BREAKING
Loading...
:

ଆଞ୍ଚଳିକ ଡିଗ୍ରୀ କଲେଜରେ ଛାତ୍ରଛାତ୍ରୀ ମାନଙ୍କୁ କୋଭିଡ୍ ଟୀକା ପ୍ରଦାନ।

 


ଜଗନ୍ନାଥ ପ୍ରସାଦ:୨୩.୦୭.୨୦୨୨(ନିରାକାର ସାହୁ): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଆଞ୍ଚଳିକ ଡିଗ୍ରୀ କଲେଜ, ଜଗନ୍ନାଥ ପ୍ରସାଦ ବିଜୁ ମେମୋରିଆଲ ହଲ୍ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ କରୋନାର ତୃତୀୟ ଟୀକା ପ୍ରଦାନ କରାଗଲା ।

ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ଉଦଘାଟନ କରି କହିଥିଲେ- "କୋଭିଡ୍ ଟୀକା ନେବା ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ କୋଭିଡ୍ ସଂକ୍ରମଣରୁ ରକ୍ଷା କରିଥାଏ ।

ଏହା ସମ୍ପୂର୍ଣ୍ଣ ନିରାପଦ ଓ ଫଳପ୍ରଦ । ତେଣୁ ନିର୍ଭୟରେ ଟୀକା ନିଅନ୍ତୁ ଓ ଏଥିସହ କୋଭିଡ୍ ନିରୋଧି ଆଚରଣ ବଳବତ୍ତର ରଖନ୍ତୁ"। ଏଥିରେ ଯୋଜନା ଅଧିକାରୀ ଡଃ ପ୍ରମୋଦ କୁମାର ଚୌଧୁରୀ, ବିରଞ୍ଚି ନାରାୟଣ ପ୍ରଧାନ, ମୋ କଲେଜ ସଂଯୋଜକ ଡ଼ଃ ବିନୋଦ କୁମାର ଦାସ, ଅଧ୍ୟାପକ ନିରଞ୍ଜନ ଶତପଥୀ, ଯୁବ ରେଡକ୍ରସ ପରାମର୍ଶ ଦାତା ସରୋଜ କୁମାର ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

ଗ୍ରନ୍ଥାଗାରିକ ରଘୁନାଥ ପାଣି ପ୍ରଥମେ ଟୀକା ନେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଟୀକା ଶିବିରରେ ୧୮ ବର୍ଷରୁ ଉର୍ଦ୍ଧ ୧୦୧ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଟୀକା ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଜଗନ୍ନାଥ ପ୍ରସାଦର କର୍ମଚାରୀ ମାନେ ସହଯୋଗ କରି ଟୀକା ପ୍ରଦାନ କରିଥିଲେ ।


କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ବିଭୂତି ଭୂଷଣ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Post a Comment

Previous Post Next Post
Header ADS