BREAKING
Loading...
:

ଜଙ୍ଗଲ ରେ ନିଆଁ ଲଗେଇବା ମିଥ୍ୟା କେଶ ରେ ଗିରଫ ପ୍ରତିବାଦ ରେ ପରିବାର ଲୋକ ଓ ଗ୍ରାମବାସୀ ଙ୍କ ରେଞ୍ଜର କାର୍ଯ୍ୟାଳୟ ରେ ଧାରଣା

 


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ଉତ୍ତର ଘୁମୁସର ବନଖଣ୍ଡ ,ଭଞ୍ଜନଗର ର ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଅଧିକାରୀ ଅର୍ଥାତ ରେଞ୍ଜର କାର୍ଯ୍ୟାଳୟ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ସଂରକ୍ଷିତ ଜଙ୍ଗଲ କମାର୍ଟମେଂଟ-4,ତିରିକୁପା ଗ୍ରାମ  ଜଙ୍ଗଲ ରେ ନିଆଁ ଲଗାଉ ଥିବା ବେଳେ 

ତିରିକୁପା ଗ୍ରାମର ଅମର ବେହେରା (22ବର୍ଷ,ପିତା-ବଂଧୁଆ ବେହେରା)କୁ ଗେରେଡା ଫରେଷ୍ଟର କଳାବଦନ ଦାସ,ଜଗନ୍ନାଥ ପ୍ରସାଦ ଫରେଷ୍ଟର ଇସା ଗଣେଶ,ଗେରେଡା ଫରେଷ୍ଟଗାର୍ଡ ପ୍ରଦ୍ୟୁମ୍ନ ବିଶୋଇ, Squrd  ଲମ୍ବୋଦର ଗୌଡ଼,ସଞ୍ଜିତ ଗନ୍ତାୟତ ,ପ୍ରମୁଖ ତାକୁ କାବୁ  ଗିରଫ କରି OR Case No-36 JP of 2022-23 ରେ କୋର୍ଟ ଚାଲାନ କରାଯାଇଛି ବୋଲି କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା।

କିନ୍ତୁ ଏହି ଖବର କୁ ଗିରଫ ଆମର ବେହେରା ର ସ୍ତ୍ରୀ ଗୀତା ବେହେରା ,ତା ମା ସଇନ୍ଦ୍ରୀ ବେହେରା ଓ ଗ୍ରାମବାସୀ ତୀବ୍ର ବିରୋଧ କରି ରେଞ୍ଜର କାର୍ଯ୍ୟାଳୟ ଆଗରେ ଧାରଣା ରେ ତିନି ଦିନ ହେଲା ବସୁଛନ୍ତି।ପରିବାର ଲୋକଙ୍କ ବୟାନ  ଅନୁଯାଇ ଅମର ବେହେରା ,ତା ସ୍ତ୍ରୀ ଗୀତା ବେହେରା,ଓ ତା ମା ମିଶି ଦିନ ସାରା କାଜୁ ଜଙ୍ଗଲ କୁ  ଯାଇ ଘରକୁ ଫେରି ଖାଇ ଶୋଇ ଥିଲେ,ଏହି ସମୟ ରେ ଗେରେଡା ଫରେଷ୍ଟର କଳାବଦନ ଦାସ,ତାଙ୍କ ଘରେ ଜବରଦସ୍ତ ପଶି  ଅମର କୁ ଓ ତା ପରିବାର ଲୋକଙ୍କୁ ମାଡ ମାରି ତାକୁ ଉଠେଇ ଆଣି,ମିଥ୍ୟା କେସ ରେ ଆକ୍ରୋସ ମୂଳକ ଭାବେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ଏହାର ପ୍ରତିବାଦ କରି ଅମର ର ସ୍ତ୍ରୀ ଗୀତା ବେହେରା ତାରସିଂ ଥାନା ରେ ଲିଖିତ ଏତେଲା ଦେଇଥିଲେ,ସେଠି ଗ୍ରହଣ କରା ନ ଯିବାରୁ ଗଂଜାମ ଜିଲ୍ଲା ଏସ.ପି ଙ୍କୁ ପୋଷ୍ଟଲ ମାଧ୍ୟମରେ ଜଣେଇଛନ୍ତି।ଘଟଣା ସମ୍ପର୍କରେ ରେଞ୍ଜର  ଉମାକାନ୍ତ ଦାସ ଙ୍କୁ ପଚାରିବାରୁ କେମେରା ଆଗରେ ବୟାନ ରଖିବାକୁ ମନାକରିଛନ୍ତି ।
ବ୍ୟୁରୋ ରିପୋର୍ଟ/  ନୀଳଚକ୍ର live

Post a Comment

Previous Post Next Post
Header ADS