BREAKING
Loading...
:

ଜଗନ୍ନାଥ ପ୍ରସାଦ ସେବା ସମବାୟ ସମିତି ଲିଃ .ର ନିର୍ଦ୍ଦେଶକ ରୁପେ ନିରାକାର ସାହୁ ନିର୍ବାଚିତ

 


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)-ଜଗନ୍ନାଥ ପ୍ରସାଦ ସେବା ସମବାୟ ସମିତି ଲିଃ.ର  ୯ ନମ୍ବର ଜୋନ ରୁ ନିର୍ଦ୍ଦେଶକ ରୁପେ ନିରାକାର ସାହୁ ନିର୍ବାଚିତ ହୋଇଛନ୍ତି। ତେଣୁ ତାଙ୍କୁ ବିଭିନ୍ନ ମହଲ ରୁ ସ୍ୱାଗତ କରା ଯାଇଛି।  ଉକ୍ତ ୯ ନମ୍ବର ଜୋନ ରେ ୯ ଜଣ ଚାଷୀ ସଦସ୍ୟ ଭୋଟର ରହିଥିଲେ,ସେଥି ମଧ୍ୟରୁ ୮ଜଣ ମତଦାନ କରିଥିଲେ। ନିରାକାର ସାହୁ ଙ୍କୁ ସମସ୍ତ ୮ଜଣ ଭୋଟ ଦେଇଥିବା ବେଳେ, ତାଙ୍କ ସହ ପ୍ରତିଦ୍ବନ୍ଦିତା କରିଥିବା ଜିରାବାଡ଼ି ଗ୍ରାମର ସୂର୍ଯ୍ୟନାରାୟଣ ନାୟକ ଗୋଟିଏ ଭି ଭୋଟ ପାଇ ନଥିଲେ ଓ ଶୋଚନୀୟ ପରାଜୟ ବରଣ କରିଥିଲେ।୧୫ଗୋଟି ଜୋନ ମଧ୍ୟରୁ ୧୩ ଗୋଟି ଜୋନ ରେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଯୋଗୁଁ ସେମାନଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।

କେବଳ ୨ ଟି ଜୋନ ରେ ନିର୍ବାଚନ 26 ତାରିଖ ଦିନ ସକାଳ ୭ ଟା ଠାରୁ ୪ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରଶାସନ ଓ ପୋଲିସ ର କଡା ସୁରକ୍ଷା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ଜଗନ୍ନାଥପ୍ରସାଦ  ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ଅରକ୍ଷିତ ପ୍ରଧାନ ନିର୍ବାଚନ ଅଧିକାରୀ ରୂପେ ରହିଥିବା ବେଳେ ,ନିର୍ବାଚନ ପରିଚାଳନା କରିବା ପାଇଁ ପୋଲିଂ ଓ ପ୍ରିଜାଇଡ଼ ଅଫିସର ରୂପେ ରାଉତି ସେବା ସମବାୟ ସମିତି ର ସମ୍ପାଦକ ଶୁକୁରୁ ଡାକୁଆ ,ଖମାରପଲ୍ଲୀ ସେବା ସମବାୟ ସମିତିର ସମ୍ପାଦକ ସୋମନାଥ ମଳିକ,ଓ



ଜଗନ୍ନାଥ ପ୍ରସାଦ ସେବା ସମବାୟ ସମିତିର ସମ୍ପାଦକ ଲୋକନାଥ ପ୍ରଧାନ ପ୍ରମୂଖ ରହିଥିଲେ,ଓ ସଂଗ୍ରାମ ସାହୁ ସହାୟତା କରିଥିଲେ।ଆଗାମୀ ୧୫ ଦିନ ମଧ୍ୟରେ ଜଗନ୍ନାଥ ସେବା ସମବାୟ ସମିତିର ସଭାପତି ପଦଵୀ  ପାଈଁ ନିର୍ବାଚନ  ଅନୁଷ୍ଠିତ ହେବ, ସେଥିପାଇଁ ଏବେ ଠାରୁ ନିର୍ବାଚିତ ୧୫ ଗୋଟି ନିର୍ଦ୍ଦେଶକ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇ ହୋଇ ଗଲାଣି।ସଭାପତି ପଦଵୀ ଓବିସି ପୁରୁଷ ପାଈଁ ସଂରକ୍ଷିତ ଥିବା ଯୋଗୁଁ ଓବିସି ପୁରୁଷ ନିର୍ଦ୍ଦେଶକ ମାନଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇ ଗଲାଣି।

ବୁରୋ ରିପୋର୍ଟ,ନିଳଚକ୍ର Live

Post a Comment

Previous Post Next Post
Header ADS