BREAKING
Loading...
:

ଯୁବ ରେଡକ୍ରସ୍ ତରଫରୁ ୭୩ତମ ବନ ମହୋତ୍ସବ ପାଳିତ

 


ଜଗନ୍ନାଥ ପ୍ରସାଦ:(ନିରାକାର ସାହୁ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ୍ ଶାଖା ଓ ଉତ୍ତର ଘୁମୁସର ବନାଞ୍ଚଳ କାର୍ଯ୍ୟାଳୟ ତରଫରୁ କଲେଜ ପରିସର ମଧ୍ୟରେ ୭୩ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅଧକ୍ଷ ନୃସିଂହ ଚରଣ ପ୍ରଧାନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କୁ ଗ୍ଲୋବାଲ ୱାରମୀଙ୍ଗରେ ବୃକ୍ଷର ମହତ୍ତ୍ଵ ସମ୍ପର୍କରେ ଉଦବୋଧନ ଦେଇଥିଲେ ।କାର୍ଯ୍ୟକ୍ରମ ସଂଯୋଜକ ଯୁବ ରେଡକ୍ରସ୍ କାଉନସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରି ଜୀବନ ଜୀବିକା ପାଇଁ ବୃକ୍ଷର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ । ମୁଖ୍ୟ ବକ୍ତା ଭାବେ ସ୍କାଉଟ୍ ଏଣ୍ଡ ଗାଇଡ ରୋଭର ଲିଡର ଡଃ ଜୟ ଦେବ ଗୌଡ଼ ସାମାଜିକ ବନୀକରଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।






ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ପ୍ରସାଦ ରେଞ୍ଜ ବନପାଳ ଇଶା. ଗଣେଶ ଦୃତ ଗତିରେ ଶିଳ୍ପର ବିକାଶ ସାଙ୍ଗକୁ ବୃକ୍ଷ ଛେଦନ କିପରି ମଣିଷ ଜୀବନକୁ ବିପର୍ଯ୍ୟୟ ଆଡ଼କୁ ଟାଣି ନେଉଛି ତାହା ବୁଝାଇଥିଲେ । ଅନ୍ୟତମ ଅତିଥି  ଭାବେ ବିଦ୍ୟୁତ୍ ଲତା ତ୍ରିପାଠୀ, ବନରଖି ଚାରା କିପରି ମିଳେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗେନ୍ଦ୍ର ନାଥ ସ୍ୱାଇଁ,  ସ୍ୱାତି ଏନଜିଓ ର ଟିମ୍ ଲିଡର,  ସ୍ୱାତି ଏନଜିଓର ବିଭାଗୀୟ ଅଧିକାରୀ ରୁଦ୍ର ମାଧବ ସାହୁ ଯୋଗ ଦେଇଥିଲେ । ସ୍ବେଚ୍ଛାସେବୀ ଜ୍ୟୋତି ନାୟକ ବୃକ୍ଷର ମହତ୍ତ୍ଵ  ସମ୍ପର୍କରେ ଅନୁଭବର କଥା କହିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ବହୁ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କଲେଜ କର୍ମଚାରୀ ଓ ବନ ବିଭାଗ କର୍ମଚାରୀ ଯୋଗ ଦେଇଥିଲେ । କଲେଜ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଶେଷରେ ସରୋଜ କୁମାର ନାୟକ, ଯୁବ ପରାମର୍ଶ ଦାତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post
Header ADS