ଭଞ୍ଜନଗର (ନିରାକାର ସାହୁ)ଭଞ୍ଜନଗର ଓକିଲ ସଂଘ ର ମହିଳା ଓକିଲ ଅଭାଗିନୀ ବିଶୋଇ ଓ ତାଙ୍କ ଭାଇ ଭାଉଜ ଙ୍କୁ କିଛି ଦୃବୁତ ଘରେ ପଶି ଗତ ବୁଧବାର ରାତ୍ର ୯ରେ ମରଣାତ୍ମକ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗା ରୁଜା କରିଥିଲେ ଓ ହାତରେ ଠେଙ୍ଗା ,ବାଡ଼ି, ମାରାନାସ୍ତ୍ର ,ଓ ହାତ ବୋମା ଧରି ଆତଙ୍କ ସୃଷ୍ଟି କରିଥିଲେ।ଘଟଣା ସମ୍ପର୍କରେ ମହିଳା ଓକିଲ ଜଣଙ୍କ ଭଞ୍ଜନଗର ପୋଲିସ ଥାନା ରେ ଲିଖିତ ଅଭିଯୋଗ ଦେଇଥିଲେ।କିନ୍ତୁ ପୋଲିସ ଖାମାଖୀଆଲି ଭାବେ କୋହଳ ଦଫା ଲଗେଇ ଥିବାରୁ ଏହାର ପ୍ରତିବାଦ କରି ଓକିଲ ମାନେ ରାଜରାସ୍ତାକୁ ଓଲେହି ଥିଲେ ଓ ପୋଲିସ ବିରୋଧୀ ନାରାବାଜି ଦେଇଥିଲେ।ଘଟଣା ଅନୁଯାୟୀ ଗତ ୧୬ ତାରିଖ ବୁଧୁବାର ରାତ୍ର ୯ଟା ସମୟରେ ଭଞ୍ଜନଗର କଳିଙ୍ଗ ବିହାର ରେ କିଛି ଦୃବୁତ ଅଜିତ ସେଠୀ ନାମକ ଜଣେ ଯୁବକ ଠାରୁ ମୋବାଇଲ ଓ ୫ହଜାର ଟଙ୍କା ଛଡାଇ ନେଇ ତାକୁ ଗୋଡେଇ ଗୋଡେଇ ମାରୁଥିବା ସମୟ ରେ ପ୍ରାଣବିକଳ ରେ ସେ ସେହି ସାହି ରେ ରହୁଥିବା ମହିଳା ଓକିଲ ଅଭାଗିନୀ ବିସୋଇ ଙ୍କ ଘରେ ପସିଯାଇଥିଲେ।ମହିଳା ଓକିଲ ଜଣଙ୍କ କଣ ପାଈଁ ଅଜିତ କୁ ସାହାରା ଦେଲେ ବୋଲି ଦୃବୁତ ମାନେ ମହିଳା ଓକିଲ ଙ୍କ ଘରେ ପଶି ଗାଡ଼ି ଭଙ୍ଗାରୁଜା କରିବା ସହ ଫ୍ରିଜ ଭାଙ୍ଗି ଦେଇଥିଲେ।ମହିଳା ଓକିଲ ଓ ତାଙ୍କ ଭାଇ ଭାଉଜ ଙ୍କୁ ଦୃବୃତ ମାନେ ମରଣାତ୍ମକ ଆକ୍ରମଣ କରିଥିଲେ।ଅଵସର ପ୍ରାପ୍ତ ପୋଲିସ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା କଣ ପାଇଁ ପୋଲିସ କୁ ଖବର ଦେଲେ ବୋଲି ତାଙ୍କୁ ମଧ୍ୟ ଦୃବୃତ ମାନେ ମାଡ଼ ମାରି ହାତ ଭାଙ୍ଗିଦେଇଥିଲେ।ଦୃବତ ମାନେ ହାତରେ ଠେଙ୍ଗା ,ବାଡ଼ି, ମାରଣାସ୍ତ୍ର ,ହାତ ବୋମା ଧରି ବହୁ ସମୟ ଧରି ଆତଙ୍କ ସୃଷ୍ଟି କରିଥିଲେ।ମହିଳା ଓକିଲ ଜଣଙ୍କ ଭଞ୍ଜନଗର ପୋଲିସ ଥାନା ରେ ଲିଖିତ ଏତେଲା ଦେଇ ଥିଲେ, ପୋଲିସ ଖାମାଖିଆଲି ଭାବେ କୋହଳ ଦଫା ଲଗେଇ ଥିବାରୁ ଏହାର ପ୍ରତିବାଦ କରି ଓକିଲ ସଂଘ ର ସଦସ୍ୟ ମାନେ ସଭାପତି ସନ୍ତୋଷ କୁମାର ନାୟକ ଙ୍କ ସଭାପତିତ୍ୱ ରେ କୋର୍ଟ ପରିସରରେ ଜରୁରୀ ବୈଠକ ହୋଇଥିଲା।ଓକିଲ ମାନଙ୍କ ନିଷ୍ପତି ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କଡା ଓ ଉଚିତ ଦଫା ଲଗେଇ କୋର୍ଟ ଚାଲନ ପୋଲିସ କରୁ ବୋଲି ପ୍ରତିବାଦ କରି କୋର୍ଟ ଆଗରେ ଓକିଲ ମାନେ ଶୁକ୍ରବାର ଅପରାହ୍ନ ୩ଟା ସମୟ ଠାରୁ ରାସ୍ତା ରୋକ କରିଥିଲେ।ବହୁ ସମୟ ଧରି ଭଞ୍ଜନଗର ପୋଲିସ ଥାନା ଅଧିକାରୀ ଘଟଣା ସ୍ଥଳ ରେ ନ ପହଞ୍ଚି ଥିବା ରୁ ଓକିଲ ମାନେ ପ୍ରବଳ ହାଟଗୋଳ କରିବା ସହ ପୋଲିସ ବିରୋଧୀ ନାରାବାଜି କରିଥିଲେ।ଶେଷରେ ଭଞ୍ଜନଗର ପୋଲିସ ଥାନା ଅଧିକାରୀ ଧୀରେଶ କୁମାର ଦାସ ଘଟଣା ସ୍ଥଳରେ ପହଞ୍ଚି ଓକିଲ ମାନଙ୍କୁ ବୁଝାସୁଝା କରିଥିଲେ, ଓ ୫ ଜଣ ଅଭିଯୁକ୍ତ କୁ ଅଟକ ରଖି ପଚରା ଉଚରା କରୁଛନ୍ତି , କଡା ଓ ଉଚିତ ଦଫା ଲଗେଇ ସେମାନଂକୁ କୋର୍ଟ ଚାଲାଣ କରିବେ ବୋଲି କହିବାରୁ ଓକିଲ ମାନେ ଧାରଣା ରୁ ଓହରି ଥିଲେ।ପୋଲିସ ସଂଗେ ସଂଗେ ୩ଜଣ ଅଭିଯୁକ୍ତ କୁ ପୋଲିସ ଥାନା କେଶ ନମ୍ବର-୬୨୨ରେ ଦଫା-341,452,323,294,506,427,325,354 B,307,4ES ଧାରା ରେ କୋର୍ଟ ଚାଲାଣ କରିଥିଲେ।ଓକିଲ ସଂଘ ର ନିଷ୍ପତ୍ତି ଅନୁଯାୟୀ ଅଭିଯୁକ୍ତ ମାନଙ୍କ ପାଇଁ କୌଣସି ଓକିଲ ନ ଲଢ଼ି ବାରୁ ଅଭିଯୁକ୍ତ ମାନେ ଜେଲ ହଜାତ କୁ ଯାଇଛନ୍ତି।ରାସ୍ତା ରୋକ ସମୟ ରେ ବରିଷ୍ଠ ଓକିଲ M. ତାଜ ଆଦେନି,ଓକିଲ ସଙ୍ଘ ର ସଭାପତି ସନ୍ତୋଷ କୁମାର ନାୟକ,ଉପସଭାପତି ଧୀରେନ ସ୍ୱାଇଁ, ସମ୍ପାଦକ ଅମରେଶ ମହାପାତ୍ର, ସହ ସମ୍ପାଦକ ଚନ୍ଦ୍ରମଣୀ ମହାପାତ୍ର, କୋଷାଧ୍ୟକ୍ଷ ଗିରିଜା ଶଙ୍କର ଭୂୟାଁ, କାର୍ଯ୍ୟକାରୀ ସଦସ୍ୟ ନିରାକାର ସାହୁ, ଅରୁଣ ପ୍ରଧାନ,ସ୍ନିଗାଧା ଦାସ ,ଓ ସୋମନାଥ ନାୟକ,ଗୋପାଳ କୃଷ୍ଣ ପ୍ରଧାନ,ବୈଦ୍ୟନାଥ ସାହୁ, ଦଣ୍ଡପାଣି ସ୍ବାଇଁ, ଵିନୟ ରଥ,ରବି ଦାସ, ଲଡ଼ୁ କିଶୋର ଆଲଟିଆ,ଗୋପଳ ବିଶୋଇ,ଅଳକା ପଟ୍ଟନାୟକ,,ପ୍ରଦ୍ୟୁମ୍ନ କୁମାର ନାୟକ,ଦିବାକର ନାୟକ, ରବି ଦାସ,ସନ୍ତୋଷ ତିଆଡି, ରଞ୍ଜିତ କୁମାର ମିଶ୍ର,ଛବିଲାଲ ପୃଷ୍ଟି,ଅଶ୍ୱିନୀ ପାଣିଗ୍ରାହୀ,ବଟକୃଷ୍ଣ ପଣ୍ଡା, ଅଭାଗିନୀ ବିଶୋଇ, ପାର୍ଥ ସାରଥି ଗୌଡ଼,ବିଷ୍ଣୁପ୍ରସାଦ ପ୍ରଧାନ,ଅକ୍ଷୟ ସାହୁ,ଅଶୋକ କୁମାର ଗୌଡ଼, ଖରାଂସୁ ଦାସ, ଦ୍ୟୁତି କୃଷ୍ଣ ମହାପାତ୍ର,ମନୋଜ ପଟ୍ଟନାୟକ, ଓଁ ପ୍ରକାଶ ପ୍ରଧାନ,ତ୍ରିନାଥ ମଲିକ ସମେତ ବହୁ ଓକିଲ ରାସ୍ତାରୋକ ରେ ସାମିଲ ଥିଲେ।
Post a Comment