BREAKING
Loading...
:

ପୁରୁଷୋତ୍ତମପୁର ରେ ଆଇନ ସଚେତନତା ରଥ

  


ପୁରୁଷୋତ୍ତମପୁର(ନିଳଚକ୍ର Live) ରାଜ୍ୟ ଆଇନ ସଚେତନତା ପ୍ରାଧିକାରଣ ଓଡିଶା କଟକ ତରଫରୁ ଆଜି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନ୍ୟାୟପାଳିକା ପରିସରରୁ ଏକ ଆଇନ ସଚେତନତା ରଥ ପରିଭ୍ରମଣ କରିଛନ୍ତି l ସରକାରଙ୍କ ଆଇନ ବିଭାଗ ଦ୍ୱାରା ପ୍ରାୟୋଜିତ ଏହି ରଥ ଦ୍ୱାରା ଜନସାଧାରଣଙ୍କ ଉଦିଷ୍ଟ ନିଃଶୁକ୍ଳ ଆଇନ ସେବା ପ୍ରଦାନ ସହ ସମ୍ବିଧାନିକ ବିଧିବଦ୍ଧ ଅଧିକାରୀ ସମ୍ବଦ୍ଧିୟ ଅଧି ସଂଗଠନ ଦାବୀ ପ୍ରତିରୋଧ ଓ ମକଦ୍ଧମା କରିବାର ଅଧିକାରକୁ ସମାଜର ନିମ୍ନସ୍ତରରେ ରହିଥିବା ବର୍ଗ ସହ ତହସିଲ ଭୁକ୍ତ ଜାତି ଉପଜାତି ମାନବ କଲ୍ୟାଣ ଜନିତ ପୀଡିତା ମହିଳା ଓ ଶିଶୁ ବର୍ଗକୁ ବିଚାର ବିଭାଗୀୟ ବ୍ୟବସ୍ଥାରେ ନିଃଶୁକ୍ଳ ସେବା ପ୍ରଦାନ ନେଇ ପରିଭ୍ରମଣର ରଥ ଯୋଗେ ସଚେତନତା କରାଯାଇଛି l ଏହି ରଥକୁ ଜିଲ୍ଲା ଆଇନସେବା ପ୍ରାଧିକାରଣଙ୍କ ନିର୍ଦେଶ କ୍ରମେ ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ତଥା ତାଳୁକୁ ଆଇନ ସେବା କମିଟିର ଅଧକ୍ଷ ଶ୍ରୀ ଦିଲ୍ଲୀପ କୁମାର ବାରିକି ସମ୍ବୋଦ୍ଧିତ କରି ରଥ ଯାତ୍ରାର ଶୁଭଆରମ୍ଭ କରିଥିଲେ l ତାଳୁକୁ ଆଇନ ସେବା କମିଟିର ସମ୍ପାଦକ ତଥା କୋର୍ଟ ର କର୍ମଚାରୀ ଗଗନ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୁରୁଷୋତ୍ତମପୁର ଏସ୍ଡ଼ିପିଓ ସୂର୍ଯ୍ୟ ମଣି ପ୍ରଧାନ, ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ,ଥାନା ଆଇନ ପରାମର୍ଶ ଦାତା ଦୟାନିନ୍ଧୀ ପଣ୍ଡା, ଓ ଓକିଲ ସଂଘ ସଭାପତି ରମାରଞ୍ଜନ ଦାସ,ରବୀନ୍ଦ୍ର କୁମାର ସାହୁ,ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, କେଦାର ନାଥ ପଟ୍ଟନାୟକ,ଏହା ସହିତ କୋର୍ଟ ଓ ପୋଲିସ ବିଭାଗ ର ସମସ୍ତେ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ରଥକୁ ସମ୍ବଦ୍ଧିତ କରିଥିଲେ l

ରିପୋର୍ଟ//ପ୍ରସନ୍ନ କୁମାର ଦାସ

Post a Comment

Previous Post Next Post
Header ADS