ବିଶ୍ଵ ଏଡ଼ସ ଦିବସ ଉପଲକ୍ଷେ ଯୁବ ରେଡକ୍ରସ୍ କାଉନସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତିଙ୍କ ନେତୃତ୍ୱରେ ସଚେତନତା ପଦଯାତ୍ରା
ଜଗନ୍ନାଥ ପ୍ରସାଦ( ନିରାକାର ସାହୁ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଡ୍ ରିବନ କ୍ଲବ ତରଫରୁ ବିଶ୍ଵ ଏଡ଼ସ ଦିବସ ଉପଲକ୍ଷେ ଏକ ସଚେତନତା ପଦଯାତ୍ରା ଯୁବ ରେଡକ୍ରସ୍ କାଉନସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ୫୦ ରୁ ଉର୍ଦ୍ଧ ସ୍ବେଚ୍ଛାସେବୀ ଜଗନ୍ନାଥ ପ୍ରସାଦର ବିଭିନ୍ନ ସାହି ପରିକ୍ରମା କରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ ।
ଡ଼ଃ ଅନିଲ କୁମାର ମାଝୀ ସ୍ବେଚ୍ଛାସେବୀ ମାନଙ୍କୁ ସ୍ଵାଗତ କରିବା ସହିତ ଏଡ଼ସ ବ୍ୟାପିବାର ମୁଖ୍ୟ କାରଣ ଉପରେ ଆଲୋକପାତ କରିଥିଲେ । ଏହା ପରେ ସ୍ବେଚ୍ଛାସେବୀ ମାନେ ICTC କେନ୍ଦ୍ରକୁ ଯାଇ ପରିଦର୍ଶନ କରିଥିଲେ । ମେଡିକାଲ ICTC ପରାମର୍ଶ ଦାତା ଶ୍ରୀ ପ୍ରଶାନ୍ତ କୁମାର ଦାସ ସ୍ବେଚ୍ଛାସେବୀ ମାନଙ୍କୁ "ମା ଠାରୁ ଶିଶୁକୁ ଏଡ଼ସ କିପରି ରୋକା ଯାଇ ପାରିବ" ତାହା ବୁଝାଇଥିଲେ ଓ ଛାତ୍ରଛାତ୍ରୀ ମାନଙ୍କୁ HIV ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ୩୦ ରୁ ଉର୍ଦ୍ଧ ସ୍ବେଚ୍ଛାସେବୀ ସ୍ବେଚ୍ଛାସେବୀ ସ୍ଵତଃ ପ୍ରବୁତ ଭାବେ HIV ପରୀକ୍ଷା କରିଥିଲେ ।
ପରେ ପରେ କଲେଜ ପରିସର ମଧ୍ୟରେ ଯୁବ ରେଡକ୍ରସ୍, ରେଡ ରିବନ୍ କ୍ଲବ, ଜାତୀୟ ସେବା ଯୋଜନା ଓ ଭାରତ ସ୍କାଉଟ୍ ଏଣ୍ଡ ଗାଇଡ ମିଳିତ ଆନୁକୁଲ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନଙ୍କ ସଭାପତତ୍ବରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ବକ୍ତା ଭାବେ ICTC ପରାମର୍ଶ ଦାତା ପ୍ରଶାନ୍ତ କୁମାର ଦାସ , ସମ୍ମାନିତ ଅତିଥି ଭାବେ ଜାତୀୟ ସେବା ଯୋଜନା ଅଧିକାରୀ ପ୍ରାଧ୍ୟାପକ ପ୍ରଶାନ୍ତ ରଥ, ଅତିଥି ଭାବେ ପ୍ରଧ୍ୟାପିକା ଆରତୀ ମହାପାତ୍ର , ପ୍ରାଧ୍ୟାପକ ଡ଼ଃ ଜୟଦେବ ଗୌଡ଼, ପ୍ରାଧ୍ୟାପକ ଭାସ୍କର ଗୌଡ଼, ପ୍ରାଧ୍ୟାପକ ସୁଧାଂଶୁ ରଞ୍ଜନ ଦାସ ଓ ଅଧ୍ୟାପିକା ସୁନୀତା ଗୌଡ଼ ଯୋଗ ଦେଇ ଏଡ଼ସ ସମ୍ପର୍କରେ ନିଜର ବକ୍ତବ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ ।
ରେଡ୍ ରିବନ କ୍ଲବ ତରଫରୁ ପୂର୍ବରୁ ତିନି ଦିନ ଧରି ହୋଇଥିବା ଏଡ଼ସ ସଂକ୍ରାନ୍ତୀୟ ପ୍ରବନ୍ଧ, ବକୃତା, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାର ଶ୍ରେଷ୍ଠ ତିନିଜଣଙ୍କୁ ଅଧ୍ୟକ୍ଷ ଓ ସମ୍ମାନିତ ଅତିଥି ମାନେ ପ୍ରଶଂସା ପତ୍ର ଓ ଟ୍ରଫି ଦେଇ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଡି.ଇ.ଓ ସରୋଜ କୁମାର ନାୟକ ଓ ସ୍ୱେଚ୍ଛାସବୀ ଶୋଭନ ସାହୁ, ଆଶିଷ ଡାକୁଆ, ରାଜେନ୍ଦ୍ର ନାୟକ, ଶୁଭମ୍ ମହାନ୍ତି, ଅଙ୍କିତା ଡାକୁଆ, ଇପ୍ସିତା ମହାନ୍ତି, ହରପ୍ରିୟା ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପ୍ରାଧ୍ୟାପକ ପ୍ରଶାନ୍ତ ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Post a Comment