BREAKING
Loading...
:

ଜଗନ୍ନାଥ ପ୍ରସାଦ କଲେଜ ରେ ସ୍ବେଚ୍ଛାସେବୀ ଦିବସ ପାଳିତ

 



ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍ ଶାଖା ଓ ଭାରତ ସ୍କାଉଟ୍ ଏଣ୍ଡ ଗାଇଡ ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ପାଳିତ ହୋଇଯାଇଛି


ଜଗନ୍ନାଥ ପ୍ରସାଦ: ୦୫.୧୨.୨୦୨୨ (ନୀଳଚକ୍ର Live)ରିଖ ଦିନ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍ ଶାଖା ଓ ଭାରତ ସ୍କାଉଟ୍ ଏଣ୍ଡ ଗାଇଡ ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ ଜଗତରନାଥ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି  ଉଦଘାଟନ କରି ପ୍ରଥମେ ସ୍ବେଚ୍ଛାସେବୀ ମାନଙ୍କୁ ଶପଥ ପାଠ କରାଇଥିଲେ ଏବଂ ସ୍ବେଚ୍ଛାସେବୀର କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଯୁବ ରେଡକ୍ରସ୍ କାଉନସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି ପ୍ରଥମେ "ସ୍ବେଚ୍ଛାସେବୀ ଆମେ ସ୍ବେଚ୍ଛାସେବୀ ପରିବର୍ତ୍ତନର ଆମେ ଅସଲି ଚାବି" ଗୀତ ଗାନ କରି ସ୍ବେଚ୍ଛାସେବୀ ମାନଙ୍କ ମନରେ ଉଦ୍ଦୀପନା ସୃଷ୍ଟି କରିବା ସହିତ ଏହି ବର୍ଷର ଅନୁଚିନ୍ତା " ସ୍ବେଚ୍ଛାସେବୀଙ୍କ ମାଧ୍ୟମରେ ଏକତା" ବିଷୟରେ ବଖାଣିବା ସହିତ ଜଣେ ସ୍ବେଚ୍ଛାସେବୀ ର କର୍ତ୍ତବ୍ୟ ଓ ଅଧିକାର ସମ୍ପର୍କରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।



ମୁଖ୍ୟ ଅତିଥି ଭାବେ ଭାରତ ସ୍କାଉଟ୍ ଏଣ୍ଡ ଗାଇଡର ରୋଭର ଲିଡର ପ୍ରାଧ୍ୟାପକ ଡ଼ଃ ଜୟଦେବ ଗୌଡ଼ ଯୋଗଦେଇ  ଗୀତାରେ ସେବାର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ । କେତେକ ପୁରାତନ ସ୍ବେଚ୍ଛାସେବୀ ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ । ସ୍ବେଚ୍ଛାସେବୀ ଅଙ୍କିତା ଡାକୁଆ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଡି.ଇ.ଓ ସରୋଜ କୁମାର ନାୟକ ନିଜର ସ୍ବେଚ୍ଛାସେବୀ ଜୀବନର ଅନୁଭୂତି ବର୍ଣ୍ଣନା କରିବା ସହିତ ସ୍ବେଚ୍ଛାସେବୀ ସେବା ଦ୍ଵାରା ସମାଜରେ କିପରି ବନ୍ଦନୀୟ ସେ ବିଷୟରେ ବାଖାଣିଥିଲେ  ଓ ସମସ୍ତ ଅତିଥି ଓ ସ୍ବେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ଶୋଭନ ସାହୁ, ଆଶିଷ ଡାକୁଆ, ରାଜେନ୍ଦ୍ର ନାୟକ, ଶିବାନୀ ନାଇକ, ଇପ୍ସିତା ନାୟକ, ସସ୍ମିତା ନାୟକ, ଝୁମିରି ନାଇକ, ତୃପ୍ତିମୟୀ ବେହେରା ଓ ସୁଭସ୍ମିତା ନାଇକ ସହଯୋଗ କରିଥିଲେ ।

Post a Comment

Previous Post Next Post
Header ADS