BREAKING
Loading...
:

ସ୍ୱସ୍ତିକ ଟିଭି ପକ୍ଷରୁ ପ୍ରାଥମିକ ବିଦ୍ୟାଳୟ ପରିସର ରେ ଚାରା ରୋପଣ

 



ବ୍ରହ୍ମପୁର(ନୀଳଚକ୍ର live)ସ୍ୱସ୍ତିକ ଟିଭି ର ନିର୍ଦ୍ଦେଶିକା ଅନୁଜା ନନ୍ଦ ବିଶ୍ବାଳ ଙ୍କ ନେତୃତ୍ୱରେ ଆଜି ସକାଳ ୮.୦୦ ଘଣ୍ଟା ସମୟ ରେ ବିଦ୍ୟୁତ ପୁରି କଲୋନୀ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି, ଡ଼ା. ସୁବାସ ଚନ୍ଦ୍ର ସାହୁ,ଶିବ ନାୟକ,ବନିତା ସାହୁ,ବିରେନ୍ଦ୍ର ମଲନ ପୁରବୀ ଜେନା ,ମନୋଜ ସେଠୀ ସୁମିତ ପାତ୍ର, ପି.ରାଜେନ୍ଦ୍ର ମଣ୍ଡଳ, ଡିଲୁ ମହାଙ୍କୁଡ,ବାବୁ ପାତ୍ର,ସୁଶିଳା ମଲ୍ଲିକ,ପ୍ରଭାତ ଷଡଙ୍ଗୀ ଓ ବ୍ରହ୍ମପୁର ସାମ୍ବାଦିକ ପବିତ୍ର ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ।

ଅନେକ ଗୁଡ଼ିଏ ଉପାଦେୟ ବୃକ୍ଷ ଯଥା ବେଲ, ଅଁଳା ଅଶୋକ, ବାଦାମ,କରଞ୍ଜ,ଆଦି ଚାରା ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଉକ୍ତ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଜି.ଜୟଶ୍ରୀ,ସହକାରୀ ଶିକ୍ଷକ ପ୍ରଦୀପ କୁମାର ପଟ୍ଟନାୟକ, ବିଜୟଲକ୍ଷ୍ମୀ ସାହୁ, ଉଷାରାଣି ଶତପଥୀ, ସ୍ନେହଲତା ପଣ୍ଡା ଏବଂ ବନ ବିଭାଗ ତରଫରୁ ଫରେଷ୍ଟର ବାବୁ ସେଠୀ ଓ ତାଙ୍କ ସହଯୋଗୀ ମାନେ ଯୋଗ ଦେଇଥିଲେ।ଶେଷ ରେ ସ୍ୱସ୍ତିକ ଟିଭି ର ମୁଖ୍ୟ ଶ୍ରୀମତୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post
Header ADS