କର୍ମଶାଳାକୁ ଜଗନ୍ନାଥ ପ୍ରସାଦ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅନୁପ କୁମାର ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କଲେ
ଜଗନ୍ନାଥ ପ୍ରସାଦ: ୦୩.୧୨.୨୦୨୨ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ନୂତନ ଭୋଟରଙ୍କ ନାମ ପଞ୍ଜିକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଜଗନ୍ନାଥ ପ୍ରସାଦ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅନୁପ କୁମାର ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି କର୍ମଶାଳାର ଉଦ୍ଦେଶ୍ୟ ଜ୍ଞାପନ କରିବା ସଙ୍ଗେସଙ୍ଗେ ନୂତନ ଭୋଟରଙ୍କୁ ନାମ ପଞ୍ଜିକରଣ କରିବା ପାଇଁ ଉତ୍ସାହିତ କରିଥିଲେ । ଶିଶୁ ସମନ୍ଵିତ ପ୍ରକଳ୍ପ ଅଧିକାରୀଣୀ ଶ୍ରୀମତୀ ଦର୍ଶନି ନାୟକ ଛାତ୍ରଛାତ୍ରୀ ମାନଙ୍କୁ ଦେଶର ନାଗରିକ ହେବା ସଙ୍ଗେସଙ୍ଗେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ନୂତନ ଭୋଟର ନାମ ପଞ୍ଜିକରଣ କରିବା ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ।
BLO ସର୍ବଶ୍ରୀ ସଞ୍ଜୟ କୁମାର ପ୍ରଧାନ, ପତିତପାବନ ନାୟକ ଓ ଅନ୍ୟାନ୍ୟ ଅଧିକାରୀ ମାନେ ନୂତନ ଭୋଟର ମାନେ କିପରି ସହଜରେ ସରଳ ଉପାୟରେ ପଞ୍ଜିକରଣ କରିପାରିବେ ସେହି ବିଷୟରେ ବୁଝାଇଥିଲେ । କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ନାମ ପଞ୍ଜିକରଣ କରି ଭାରତର ଗଣତନ୍ତ୍ର ପଦ୍ଧତିକୁ ସୁଦୃଢ କରିବା ପାଇଁ ଉତ୍ସାହିତ ଓ ସଚେତନ କରିଥିଲେ । ପରିଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଅଧ୍ୟାପକ ଡ଼ଃ ବିନୋଦ କୁମାର ଦାଶ, ନିରଞ୍ଜନ ଶତପଥୀ, ବିଭୂତି ଭୂଷଣ ପ୍ରଧାନ, ବିରଞ୍ଚି ନାରାୟଣ ପ୍ରଧାନ ଓ ଗ୍ରନ୍ଥାଗାରିକ ଶ୍ରୀଯୁକ୍ତ ରଘୁନାଥ ପାଣି, ଡି.ଇ.ଓ ସରୋଜ କୁମାର ନାୟକ ଓ କଲେଜର ସମସ୍ତ କର୍ମଚାରୀ କର୍ମଶାଳାକୁ ସଫଳ ରୂପାୟନ କରିବାରେ ସହଯୋଗ କରିଥିଲେ ।
Post a Comment