BREAKING
Loading...
:

ଜଗନ୍ନାଥ ପ୍ରସାଦ ରେ ପ୍ରଥମ ଶ୍ରେଣୀ ବିଚାର ବିଭାଗିୟ ଅଦାଲତ କୁ ଉଦଘାଟନ କଲେ ଓଡ଼ିଶା ହାଇ କୋର୍ଟ ର ମୁଖ୍ୟ ବିଚାରପତି ମାନ୍ୟବର ଏସ.ମୁରଲୀଧର

 


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ଗଞ୍ଜାମଜିଲ୍ଲା  ଜଗନ୍ନାଥ ପ୍ରସାଦରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ର ଶୁଭ ଉଦଘାଟନ ସହ ଶୁଭାରମ୍ଭ  ରାଜସ୍ୱ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ମାନ୍ୟବର ଡକ୍ଟର ଏସ.ମୁରଲୀଧର ଓ  ଗଞ୍ଜାମ ଜିଲ୍ଲା ଦାଇତ୍ୱରେ ଥିବା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଡକ୍ଟର ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ମାନ୍ୟବର  ଓଡ଼ିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ର ଭିଜିଲାନ୍ସ  ଏ.କେ ପଶ୍ଚିମ କବାଟ, ଗଞ୍ଜାମ ଜିଲ୍ଲା ଜଜ ଆନନ୍ଦଚନ୍ଦ୍ର ବେହେରା ଅତିଥି ରୂପେ ଯୋଗ ଦେଇଥିଲେ l

କଡା ସୁରକ୍ଷା ବଳୟରେ ପ୍ରଥମେ 11.05 ସମୟରେ ଲଙ୍କାଗଡ ରୋଡ଼ ସ୍ଥିତ  ସରକାରୀ ଜମିରେ ହେବାକୁ ଥିବା ସ୍ଥାୟୀ ସରକାରୀ କାର୍ଯ୍ୟାଳୟ ଓ ସ୍ଥାୟୀ ସରକାରୀ ବାସଭବନ ପାଇଁ ଶୁଭ ଦେବା ସହ ଦିନ 11.15ମୀନଣ୍ଟ ସମୟରେ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତକୁ ଲୋକାର୍ପଣ କରିଥିଲେ l


ଜଗନ୍ନାଥ ପ୍ରସାଦ ନୂତନ କୋର୍ଟର ବିଚାରପତି   ପ୍ରଜ୍ଞା ରାଉତଙ୍କ ଉପସ୍ଥିତିରେ  ମାମଲାର ଜାମିନ ସଂକ୍ରାନ୍ତିୟ ଶୁଣାଣି କରି ଜାମିନ ପ୍ରଦାନ ଯାଇଥିଲା l

ଆୟୋଜିତ ମଞ୍ଚରେ ମୁଖ୍ୟ ବିଚାରପତି ଙ୍କୁ  ଓକିଲ ପବିତ୍ର ପ୍ରସାଦ ସାହୁ,

ଜଷ୍ଟିସ B. R. sarsngi ଙ୍କୁ  ସରକାରୀ ଓକିଲ ଦିବାକର ନାୟକ,

ଗଂଜାମ ଜିଲ୍ଲା ଜଜ ଆନନ୍ଦ ଚନ୍ଦ୍ର ବେହେରା ଙ୍କୁ ଓକିଲ ନିରାକାର ସାହୁ ଓ ସମ୍ପାଦକ ଅମରେଶ ମହାପାତ୍ର ଙ୍କୁ ଓକିଲ ନିଳାଞ୍ଚଲ ଖିଲାର ଫୁଲତୋଡା ଓ ଉତରୀୟ ଦେଇ ସମର୍ଦ୍ଧିତ କରିଥିଲେ। ମାନ୍ୟବର ବିଚାରପତି ଶ୍ରୀ ଏସ ମୁରଲୀଧର ତାଙ୍କ ବ୍ୟକ୍ତବ୍ୟରେ କହିଥିଲେ ଯେ ଜଣେ ସାଧାରଣ ମଣିଷର ହୃଦବୋଧ ହେବାକୁ ପଡିବ ଯେ ସେ ନ୍ୟାୟ ପାଇବା ପାଇଁ ଅଦାଲତ କୁ ଆସିଛି ଏବଂ ସେ ନିଶ୍ଚିତ ଭାବରେ ନ୍ୟାୟ ପାଇବ ତେବେ ଯାଇ ଅଦାଲତ, ବିଚାରପତି ଓ ଆଇନଜୀବୀ ମାନଙ୍କ ଗୌରବ ବୃଦ୍ଧି ପାଇବ l

କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ,ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ , ଉପଖଣ୍ଡ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଉପସ୍ଥିତ ଥିଲେ। ଥାନାଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ଓ ତାରାସିଂଙ୍ଗି ଥାନାଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ଦାସ,ଏସଆଇ ସୁଶାନ୍ତ କୁମାର ପ୍ରଧାନ, ଏସ.ଆଇ ଚନ୍ଦ୍ରଶେଖର ବେହେରା, ଏସ.ଆଇ ନିରଞ୍ଜନ ଦାସ,ଏ ଏସ ଆଇ ପ୍ରଭାତୀ ବେହେରା ଉପସ୍ଥିତ ରହି ଆଇନ ଶୃଙ୍ଖଳା ତଦାରଖ କରିଥିଲେ l ଉତ୍ସବରେ  ଗଞ୍ଜାମ ଜିଲ୍ଲାର ଭଞ୍ଜ ନଗର,କୋଦଳା, ପୋଲସରା, ହିଞ୍ଜିଳିକାଟୁ, ବ୍ରହ୍ମପୁର କୋର୍ଟର ସମେତ ଗଞ୍ଜାମ ଜିଲ୍ଲାରେ ଥିବା ସମସ୍ତ କୋର୍ଟର ବିଚାରପତି ମାନେ ଉପସ୍ଥିତ ଥିଲେ l  ଆଇନଜୀବୀ ଜ୍ୟୋତିରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା  କରିଥିଲେ l ସମ୍ପାଦକ ଅମରେଶ କୁମାର ମହାପାତ୍ର  ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ପଣ୍ଡା, ସ୍ଥାନୀୟ ତହସିଲଦାର ମନୋଜ କୁମାର ତ୍ରିପାଠୀ,ଆଞ୍ଚଳିକ ପରିବହନ ଅଧିକାରୀ , ଶୁଭେନ୍ଦୁ ରଞ୍ଜନ ରାୟ , ରେଞ୍ଜର ଉମାକାନ୍ତ ଦାସ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ l ଭଞ୍ଜନଗର ଆଇନଜୀବି ସଙ୍ଘର ସଭାପତି ସନ୍ତୋଷ କୁମାର ନାୟକ , ସୋମନାଥ ନାୟକ,ଏମ ତାଜ ଆଦେନି,ରାଜେନ୍ଦ୍ର ପ୍ରଧାନ,ରବୀନ୍ଦ୍ର ନାଥ ଦାସ,ରମେଶ ଚନ୍ଦ୍ର ପଣ୍ଡା,ସନ୍ତୋଷ ତିଆଡ଼ି,ଦିବାକର ନାୟକ,ପ୍ରଦ୍ୟୁମ୍ନ କୁମାର ନାୟକ,






ନିରାକାର ସାହୁ,ଅରୁଣ ପ୍ରଧାନ,ରଂକନିଧି ପାତ୍ର,ନିଳାଞ୍ଚଳ ଖିଲାର, ଜନାର୍ଦନ ପ୍ରଧାନ, ବିକାଶ ରଞ୍ଜନ ବେହେରା,   ବିନାୟକ ପ୍ରଧାନ,ଦିଗାମ୍ବର ନାୟକ, ଓମ ପ୍ରକାଶ ପ୍ରଧାନ,ପ୍ରଣବ ନାୟକ, ପ୍ରଦୀପ୍ତ କୁମାର ପଣ୍ଡା, ଦୁଃଖୀଶ୍ୟାମ ପ୍ରଧାନ, ସୁକାନ୍ତ କୁମାର ପ୍ରଧାନ, ସନ୍ତୋଷ କୁମାର ଶତପଥୀ, ଲକ୍ଷଣ ସେଠୀ, ଶିଶିରକାନ୍ତ ତ୍ରିପାଠୀ,ସନ୍ତୋଷ ବେହେରା ସମେତ ବହୁ ଆଇନଜୀବୀ ଉପସ୍ଥିତଥିଲେ।

ବ୍ୟୁରୋ ରିପୋର୍ଟ, ନୀଳଚକ୍ର live

Post a Comment

Previous Post Next Post
Header ADS