BREAKING
Loading...
:

ନବଗଠିତ ଶିକ୍ଷକ ସଙ୍ଘର ପ୍ରଥମ ଜରୁରୀ ବୈଠକ

 

 


ଜଗନ୍ନାଥପ୍ରସାଦ (ନିରାକାର ସାହୁ)ସ୍ଥାନୀୟ ମା' କରଞ୍ଜେଇ ବୁଢ଼ୀ ଠାକୁରାଣୀ ପୀଠରେ ଜଗନ୍ନାଥପ୍ରସାଦ ବ୍ଲକର  ନବଗଠିତ ପ୍ରାଥମିକ ଶିକ୍ଷକ ସଙ୍ଘର ଏକ ଜରୁରୀ ବୈଠକ ସଭାପତି ଶ୍ରୀ ପତିତପାବନ ନାୟକଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଶ୍ରୀ ଅନ୍ନଦା ତ୍ରିପାଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ! ବରିଷ୍ଠ ଶିକ୍ଷାବିତ ଶ୍ରୀ ପ୍ରଦୀପ୍ତ କିଶୋର ଭୂୟାଁ ଓ ସଭାପତି ଶ୍ରୀ ନାୟକ  ଇଷ୍ଟଦେବୀ ମା'  କରଞ୍ଜେଈଙ୍କ ଠାରେ ଧୂପଦ୍ବୀପ ପ୍ରଦାନ କରିବା ସହ ବରିଷ୍ଠ ଶିକ୍ଷୟିତ୍ରୀ ରଂଜିତା ପତିଙ୍କ ସୁମଧୁର ବିଭୁ ବନ୍ଦନା ଓ ସାମୁହିକ  ଗାୟତ୍ରୀ ମନ୍ତ୍ରମାଧ୍ୟମରେ ବୈଠକର ଶୁଭାରମ୍ଭ ହୋଇଥିଲା ! ପରେ ସଙ୍ଘ ତରଫରୁ ଦିବଂଗତ ଶିକ୍ଷକ ଓ ବିଶେଷକରି ନିକଟରେ ପରଲୋକ ଘଟିଥିବା ଅବସରପ୍ରାପ୍ତ ଶିକ୍ଷକ ସ୍ବର୍ଗତ ଲଳିତ ମୋହନ ଷଡ଼ଙ୍ଗୀ, ସ୍ବର୍ଗତ  ଅଭିମନ୍ୟୁ ସେଠୀ ଓ ସ୍ବର୍ଗତ ଗଙ୍ଗାଧର ବେହେରାଙ୍କ ଅମର ଆତ୍ମାର ସଦଗତି ପାଇଁ  ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା  ! ବୈଠକର ଦ୍ଵିତୀୟ ପର୍ଯ୍ୟାୟରେ  ଆବାହକ ଶ୍ରୀ ଅନ୍ନଦା ତ୍ରିପାଠୀ ସମସ୍ତଙ୍କୁ ଭବ୍ୟ ସ୍ୱାଗତ କରିବା ସହ  ଆଜିର ବୈଠକର ଉଦ୍ଦେଶ୍ୟ  ଜ୍ଞାପନ  କରି ପୂର୍ବ ବୈଠକର  ବିବରଣୀ ପାଠ କରି କରିଥିଲେ ଓ ତାହା ଆଜିର ସଭାଦ୍ୱାରା ଅନୁମୋଦିତ ହୋଇଥିଲା  !ବୈଠକରେ ସଦସ୍ୟ ସଦସ୍ୟା ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ମାନସମନ୍ଥନ କରାଯାଇଥିଲା ! 

ସମ୍ପାଦକ ଶ୍ରୀ ତ୍ରିପାଠୀ ନୂତନ କର୍ମକର୍ତ୍ତାମାନଙ୍କୁ  ଶିକ୍ଷକ ମାନଙ୍କ "Freedom  on "SECURITY",  Freedom on "EXPRESSION" , Freedom on "ACADEMICS" ଓ Freedom on "PRIVACY" ଉପରେ ଗୁରୁତ୍ୱ ଦେଇ ନିଜର କର୍ତ୍ତବ୍ୟ ନିର୍ବାହ କରିବା ପାଇଁ ଗୁରୁମନ୍ତ ଦେଇ ଥିଲେ ! ନିଜର ଭାଷା, କାର୍ଯ୍ୟ ଓ ବ୍ୟବହାର କୁ ପାଥେୟ କରି ଆମେ ଆଗକୁ ବଢ଼ିପାରିବା ! ଭାଷା ଦ୍ୱାରା ନିଜର ଜ୍ଞାନ, କାର୍ଯ୍ୟ ଦ୍ୱାରା ନିଜର ଯୋଗ୍ୟତା ଓ ବ୍ୟବହାର ଦ୍ୱାରା ନିଜର ବଂଶର ପରିଚୟ ମିଳିଥାଏ ବୋଲି ସେ ବୁଝାଇ ସଂଘୀୟ ଗଣତାନ୍ତ୍ରିକ  ମନ୍ତ୍ରରେ ସମସ୍ତେ ଉତପ୍ଲୁତ  ହେବା ପାଇଁ ମତପୋଷଣ କରିଥିଲେ  !

ଶିକ୍ଷକମାନଙ୍କ ସଂଘୀୟ ଏକତା ଓ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ଯଥା ଆର ଏ ସି ପି /ଏନପିଏସ ଶିକ୍ଷକଙ୍କ ପାଇଁ ପୁରୁଣା ପେନସନ ଲାଗୁ /ଶିକ୍ଷକମାନଙ୍କୁ  ଅବସର ଦିନ ହିଁ ସେମାନଙ୍କ ପ୍ରାପ୍ୟ ପ୍ରଦାନ/ ମଧ୍ୟାହ୍ନ ଭୋଜନ ଅର୍ଥ ପ୍ରଦାନ /ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବିଭିନ୍ନ ଛୁଟି ମଂଜୁର କରି ବକେୟା ଅର୍ଥ ପ୍ରଦାନ /ବନ୍ଦ ଥିବା ଇଙ୍କ୍ରିମେଣ୍ଟ ପ୍ରଦାନ /କ୍ଲଷ୍ଟର ସ୍ତରରେ ସଙ୍ଘ ପ୍ରତିନିଧି ଚୟନ/ସ୍ଥାୟୀ ବି ଇ ଓ ନିଯୁକ୍ତି  ଓ ଆସନ୍ତା  ଗୁରୁଦିବସ ପାଳନ ଉପରେ  ବିଶଦ ଆଲୋଚନା କରାଯାଇଥିଲା !

ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାକୁ ବିଭିନ୍ନ ଅଧିକାରୀଙ୍କ ନିକଟରେ ଉପସ୍ଥାପନା କରିବା ସହ ସେମାନଙ୍କ ନୈତିକ ଅଧିକାର ଦାବୀର ସମାଧାନ କରିବା ପାଇଁ  ଏକ "ଅଭିଯୋଗ ପ୍ରତିକାର କମିଟି"(Grievance Redressal Committee ) ଗଠନ କରିବାର ପ୍ରସ୍ତାବ ଆଗତ ହୋଇଥିଲା ! ଉକ୍ତ କମିଟି ଶିକ୍ଷକମାନଙ୍କ ତରଫରୁ ଆସୁଥିବା ବିଭିନ୍ନ ଦାବୀକୁ ବିଚାର କରି ତାହାର ଆଶୁ ସମାଧାନ ପାଇଁ ପଦକ୍ଷେପ ନେବାକୁ  ସଙ୍ଘକୁ ପରାମର୍ଶ ଦେବ  !

ଏହି କମିଟି ଗଠନ ଉପରେ ପରବର୍ତ୍ତୀ ସମୟରେ ବିଚାର କରାଯିବା ପାଇଁ ସ୍ଥିର ହୋଇଥିଲା !ଉକ୍ତ ବଳିଷ୍ଠ ଓ ହୃଦୟସ୍ପର୍ଶୀ  ଆଲୋଚନାରେ ସଙ୍ଘର ଉପଦେଷ୍ଟା ଶ୍ରୀ ପ୍ରଦୀପ୍ତ କିଶୋର ଭୂୟାଁ, ଶ୍ରୀ ପଞ୍ଚାନନ ମିଶ୍ର, ଶ୍ରୀ ସୁଧୀର କୁମାର ସାହୁ, ଶ୍ରୀ ବସନ୍ତ କୁମାର ମିଶ୍ର,, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, , ଶ୍ରୀ କବିରାଜ ଡାକୁଆ ଓ  ଶ୍ରୀ କାହ୍ନୁ ଚରଣ ଗୌଡ଼, ସଙ୍ଘର ଉପ ସଭାପତି ଶ୍ରୀ ବୁଲୁ ବେହେରା ଓ ଶ୍ରୀମତୀ ରଂଜିତା ପତି, ଯୁଗ୍ମ ସମ୍ପାଦକ ଶ୍ରୀ ରବୀନ୍ଦ୍ର କୁମାର ରଥ ଓ ଶ୍ରୀମତୀ ରଂଜୁଲତା ପାତ୍ର, ଜିଲ୍ଲା ସଭ୍ୟ ଶ୍ରୀ ରମେଶ ଚନ୍ଦ୍ର ବିଶୋଇ, ଶ୍ରୀ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଓ ଶ୍ରୀମତୀ କୁମୁଦିନୀ ବେହେରା ଭାଗ ନେଇଥିଲେ !ପରିଶେଷରେ ଜିଲ୍ଲା ସଭ୍ୟ ଶ୍ରୀ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ  ସମସ୍ତଙ୍କୁ ଧନ୍ୟବାଦ ଦେବା ପରେ ସଭାପତି ଶ୍ରୀ ନାୟକ ସଭାକୁ ବିଶ୍ରାମ ଦେଇଥିଲେ
  !

Post a Comment

Previous Post Next Post
Header ADS