ଜଗନ୍ନାଥ ପ୍ରସାଦ(ନିରାକାର ସାହୁ)ଜଗନ୍ନାଥ ପ୍ରସାଦ ବ୍ଲକ ର ବି.ଡି.ପୁର ଗ୍ରାମ ପଂଚାୟତ ପରିସରରେ 'ମୋ ଗାଁ ରେ ତହସିଲ' ଶିବିର ଅନୁଷ୍ଠିତ ହୋଇଯାଇଛି l ଲୋକମାନେ ରାଜସ୍ବ ବିଭାଗର ସମସ୍ତ ସେବା ଯେପରି ନିଜ ପଂଚାୟତରେ ପାଇପାରିବେ ଏବଂ ରାଜସ୍ବ ବିଭାଗରେ ସମସ୍ତ ମାମଲା ଗୁଡିକର ତ୍ବରିତ ଫଇସଲା କରାଯିବ ସେଥିପାଇଁ ୫ଟି ଉପରେ ଗୁରୁତ୍ୱ ଦିଆଯାଇଥିବା ସହ ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାରା ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଆଜି ଜଗନ୍ନାଥ ପ୍ରସାଦ ବ୍ଲକ ର ବି.ଡି.ପୁର ଗ୍ରାମ ପଞ୍ଚାୟତ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥିରେ କନ୍ଧମାଳ ସାଂସଦ ପ୍ରତିନିଧି ତଥା ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ ନିଜର ବକ୍ତବ୍ୟ ରେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ହୋଇଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଏକ ଅଭିନବ ପ୍ରୟାସ, ଜନସାଧାରଣ ବିଭିନ୍ନ ସେବା ପାଇବା ପାଇଁ ତହସିଲ କାର୍ଯ୍ଯାଳୟକୁ ବାରମ୍ବାର ଦୌଡୁଥିବା ବେଳେ ସଠିକ୍ ସମୟରେ ସେବା ନ ପାଇ ହନ୍ତସନ୍ତ ହେଉଛନ୍ତି। ଏଥିପାଇଁ ଏବେ ଆଉ ତହସିଲକୁ ଦୌଡ଼ିବାକୁ ପଡିବ ନାହିଁ।
ଏହି କାର୍ଯ୍ୟକ୍ରମ ରେ ଜଗନ୍ନାଥ ପ୍ରସାଦ ତହସିଲଦାର ଶ୍ରୀଯୁକ୍ତ ମନୋଜ କୁମାର ତ୍ରିପାଠୀ ହିତାଧିକାରୀ ଙ୍କୁ ପଟ୍ଟା ବଣ୍ଟନ କରିଥିଲେ । ଏଥିରେ ବରଗାଁ RI ,ARI,AMIN ତହସିଲଦାର ଙ୍କୁ ବଣ୍ଟନ ରେ ସହଯୋଗ କରିଥିଲେ ଏହି କାର୍ଯ୍ୟାକ୍ରମେ ରେ ସରପଞ୍ଚ ରଶ୍ମିତା ସାହୁ ,ପୂର୍ବତନ ସମିତି ସଭ୍ୟ ଅମିର କୁମାର ସ୍ୱାଇଁ, ସରପଞ୍ଚ ପ୍ରତିନିଧି ଶିଶିର କାନ୍ତ ସାହୁ,ପ୍ରଭାତ କୁମାର ବାରିକ, କହ୍ନୁ ଚାରଣ ପରିଛା ବିଦେଶୀ ଖଟେଇ, ଜିତେନ୍ଦ୍ର ରଥ, ମଧୁସୂଦନ କର ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment