BREAKING
Loading...
:

କଳିଙ୍ଗା ଘାଟି ରେ ଟୁରୁଷ୍ଟି ବସ ଦୃଘଟଣାଗ୍ରସ୍ଥ,,୬ମୃତ,୪୫ଆହତ

 


ଭଞ୍ଜନଗର(ନିଳଚକ୍ର live):ଭଞ୍ଜନଗର କଳିଙ୍ଗା ଘାଟିରେ ପୁଣି  ଏକ ବଡ଼ ଧରଣର ଦୁର୍ଘଟଣା ।କଳିଙ୍ଗାଘାଟିର ପାଦ ଦେଶ ଦୁର୍ଗାପ୍ରସାଦ ନିକଟରେ ଓଲଟିଲା ଟୁରିଷ୍ଟ ବସ । ଘଟଣା ସ୍ଥଳେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ରୁ ଅଧିକ ଆହତ ହୋଇଥିବା ସୂଚନା । ତେବେ ଦୁର୍ଘଟଣାରେ ୧୫ ଜଣ ଗୁରୁତରଙ୍କୁ ହାଇଡ୍ରା ମେସିନ ମାଧ୍ୟମରେ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ୧୫ଜଣମଧ୍ୟରୁ ଜଣେ ଗୁରୁତର ମହିଳା ରୂପାଲି ଗାୟେନକୁ  କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା  ଏମକେସିଜି କାଜୁଆଲିଟି ମ୍ୟାନେଜର କହିଛନ୍ତି । ଆଉ ୩୦ ଜଣ ଆହତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସମସ୍ତ ମୃତକ ପଶ୍ଚିମବଙ୍ଗର ହୋଇଥିବା ବେଳେ ମୃତ ୬ଜଣଙ୍କ ମଧ୍ୟରେ ୪ଜଣ ମହିଳା ଓ ୨ଜଣ ପୁରଷ ରହିଥିବା ଜଣାପଡ଼ିଛି । ମୃତକ ମାନେ ହେଲେ ସୁପ୍ରିୟା ଦିନରି, ସଞ୍ଜିତ ପାତ୍ର, ରୀମା ଦିନରି, ମୌସୁମୀ ଦିନରି, ବର୍ଣ୍ଣାଳୀ ମନ୍ନା, ବୋଲି ଜଣାପଡ଼ିଛି । ତାହାସହ ସେମାନଙ୍କ ସହ ଆସିଥିବା ଜଣେ ରୋଷେୟାଙ୍କ ମଧ୍ୟ ମୃତ୍ୟୁ ହୋଇଛି ।  ବସରେ ମୋଟ୍‌ ଡ୍ରାଇଭର ସହ ୭୦ରୁ ଉର୍ଦ୍ଧ୍ବ ଜଣ ଯାତ୍ରୀ ଥିବା କୁହାଯାଉଛି ।

ବସଟି ଦାରିଙ୍ଗବାଡ଼ିରୁ ବିଶାଖାପାଟଣା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଟୁରିଷ୍ଟ ବସଟି ଦାରିଙ୍ଗିବାଡିରୁ ପଶ୍ଚିମବଙ୍ଗକୁ ଫେରିବା ବେଳେ କଳିଙ୍ଗାଘାଟିର ମଧ୍ୟ ଭାଗରେ ବସର ବ୍ରେକ ପାଇପ ଫାଟିଯିବା ହେତୁ ଏହି ଦୁର୍ଘଟଣା ହୋଇଥିବା ସୂଚନା । ସମସ୍ତେ ପଶ୍ଚିମବଙ୍ଗ ହାଓ୍ଵାଡା ଜିଲ୍ଲା ଉଦନାରାୟଣପୁରର ସୁଲତାନପୁର ଗ୍ରାମର ବୋଲି ଜଣାପଡ଼ିଛି ।  ଦାରିଙ୍ଗିବାଡିରୁ ଫେରୁଥିବା ବେଳେ ମଧ୍ୟ ରାତ୍ରି ସମୟରେ ଘଟିଛି ଏହି ଦୁର୍ଘଟଣା ।  ଗତକାଲି ରାତି ୧୧ ଟା ବେଳେ ଦାରିଙ୍ଗବାଡି ଛାଡ଼ିଥିଲୁ, ୧୨ ଟା ୧୫ ବେଳେ ଦୁର୍ଗା ପ୍ରସାଦ ୨ କିମି ପୂର୍ବରୁ ବ୍ରେକ ଫେଲ ହୋଇଯାଇଥିଲା । ଆଉ ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ବସ ରାସ୍ତା କଡ଼ରେ ଓଲଟି ପଡିଥିଲା ।

ବସ ଭିତରେ ପ୍ରାୟ ୭୦ରୁ ଅଧିକ ଜଣ ଥିଲେ ବୋଲି ଏହାର ଡ୍ରାଇଭର ରାଜୁ ସାଦୁଖା(୫୦) କହିଛନ୍ତି ।ପ୍ରଶାସନ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ର ବ୍ୟବସ୍ତା କରିବା,ସହ ମୃତକ ମାନକ ପୋଷ୍ଟମର୍ଟମ କରେଇଛନ୍ତି।ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର,ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ ମଧ୍ୟ ଆହତ ମାନଙ୍କୁ ନିଜ ଅଞ୍ଚଳ କୁ ପଠେଇବାର ବ୍ୟବସ୍ତା କରୁଥିବା ଖବର ହସ୍ତଗତ ହୋଇଛି।

Post a Comment

Previous Post Next Post
Header ADS