ଜଗନ୍ନାଥ ପ୍ରସାଦ(ନିଳଚକ୍ର Live)-ସାରା ଓଡ଼ିଶାରେ ବର୍ତ୍ତମାନ ସେବା ସମବାୟ ସମିତି ଗୁଡିକ ରେ ନିର୍ବାଚନ ପ୍ରକ୍ରିୟା ଚାଲିଛି।ଏହି ପରିପେକ୍ଷି ରେ ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ସେବା ସମବାୟ ସମିତି ଲିଃ. ର ୧୫ ଗୋଟି ସଦସ୍ୟ(ଡ଼ାଇରେକ୍ଟର)ପଦବୀ ପାଇଁ ନିର୍ବାଚନ ପ୍ରକ୍ରିୟା ମଧ୍ୟ ଚାଲିଛି।ଏହି ସମିତି ର ୧୪୭୬ ସଦସ୍ୟ(ଚାଷୀ) ରହିଛନ୍ତି,ତନ୍ମଧ୍ୟରୁ ମାତ୍ର ୧୦୮ ଜଣ ଙ୍କ ନାମ ଭୋଟର ତାଲିକା ରେ ରହିଛି। ଓଡ଼ିଶା ସେବା ସମବାୟ ସମିତି ନିୟମ 1992 ଅନୁଯାୟୀ 15 ଗୋଟି ଜୋନ କରାଯିବ।ପ୍ରତେକ ଜୋନ ରେ ସମାନ ସଂଖ୍ୟକ ସଦସ୍ୟ ରଖାଯିବ ଓ ବଳକା ସଦସ୍ୟ 15 ନମ୍ବର ଜୋନ ରେ ରହିବେ ବୋଲି ଆଇନ ରହିଛି। ଏହି ସେବା ସମବାୟ ସମିତି ରେ 108 ଜଣ ସଦସ୍ୟ ଥିବା ଯୋଗୁଁ ସେହି ଅନୁପାତ ଅନୁଯାଇ ୧ ଠାରୁ ୧୪ ଜୋନ ରେ ୭ ଜଣ ଲେଖାଏଁ ସଦସ୍ୟ ରହିବେ ଓ ୧୫ ନମ୍ବର ଜୋନ ରେ ୧୦ଜଣ ସଦସ୍ୟ ରହିବେ,କିନ୍ତୁ ଏଠି ତାହାର ବ୍ୟତିକ୍ରମ ହୋଇଛି। ୧ ନମ୍ବର ଜୋନ ରେ ମାତ୍ର ୨ ଜଣ ଭୋଟର ସଦସ୍ୟ ଥିବା ବେଳେ ୨ନମ୍ବର ଜୋନ ରେ ୯ଜଣ,୩ ନମ୍ବର ଜୋନ ରେ ୧୫ଜଣ,୪ ନମ୍ବର ଜୋନ ରେ ୭ ଜଣ,୫ ନମ୍ବର ଜୋନ ରେ ୧୧ଜଣ,୬ ନମ୍ବର ଜୋନ ରେ ୬ ଜଣ,୭ ନମ୍ବର ଜୋନ ରେ ୪ ଜଣ,୮ ନମ୍ବର ଜୋନ ରେ ୬ ଜଣ,୯ ନମ୍ବର ଜୋନ ରେ ୯ ଜଣ,୧୦ ନମ୍ବର ଜୋନ ରେ ୨ ଜଣ,୧୧ ନମ୍ବର ଜୋନ ରେ ୧୧ଜଣ,୧୨ ନମ୍ବର ଜୋନ ରେ ୬ ଜଣ,୧୩ ନମ୍ବର ଜୋନ ରେ ୬ ଜଣ ଓ ୧୪/୧୫ ଜୋନ ରେ କୌଣସି ସଦସ୍ୟଙ୍କ ନାମ ନାହିଁ।ଗତ 7 ତାରିଖ ଦିନ ସଦସ୍ୟ (ଡ଼ାଇରେକ୍ଟର)ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଛି। ୧ ନମ୍ବର ଜୋନ ପାଇଁ ଜୟଦେବ ସାହୁ(ଜିରାବାଡ଼ି) ,୨ ନମ୍ବର ଜୋନରେ ବାଞ୍ଛାନିଧି ପ୍ରଧାନ(କଇଠପଲ୍ଲୀ,ଜଗନ୍ନାଥ ପ୍ରସାଦ),୩ ନମ୍ବର ଜୋନ ରେ ବିପିନ ବିହାରି ଡାକୁଆ(ଜଗନ୍ନାଥ ପ୍ରସାଦ),୪ ନମ୍ବର ଜୋନ ରେ ବିନୋଦ ବିହାରୀ ପ୍ରଧାନ(କଇଠପଲ୍ଲୀ,ଜଗନ୍ନାଥ ପ୍ରସାଦ),୫ ନମ୍ବର ଜୋନ ରେ ପ୍ରଦୀପ କୁମାର ନାୟକ(ଜିରାବାଡ଼ି),୬ ନମ୍ବର ଜୋନ ରେ ତ୍ରିନାଥ ପ୍ରଧାନ(ଜିରାବାଡି),୭ ନମ୍ବର ଜୋନ ରେ ନିତ୍ୟାନନ୍ଦ ରଥ(ଜଗନ୍ନାଥ ପ୍ରସାଦ),ଓ ପବିତ୍ର କୁମାର ମହାପାତ୍ର(ଜଗନ୍ନାଥ ପ୍ରସାଦ),୮ ନମ୍ବର ଜୋନ ରେ ବିନୋଦିନୀ ପ୍ରଧାନ(ଚିକିଲି),୯ ନମ୍ବର ଜୋନ ରେ ନିରାକାର ସାହୁ (ଜଗନ୍ନାଥ ପ୍ରସାଦ)ଓ ସୂର୍ଯ୍ୟନାରାୟଣ ନାୟକ(ଜିରାବାଡି),୧୦ ନମ୍ବର ଜୋନ ରେ ବାସନ୍ତୀ ଡାକୁଆ(ଜଗନ୍ନାଥ ପ୍ରସାଦ),୧୧ ନମ୍ବର ଜୋନ ରେ ସନ୍ତୋଷ ବେହେରା(ଚିକିଲି),୧୨ ନମ୍ବର ଜୋନ ରେ ସଂଜୟ କୁମାର ପ୍ରଧାନ(କଇଠପଲ୍ଲୀ,ଜଗନ୍ନାଥ ପ୍ରସାଦ),୧୩ ନମ୍ବର ଜୋନ ରେ ଫକୀର ମୋହନ ସାହୁ(ଜିରାବାଡି),୧୪ ନମ୍ବର ଜୋନ ରେ କୌଣସି ସଦସ୍ୟ ଭୋଟର ନ ଥିଲେ ଭି ବିଜୟ କୁମାର ନାୟକ (ଜିରାବାଡି) ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୧୫ନମ୍ବର ଜୋନ ରେ ମଧ୍ୟ କୌଣସି ସଦସ୍ୟ ଭୋଟର ନ ଥିବା ବେଳେ ଉପେନ୍ଦ୍ର ବେହେରା(ଜିରା ବାଡି)ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଜଗନ୍ନାଥ ପ୍ରସାଦ ସେବା ସମବାୟ ସମିତି ଲିଃ. ର ଭୋଟର ତାଲିକା ରେ ବ୍ୟାପକ ତ୍ରୁଟି ଥିବା ଓ ଓଡ଼ିଶା ସେବା ସମବାୟ ସମିତି ର ନିୟମ କୁ ଉଲଘଂନ କରି ଭୋଟର ତାଲିକା କରା ଜସିଥିବା ଯୋଗୁଁ ଚଳିତ 2022 ନିର୍ବାଚନ କୁ ସ୍ଥଗିତ କରି ନିର୍ବାଚନ ପ୍ରକ୍ରିୟା କୁ ଅସିଦ୍ଧ ଘୋଷଣା କରିବାକୁ ନିରାକାର ସାହୁ ଓ ପବିତ୍ର କୁମାର ମହାପାତ୍ର ପ୍ରମୁଖ, ଜଗନ୍ନାଥ ପ୍ରସାଦ ସେବା ସମବାୟ ସମିତି ନିର୍ବାଚନ ଅଧିକାରୀ(ଅରକ୍ଷିତ ପ୍ରଧାନ(PEO,ଜଗନ୍ନାଥ ପ୍ରସାଦ ଗ୍ରାମ ପଞ୍ଚାୟତ),ଗଞାମ ଜିଲ୍ଲାପାଳ,ଭଞ୍ଜନଗର ଉପଜିଲ୍ଲାପାଳ,ଉପନିବନ୍ଧକ ସମବାୟ ସମିତି ସମୂହ ବ୍ରହ୍ମପୁର ଡିଭିଜନ,ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ଆସ୍କା,ଜଗନ୍ନାଥପ୍ରସାଦ ବିଡିଓ ଓ ତହସିଲଦାର ଙ୍କୁ ଅଭିଯୋଗ ଦେଇଛନ୍ତି।ନିର୍ବାଚନ ପ୍ରକ୍ରିୟା କୁ ଅସିଦ୍ଧ ଘୋଷଣା ନ କରାଗଲେ ଉଭୟ ଅଭିଯୋଗକାରି କୋର୍ଟ ରେ ଆଇନ ର ଆଶ୍ରୟ ନେବେ ବୋଲି ପ୍ରକାଶ କରିଛନ୍ତି।
ବ୍ୟୁରୋ ରିପୋର୍ଟ,ନିଳଚକ୍ର Live
Post a Comment