BREAKING
Loading...
:

ନିତ୍ୟାନନ୍ଦ ପଣ୍ଡା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସମାରୋହ 2023 ଅନୁଷ୍ଠିତ

 


ଜଗନ୍ନାଥ ପ୍ରସାଦ(ନୀଳଚକ୍ର live)  ନିତ୍ୟାନନ୍ଦ ପଣ୍ଡା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ  2023  ବିଦ୍ୟାଳୟ ପରିସର ରେ  ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୋମନାଥ ବେହେରା ଙ୍କ ସଭାପତିତ୍ୱ ରେ  ମହାସମାରୋହରେ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ରୂପେ ଜଗନ୍ନାଥ ପ୍ରସାଦ ବିଡିଓ ଅନୁପ ପଣ୍ଡା ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉଚିତ ଶିକ୍ଷା ଗ୍ରହଣ କରି ସମାଜ ର ସେବା କରିବା ପାଇଁ ପରାମର୍ଶ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ସୀମାଞ୍ଚଳ ଯାନୀ, ସଂମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମନୋରଞ୍ଜନ ମିଶ୍ର,crcc ଜଗବନ୍ଧୁ ରଥ,ବିଦ୍ୟାଳୟ ପ୍ରତିଷ୍ଠାତା ଙ୍କ ପୁତ୍ର ରାଘବ ପ୍ରସାଦ ପଣ୍ଡା,ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅମ୍ବିକା ପଟ୍ଟନାୟକ, ରମା ସାବତ ,ପ୍ରଭାତୀ ପ୍ରଧାନ,ସୁଶାନ୍ତ ଶତପଥୀ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।


ବରିଷ୍ଠ ସାମ୍ବାଦିକ ତଥା ଓକିଲ ନିରାକାର ସାହୁ ସଂମାନିତ ଅତିଥି ରୂପେ ଯୋଗ ଦେଇଥିଲେ ଓ ତାଙ୍କୁ ବିଦ୍ୟାଳୟ ତରଫରୁ ଉତରୀୟ ଓ ଫୁଲ ତୋଡା ଦେଇ ସଂମାନିତ କରା ଯାଇଥିଲା।ପାଠ ପଢି ବଡ଼ ମଣିଷ ହେବା ସହ ଭଲ ମଣିଷ ହୁଅ ଓ ଚରିତ୍ରବାନ  ହୁଅ ବୋଲି ଓକିଲ ଶ୍ରୀ ସାହୁ ଛାତ୍ର/ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଶ୍ରେଷ୍ଠ  ଶିକ୍ଷୟତ୍ରୀ ରୁପେ ଯସ୍ମୀନ ତ୍ରିପାଠୀ,ଅନିତା ପ୍ରଧାନ ,






ଶ୍ରେଷ୍ଠ ଶିକ୍ଷକ ରୂପେ ତରଣୀ ସେନ ଗୌଡ଼,ମନୋଜ କୁମାର ବେହେରା ଓ କର୍ମଚାରୀ ଲଡ଼ୁ କିଶୋର ମାଝୀ ଙ୍କୁ ଅତିଥି ମାନେ ସଂମାନିତ କରି ଥିଲେ।ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ  କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ମାନପାତ୍ର ଦେଇ ସଂମାନିତ କରିଥିଲେ।ବିଦ୍ୟାଳୟ ର ଶିକ୍ଷୟତ୍ରୀ କୁନି ସାହୁ,ଅମିତ କୁମାର ସାହୁ,ପ୍ରଦ୍ୟୁତ କୁମାର ବିଶୋଇ,  ଭୋଲେଶ୍ୱର ପ୍ରଧାନ,ବୃତ୍ତି କାନ୍ତ ପ୍ରଧାନ କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ।




କାର୍ଯ୍ୟକ୍ରମ ଶେଷରେ ଛାତ୍ର ଛାତ୍ରୀ ମାନେ ସଂ।ସୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ହିନ୍ଦୀ ଶିକ୍ଷକ ମନୋଜ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Post a Comment

Previous Post Next Post
Header ADS