BREAKING
Loading...
:

ଭଞ୍ଜନଗର ପଞ୍ଚାୟତ ସମିତି ର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ।


ଭଞ୍ଜନଗର(ନିରାକାର ସାହୁ)ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ଭଞ୍ଜନଗର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆଜି ପ୍ରଥମ ପଞ୍ଚାୟତ ସମିତି ସାଧାରଣ ବୈଠକ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ  ନରିସଭା ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଯୋଗଦେଇ ଦଳଗତ ନିର୍ବିଶେଷରେ ଓଡିଶା ସରକାର ଙ୍କ ବିଭିନ୍ନ ଜନହିତକାରୀ ଯୋଜନା କିଭଳି ଭାବେ ଜନସାଧାରଣ ଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ଆନ୍ତରିକ ଉଦ୍ୟମ କରିବା ପାଇଁ ଆହ୍ୱାନ ଦେଇଥିଲେ। 





ଭଞ୍ଜନଗର ବ୍ଲକ ଅଧିନସ୍ଥ ଗ୍ରାମ ପଂଚାୟତ ମାନଙ୍କ ବିଭିନ୍ନ ଉନ୍ନତି ମୂଳକ କାମ ବିଷୟରେ ଆଲୋଚନା କରିବା ସହ ଭଞ୍ଜନଗର ବ୍ଲକ କୁ ଏକ ସୁଦୃଢ ଓ ବିକଶିତ ବ୍ଲକ ରୂପେ କିପରି ପରିଣତ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଆରୁଖ ସମସ୍ତ ସରପଞ୍ଚ ସମିତି ସଭ୍ୟ,ସମିତି ସଭ୍ୟା ଓ ଜିଲ୍ଲାପରିଷଦ ସଦସ୍ୟ, ସଦସ୍ୟା ଙ୍କୁ ଉବୋଧନ ଦେଇଥିଲେ। ଏଥିରେ ଭଞ୍ଜନଗର ପଂଚାୟତ ସମିତି ର ଅଧ୍ୟକ୍ଷ, ଉପାଧ୍ୟକ୍ଷା ଶ୍ରୀମତି ରାଜଲଷ୍ମୀ ପ୍ରଧାନ, ଭଞ୍ଜନଗର ବି.ଡି.ଓ,ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଦିବାକର ନାୟକ,ଭଞ୍ଜନଗର ବ୍ଲକ ଅଧିନସ୍ଥ ସମସ୍ତ ସରପଞ୍ଚ, ସମିତି ସଭ୍ୟ,ସଭ୍ୟା ଜିଲ୍ଲାପରିଷଦ ସଦସ୍ୟ,ସଦସ୍ୟା, ବିଭିନ୍ନ ସରକାରୀ ଅଧିକାରୀ,ସମାଜସେବୀ ଓ ମାନ୍ୟ ଗାନ୍ୟ ବ୍ୟକ୍ତି ଗଣ ଉପସ୍ଥିତ ଥିଲେ।

Post a Comment

Previous Post Next Post
Header ADS