BREAKING
Loading...
:

ମାନ୍ୟବର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଙ୍କୁ ଜଗନ୍ନାଥ ପ୍ରସାଦ ରେ ନାଗରିକ ସମ୍ବର୍ଦ୍ଧନା

 


ଜଗନ୍ନାଥ ପ୍ରସାଦ(ନିରାକାର ସାହୁ)-ଓଡ଼ିଶା ବିଧାନସଭା ର ନୂତନ ବାଚସ୍ପତି  ମାନ୍ୟବର ବିକ୍ରମ କେଶରୀ ଆରୁଖ ଙ୍କୁ ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ମହାବିଦ୍ୟାଳୟ ଠାରେ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ମହାବିଦ୍ୟାଳୟ ଅଧକ୍ଷ ନୃସିଂହ ଚରଣ ପ୍ରଧାନ,ଜଗନ୍ନାଥ ପ୍ରସାଦ ବ୍ଲକ ଅଧକ୍ଷା ଜୟଶ୍ରୀ ସାହୁ,ଉପାଧକ୍ଷ ରଞ୍ଜିତ କୁମାର ପାତ୍ର,ବିଡିଓ ଅନୁପ କୁମାର ପଣ୍ଡା,ତହସିଲଦାର ମନୋଜ ତ୍ରିପାଠୀ,ପ୍ରମୁଖ ନାଗରିକ ସମ୍ବର୍ଦ୍ଧନା ସମାରୋହ ରେ ମଞ୍ଚାସିନ ଥିଲେ।

ପ୍ରଭାତ ଚନ୍ଦ୍ର ଦଳବେହେରା,କୃଷ୍ଣଚନ୍ଦ୍ର ରଥ,ନିଜ ବକ୍ତବ୍ୟ ରଖିଥିଲେ।ଜଗନ୍ନାଥ ପ୍ରସାଦ ଅଞ୍ଚଳର ବିଭିନ୍ନ ସଂଗଠନ ତରଫରୁ ଓ ନିର୍ବାଚିତ ପ୍ରତିନିଧି ମାନେ ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ଆରୁଖ ଙ୍କୁ ଫୁଲତୋଡା ଓ ଉତରିୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ମାନ୍ୟବର ବାଚସ୍ପତିଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିଲେ ।

ଜନତା ଦଳ ଟିକେଟରେ ବିଧାନସଭା ଆସିଥିବା ବିକ୍ରମ ବାବୁ ନବୀନଙ୍କ ଶାସନରେ ସର୍ବାଧିକ ସମୟ ମନ୍ତ୍ରୀ ହୋଇଥିବା ନେତାଙ୍କ ମଧ୍ୟରୁ ଅନ୍ୟତମ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ପାଦ ଥାପିଥିଲେ ବିକ୍ରମ ବାବୁ ।୮୦ ଦଶକରେ ଛାତ୍ର ରାଜନୀତିରୁ କ୍ୟାରିଅର ଆରମ୍ଭ କରିଥିଲେ । ୧୯୮୨-୮୩ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ହୋଇଥିଲେ ବିକ୍ରମ । ପରବର୍ତ୍ତୀ ବର୍ଷ ଅର୍ଥାତ ୧୯୮୩-୮୪ରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଉପ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ସେ । ଆଇନ ଶିକ୍ଷା ଶେଷ କରି  ଭଞ୍ଜନଗର ଓକିଲ ସଂଘ ର ସଦସ୍ୟ  ହୋଇ ଓକିଲାତି କରିଥିଲେ। ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ  ।

୧୯୯୨ରେ ଭଞ୍ଜନଗର ବ୍ଲକ ଚେୟାରମ୍ୟାନ ହୋଇଥିଲେ । ବିଜୁ ଆନୁଗତ୍ୟ ହୋଇଥିବାରୁ ୧୯୯୫ ରେ ଜନତା ଦଳ ଟିକେଟରୁ ନିର୍ବାଚନ ଲଢ଼ି ବିଜୟ ହୋଇଥିଲେ । ଏହା ପରେ ବିକ୍ରମ ବାବୁ ପଛକୁ ଫେରି ଚାହିଁନାହାନ୍ତି । ବିଜୁ ଜନତା ଦଳ ଗଠନ ହେବା ପରେ ଲଗାତାର 6 ଥର ଭଞ୍ଜନଗର ଆସନରୁ ବିଜୟ ହୋଇ ବିଧାନସଭା ଆସୁଛନ୍ତି ।୨୦୦୮ରେ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ବ ମିଳିଥିଲା । ପରବର୍ତ୍ତୀ ସମୟରେ ୨୦୦୯ରୁ ୨୦୨୨ ପର୍ଯ୍ୟନ୍ତ ବିକ୍ରମ ବାବୁ  ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି । ବିଭିନ୍ନ ସମୟରେ ସେ ଗ୍ରାମ୍ୟ ଉନ୍ନୟନ, ଆଇନ, ଜଙ୍ଗଲ ଏବଂ ପରିବେଶ, ସାଧାରଣ ଉଦ୍ୟୋଗ, ସୂଚନା ଏବଂ ଲୋକସମ୍ପର୍କ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ବ  ସୁଚାରୁ ରୁପେ ସମ୍ଭାଳିଛନ୍ତି । ଏହା ସହ ବିଧାନସଭାର ବିଭିନ୍ନ କମିଟିରେ ବିକ୍ରମ ବାବୁ ଲଗାତାର ଭାବେ ଅଧ୍ୟକ୍ଷ ଓ ସଦସ୍ୟ ରହି ଆସିଛନ୍ତି ।

ଓଡ଼ିଶା ବିଧାନସଭାର ନବ ନିର୍ବାଚିତ 24 ତମ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ଓ ଶୁଭକାମନା ମିଳିବାରେ ଲାଗିଛି। ପବିତ୍ର ଗୃହର ଗରିମା ଅକ୍ଷୁର୍ଣ୍ଣ ରଖିବା ସହ ସାମ୍ବିଧାନିକ ପଦ, ମର୍ଯ୍ୟାଦା ପ୍ରତି ସମ୍ମାନ ରଖି ତାଙ୍କ ଉତ୍ତମ ଗୃହ ପରିଚାଳନା ଗଣତନ୍ତ୍ରକୁ ଆହୁରି ମଜବୁତ କରିବ।

Post a Comment

Previous Post Next Post
Header ADS