ଜଗନ୍ନାଥ ପ୍ରସାଦ : ୨୫.୦୧.୨୦୨୩ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ମୋ କଲେଜ ଅଭିଯାନ, ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ମିଳିତ ଆନୁକୂଲ୍ୟରେ ୧୩ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ମତଦାତା ଦିବସ ପାଳନ କରିବାର ଉଦ୍ଦେଶ୍ୟ ଓ ମହତ୍ତ୍ଵ ସମ୍ପର୍କରେ ଜାତୀୟ ସେବା ଯୋଜନା ଅଧିକାରୀ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ସହ ନୂତନ ଯୋଗ୍ୟ ମତଦାତାଙ୍କୁ ବହୁ ସଂଖ୍ୟାରେ ନାମ ପଞ୍ଜିକରଣ କରି ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ ।
ଅର୍ଥନୀତି ବିଭାଗୀୟ ମୁଖ୍ୟ ଡ଼ଃ ବିନୋଦ କୁମାର ଦାଶ ନୂତନ ଭୋଟର ମାନଙ୍କୁ ନିର୍ଭୀକ ଭାବେ ମତଦାନ ସାବ୍ୟସ୍ତ କରି ନିର୍ବାଚନ ପକ୍ରିୟାରେ ସକ୍ରିୟ ଅଂଶ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ନିର୍ବାଚନ ଆୟୋଗଙ୍କ ସଚେତନ ବାର୍ତ୍ତାକୁ ଗାଁ ଗାଁ ରେ ପହଞ୍ଚାଇବା ଆମର କର୍ତ୍ତବ୍ୟ ବୋଲି ମଧ୍ୟ ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ ଛାତ୍ରଛାତ୍ରୀ ମାନେ ଆଜି ଯେଉଁ ଶପଥ ନେଲେ ତାହାକୁ ସର୍ବଦା କାର୍ଯ୍ୟରେ ପରିଣତ କଲେ ନିର୍ବାଚନ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ହୋଇ ପାରିବ ବୋଲି ମତ ରଖିଥିଲେ । ଅଧ୍ୟାପକ ଶ୍ରୀ ପଞ୍ଚାନନ ପୋଲାଇ ଆଜିର ଦିବସର ମହତ୍ତ୍ଵ ଓ ଏହାର କାର୍ଯ୍ୟକାରିତା ଉପରେ ଆମ ସମସ୍ତଙ୍କ ଦାୟିତ୍ଵ ବୋଧ ରହିବା ଉଚିତ ବୋଲି ମତ ପ୍ରକାଶ କରିଥିଲେ । ଅଧ୍ୟାପକ ଶ୍ରୀ ଶ୍ରୀକାନ୍ତ ପାତ୍ର ସମ୍ବିଧାନର ବିଭିନ୍ନ ଧାରା ଭିତରେ ମତଦାନ କରିବା ଧାରାକୁ ସମ୍ବିଧାନରେ କିପରି ଗୁରୁତ୍ଵ ପ୍ରଦାନ କରାଯାଇଛି ଉଲ୍ଲେଖ କରିଥିଲେ ।
ସଭାପତି ଶ୍ରୀଯୁକ୍ତ ସନାତନ ସାହୁ ନାରୀ ସଶକ୍ତି କରଣ ଅଭିଯାନ କାର୍ଯ୍ୟକ୍ରମରେ ନାରୀ ମାନଙ୍କ ଶାସନରେ ପ୍ରତିନିଧିତ୍ଵ କରିବାର ସୁଯୋଗକୁ ବ୍ୟାପକ କରିବାର ଯେଉଁ ବ୍ୟବସ୍ଥା ହୋଇଛି ତାହା ଭାରତୀୟ ସମ୍ବିଧାନର ଏକ ଉଲ୍ଲେଖନୀୟ ସଫଳତା ବୋଲି ଦର୍ଶାଇଥିଲେ । ପରିଶେଷରେ ଯୁବ ରେଡକ୍ରସ୍ କାଉନସିଲର ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ ଆଜିର ଦିବସର ସଫଳ ରୂପାୟନ ପାଇଁ ସମସ୍ତ ଅଧ୍ୟାପକ, କର୍ମଚାରୀ ବୃନ୍ଦ, ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଉକ୍ତ ଦିବସର ସୁପରିଚାଳନାରେ ଅଧ୍ୟାପକ ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ଗ୍ରନ୍ଥାଗରିକ ଶ୍ରୀ ରଘୁନାଥ ପାଣି , ଡି.ଇ.ଓ ସରୋଜ କୁମାର ନାୟକ ଓ ସ୍ବେଚ୍ଛାସେବୀ ଅଭୟ ପ୍ରଧାନ, ପି କ୍ରିଷ୍ଣା ରାଓ, ଆଶିଷ ପାଢ଼ୀ ଓ ନିଳାଞ୍ଚଳ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Post a Comment