BREAKING
Loading...
:

ଛାମୁଣ୍ଡା ଅଞ୍ଚଳ କୁର୍ମୀ କ୍ଷତ୍ରିୟ ସଂସ୍ଥାର ବାର୍ଷିକ ବୈଠକ ଅନୁଷ୍ଠିତ

 


ଜଗନ୍ନାଥ ପ୍ରସାଦ:(ନିରାକାର ସାହୁ)- ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଛାମୁଣ୍ଡା କୂଳ ଗୃହ ଠାରେ ନିଖିଳ ଉତ୍କଳ କୂର୍ମି କ୍ଷତ୍ରିୟ ସଂସ୍ଥା, ଛାମୁଣ୍ଡା ଅଞ୍ଚଳର ତରଫରୁ ଏକ ସାଧାରଣ ବାର୍ଷିକ ବୈଠକ ସଭାପତି ମୂରଲୀଧର ନାୟକଙ୍କ ସଭାପତିତ୍ବରେ ରଜ ସଂକ୍ରାନ୍ତିରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭ ପୂର୍ବରୁ ସଭାପତିଙ୍କ ଦ୍ଵାରା ସମସ୍ତଙ୍କ ଉପସ୍ଥିତିରେ କୁଳ ପତାକା ଉତ୍ତୋଳନ କରାଯାଇଥିଲା । ପ୍ରଦେଶ ସଭ୍ୟ ଓ ସଦସ୍ୟ ମାନଙ୍କ ଦ୍ଵାରା ବୃକ୍ଷରୋପଣ କରାଯାଇଥିଲା ଓ ବରିଷ୍ଠ ସଭ୍ୟ ତଥା ସମାଜସେବୀ ସ୍ବର୍ଗତ ମୋହନ ପ୍ରଧାନଙ୍କ ପାଇଁ ୨ ମିନଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ସମ୍ପାଦକ ବଂଶୀଧର ନାୟକ ବାର୍ଷିକ ବିବରଣୀ ପଠନ କରିଥିଲେ ।

ଏହି ବୈଠକରେ ପ୍ରଦେଶ ସମ୍ପାଦକ ରୁପେ  ନିର୍ବାଚିତ ହୋଇଥିବାରୁ ବିନାୟକ ପ୍ରଧାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୂର୍ମି କ୍ଷତ୍ରିୟ ସଂସ୍ଥାର ଆୟବ୍ୟୟ ସମିକ୍ଷା କରିବା ସଙ୍ଗେ ସଙ୍ଗେ, ବୃ୍ଷରୋପଣ, ନାରୀ ଶିକ୍ଷା, କୃଷି ଉନ୍ନତି, ଝିଅ ମାନଙ୍କ ବିବାହ ବୟସ ଉପରେ ଆଲୋଚନା କରାଯାଇଥିଲା ।



ଏହି ବୈଠକରେ ୭୧ ଗ୍ରାମର କୂର୍ମୀ କ୍ଷତ୍ରିୟ ଗ୍ରାମ୍ୟ ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଦେଶ ସଭ୍ୟ ବିରୁପାକ୍ଷ ନାୟକ, ଗଙ୍ଗାଧର ନାୟକ, ସୂର୍ଯ୍ୟନାରାୟଣ ପ୍ରଧାନ,




ବଂଶୀଧର ନାୟକ ଓ ଅଞ୍ଚଳ ଉପସଭାପତି ଉପେନ୍ଦ୍ର ଭଞ୍ଜ ନାୟକ, ସହ ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ ଓ ପ୍ରଦେଶ ଯୁବ ସଭାପତି ରବୀନ୍ଦ୍ର ନାଥ ପ୍ରଧାନ ଯୋଗ ଦେଇଥିଲେ । ସର୍ବ ଶେଷରେ ବୁଗୁଡ଼ା ସଭାପତି ରମେଶ ଆଳତିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post
Header ADS