ ବିକ୍ରି ହୋଇ ନ ପାରି ଆଖି ଆଗରେ ନଷ୍ଟ ହେଉଥିବାରୁ ଦୁଇ ଗୁଣ ବ୍ୟଥିତ ହେଉଛି। କାରଣ ଟୋକନ ‘ଭୂତ’ ପୁଣି ଡରାଇଲାଣି। 

୨-IPL 2022: ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ବେଙ୍ଗାଲୁରୁ, ଟୁର୍ଣ୍ଣାମେଣ୍ଟରୁ ଲକ୍ଷ୍ନୌର ବିଦାୟ। 


୩-କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଗ୍ରାହକଙ୍କୁ ଦେବାକୁ ପଡ଼ିବନି ରେଷ୍ଟୁରାଣ୍ଟରେ ସର୍ଭିସ ଚାର୍ଜ। 

୪-ଏଚ୍‌ଏଫ୍‌ଏମ୍‌ଡି ଟମାଟୋ ଫ୍ଲୁ ନୁହେଁ: ସ୍ୱାସ୍ଥ୍ୟ ବିଭାଗ। 


୫-ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପୁଣି ଗର୍ଜିଲେ ଶଙ୍କରାଚାର୍ଯ୍ୟ: ‘ତୀର୍ଥସ୍ଥଳୀ ସୁରା, ସୁନ୍ଦରୀ କେନ୍ଦ୍ର ନ ହେଉ’ ।


୬-ଆସନ୍ତା ମେ ୨୩ରେ ନନ୍ଦନକାନନରେ ଅତ୍ୟାଧୁନିକ ବହୁତଳ ପାର୍କିଂ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।


୭-ଅଗ୍ରାଧିକାର କ୍ଷେତ୍ର ଋଣରେ ଶ୍ରେଷ୍ଠ ପ୍ରଦର୍ଶନ: ୯ ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ।


୮-ଦୁର୍ଘଟଣା ପରେ ଗୋଟିଏ ଗୋଡରେ ଡେଇଁ ଡେଇଁ ୧ କିଲୋମିଟର ସ୍କୁଲ ଯାଉଛି । ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଛି ସୀମା । ସାହାଯ୍ୟ କରିବେ ସୋନୁ ସୁଦ ।


୯-ଗଞ୍ଜାମ-କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାରେ କଳିଙ୍ଗା ଘାଟିଠାରେ ମଙ୍ଗଳ ବାର ରାତିରେ ଘଟିଥିବା ବସ ଦୁର୍ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗରୁ ଆସିଥିବା ଏହି ପର୍ଯ୍ୟଟକ ବସ୍ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଛନ୍ତି । ଏପଟେ ପଶ୍ଚିମବଙ୍ଗ ସରକାର ମଧ୍ୟ ଏକ ଉଚ୍ଚସ୍ତରୀୟ ଟିମ୍ ଓଡ଼ିଶା ପଠାଇ ରାଜ୍ୟ ସରକାରଙ୍କ ସହାୟତାରେ ଆହତ ଯାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥାକୁ ତଦାରଖ କରୁଥିବା ଜଣାପଡ଼ିଛି ।


୧୦-ଭାରତୀୟ ଅଲିମ୍ପିକ୍ସ ସଂଘର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନରିନ୍ଦର ବାତ୍ରା

୧୧-ୟାସିନ ମଲିକକୁ ଆଜୀବନ କାରାଦଣ୍ଡ ପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ନେଇ ଦିଲ୍ଲୀରେ ହାଇ ଆଲର୍ଟ .


୧୨-ଜଳବାୟୁ ପରିବର୍ତ୍ତନ ଯୋଗୁଁ ମଣିଷର ନିଦ କମୁଛି : ଗବେଷଣା ।


୧୩-ରାଜ୍ୟରେ ସରକାରୀ ସ୍କୁଲଗୁଡିକରେ ନିଜ ପିଲାମାନଙ୍କୁ ପଢ଼ିବା ପାଇଁ ଅଧିକରୁ ଅଧିକ ଅଭିଭାବକ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । 


୧୪-ଶ୍ରୀମନ୍ଦିର ଛତିଶା ନିଯୋଗରେ ସ୍ନାନ ନୀତି ନିର୍ଘଣ୍ଟ; ଭୋର ୪ଟାରୁ ସ୍ନାନ ପହଣ୍ଡି, ଦିନ ସାଢ଼େ ୧୧ ସୁଦ୍ଧା ଜଳଲାଗି ।


୧୫-ଆୟରଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର କୋଚ୍ ହେବେ ଭିଭିଏସ ଲକ୍ଷ୍ମଣ ।


୧୬-ଆମେରିକାରେ ବଢୁଛି ଗନ କଲଚର: ଜେଜେମାକୁ ଗୁଳି କରିବା ପରେ ସ୍କୁଲରେ ପଶି ୨୧ ଜଣଙ୍କୁ ଗୁଳିକରି ହତ୍ୟା କଲେ ଯୁବକ ।


୧୭-ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚେନ୍ନାଇ ଗସ୍ତ ପୂର୍ବରୁ ବିଜେପି ପଦାଧିକାରୀଙ୍କୁ ହତ୍ୟା, ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ।


୧୮-ବିନା ହେଲ୍ମେଟ୍, ଡିଏଲ୍ରେ ଗାଡି ଚଳାଇବା ମହଙ୍ଗା ପଡିଲା -ସମ୍ବଲପୁର ଜିଲାରେ ୨୦୬ ଜଣଙ୍କ ଡିଏଲ ସସପେଣ୍ଡ ।


୧୯-ଆଲ୍ଲାହାବାଦ ହାଇକୋର୍ଟ ଦେଲେ ରୋଚକ ଦଣ୍ଡ: ୭ ଦିନ ଧରି ଲୋକଙ୍କୁ ପାଣି ଓ ସର୍ବତ ବାଣ୍ଟିବା ପାଇଁ ଅଭିଯୁକ୍ତଙ୍କୁ ଦେଲେ ନିର୍ଦ୍ଦେଶ ।

୨୦-କଳିଙ୍ଗା ଘାଟିରେ ଦୁର୍ଘଟଣା ପରେ ପ୍ରଶାସନର ପଦ କ୍ଷେପ । ବାହାର ରାଜ୍ୟର ଗାଡିକୁ କଳିଙ୍ଗା ଘାଟି ଦେଇ ଯିବା ମନା । ଦଶପଲା-ଲାଲସିଙ୍ଗା-ଭଞ୍ଜନଗର ଦେଇ ଯିବେ ବାହାର ଗାଡି ।  


୨୧-ରାଜ୍ୟସଭା ପ୍ରାର୍ଥୀଭାବେ ଡିମ୍ପଲ-କପିଲ ସିବଲ ଓ ଜାଭେଦ ଅଲ୍ଲୀ ଖାନ୍ ନାମରେ ମୋହର ମାରିଲା ସମାଜବାଦୀ ପାର୍ଟି 


୨୨-ପ୍ରେମ ବ୍ୟାପାରକୁ ନେଇ ପୁରୀରେ ଫୁଟିଥିଲା ଗୁଳି: ସେବାୟତ ଶିବରାମଙ୍କୁ ଗୁଳି କରିଛି ଚନ୍ଦନ ବାରିକ ।

Post a Comment

Previous Post Next Post
Header ADS