BREAKING
Loading...
:

ଜଗନ୍ନାଥ ପ୍ରସାଦ ବ୍ଲକ ଓ ବଣିକ ସଙ୍ଘ ତରଫରୁ ପ୍ରଥମ ମହିଳା OAS ଲିପିନା ଦାସ ଙ୍କୁ ସମ୍ବର୍ଦ୍ଧନା

 




ଜଗନ୍ନାଥ ପ୍ରସାଦ(ନିରାକାର ସାହୁ)ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅଞ୍ଚଳର  ପ୍ରଥମ ମହିଳା OAS ଲିପିନା ଦାସ ଙ୍କୁ ଜଗନ୍ନାଥ ପ୍ରସାଦ ବ୍ଲକ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ବିଡ଼ିଓ ଅନୁପ କୁମାର ପଣ୍ଡା,ବ୍ଲକ ଅଧକ୍ଷା ଜୟଶ୍ରୀ ସାହୁ,ଉପାଧକ୍ଷ ରଞ୍ଜିତ କୁମାର ପାତ୍ର, OAS ଲିପିନା ଦାସ ଙ୍କୁ ଫୁଲତୋଡା ,ଉତରୀୟ, ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ,ସେହିପରି ମା କରଂଜେଇ ବଣିକ ସଂଘ ତରଫରୁ ସଭାପତି ମାନସ ରଞ୍ଜନ ପରିଛା ଓ ବ୍ୟବସାୟୀ ମାନେ ମଧ୍ୟ OAS ଲିପିନା ଦାସ ଙ୍କୁ ଫୁଲ ତୋଡା ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରି ସମାଜ ର ବିଭିନ୍ନ ଵର୍ଗ ର ଲୋକଙ୍କ ସର୍ବାଙ୍ଗୀନ ଉରନ୍ତି ପାଇଁ ଚେଷ୍ଟା କରିବା ପାଈଁ ଅନୁରୋଧ କରିଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାରୀ ସଶକ୍ତିକରଣ ପାଇଁ ଗୁରୁତ୍ୱ ଦେବା ର ଏହା ଏକ ଉଦାହରଣ ଯେ  ମହିଳା ମାନେ OAS ପାଇ ପାରୁଛନ୍ତି, ଓ ମୋ ବ୍ଲକ ର ପ୍ରଥମେ ଜଣେ ମହିଳା ଲିପିନା ଦାସ OAS ପାଇଲେ ତେଣୁ ତାଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣେଇବା ସହ ମୁଁ ଜଣେ ମହିଳା ହିସାବ ରେ ବହୁତ ଗର୍ବ ଅନୁଭବ କରୁଛି ବୋଲି ବ୍ଲକ ଅଧକ୍ଷା ଜୟଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ।






ବ୍ଲକ ର କର୍ମଚାରୀ ମାନେ ସମ୍ବର୍ଦ୍ଧନା ସଭା ରେ ସ୍ୱାଗତ ଭାଷଣ ଦେବା ସହ ସାମ୍ବାଦିକ ନିରାକାର ସାହୁ ଭି ଅନେକ ଅନେକ ଶୁଭ କାମନା କରିଥିଲେ ଓ ସେ ଆମ ଅଞ୍ଚଳର ଗର୍ବ ଓ ଗୌରବ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ।OAS ଲିପିନା ଦାସ ମଧ୍ୟ ତାଙ୍କୁ ଏପରି ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇଥିବା ରୁ ବ୍ଲକ ପ୍ରଶାସନ, ବ୍ଲକ ଅଧକ୍ଷା,ଉପାଧ୍ୟକ୍ଷ ,ବଣିକ ସଂଘ କର୍ମକର୍ତ୍ତା ଓ ସାମ୍ବାଦିକ ଙ୍କୁ ଧନ୍ୟବାଦ ଦେଇଥିଲେ।

Post a Comment

Previous Post Next Post
Header ADS