ପୁରୁଷୋତ୍ତମପୁର(ନିଳଚକ୍ର live): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସ୍ଥିତ ଓଡିଶାର ପ୍ରସିଦ୍ଧ ଶକ୍ତି ପୀଠ ମା ତାରାତାରିଣୀ ପୀଠକୁ ଆଜି ସକାଳ 12 ଟା ସମୟରେ ଓଡିଶା ସରକାରଙ୍କର ନବନିର୍ବାଚି ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ତାରାତାରିଣୀ ମାଙ୍କ ଦର୍ଶନ ନିମନ୍ତେ ଆସିଥିବାରୁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ନେତୃତ୍ୱରେ ପୁରୁଷୋତ୍ତମପୁର ଏନଏସି ଓ ବ୍ଲକର ଅଧ୍ୟକ୍ଷା ଉପସ୍ଥିତ ରହିବା ସହିତ ଏନଏସି ଉପାଧ୍ୟାକ୍ଷଙ୍କ ସହ ସମସ୍ତ ର ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା ଉପସ୍ଥିତ ରେ ମାନ୍ୟବର ମନ୍ତ୍ରୀ ମହଦୟାଙ୍କୁ ଉପଢ଼ଙ୍କନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l
ଏହାସହିତ ମନ୍ତ୍ରୀ ମହାଶୟାଙ୍କୁ ପୁରୁଷୋତ୍ତମପୁର ଏନଏସି ଅଞ୍ଚଳର ଉର୍ନ୍ନତି ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଏନଏସି ଅଧକ୍ଷା ଓ କାଉସିଲର ମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକ୍ରଷଣ କରିଥିଲେ l
ଏହାସହିତ ମନ୍ତ୍ରୀ ମହାଶୟାଙ୍କୁ ପୁରୁଷୋତ୍ତମପୁର ଏନଏସି ଅଞ୍ଚଳର ଉର୍ନ୍ନତି ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଏନଏସି ଅଧକ୍ଷା ଓ କାଉସିଲର ମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକ୍ରଷଣ କରିଥିଲେ l
ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଶନିବାର ମା’ ତାରାତାରିଣୀଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳକାମନା କରିଛନ୍ତି। ଏହି ଅବସରରେ ସେ ଓଡ଼ିଶାବାସୀଙ୍କ ବିକାଶ ଲାଗି କାମ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ମନ୍ତ୍ରୀଙ୍କ ପରିଦର୍ଶନ ବେଳେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା, ଶୁଭ୍ରାଂଶୁଶେଖର ସାବତ, ଏନ୍ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ଉପାଧ୍ୟକ୍ଷା ମମତା ବାରିକ, ଅଶୋକ କୁମାର ମହାଙ୍କୁଡ, ସୀତାରାମ ପାଣିଗ୍ରାହୀ,
ନଗର ବିଜେଡି ସଭାପତି ପ୍ରଭାତ କୁମାର ପଟ୍ଟନାୟକ,ପ୍ରେମାନନ୍ଦ ସାହୁ, ପ୍ରକାଶ ଚନ୍ଦ୍ର ମହାପାତ୍ର,ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀଙ୍କ ପ୍ରମୁଖ ସହ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l
ରିପୋର୍ଟ///ପ୍ରସନ୍ନ କୁମାର ଦାସ
Post a Comment