BREAKING
Loading...
:

ବନାଗ୍ନି ପ୍ରଶମନ ସଚେତନତା କାର୍ଯ୍ୟକ୍ରମ 2023

 


ଜଗନ୍ନାଥ ପ୍ରସାଦ(ନୀଳଚକ୍ର live)ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ,ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବନାଞ୍ଚଳ ର ସମରବନ୍ଧ ସ୍ଥାଇ ଚାରା ଉତ୍ପାଦନ କେନ୍ଦ୍ର ଠାରେ ବନାଗ୍ନି ପ୍ରଶମନ ସଚେତନତା କାର୍ଯ୍ୟକ୍ରମ 2023  ଅନୁଷ୍ଠିତ ହୋଇ ଯାଇଛି।ଘୁମୁସର Dfo ସୁଦର୍ଶନ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜଙ୍ଗଲ ପୋଡି କୁ କିପରି ରକ୍ଷା କରା ଯାଇ ପାରିବ ଓ ବହୁଳ ସଚେତନତା କରିବା ପାଇଁ ପରାମର୍ଶ ଦେଇଥିଲେ, ସେହିପରି ଅବସରପ୍ରାପ୍ତ dfoସୁରେଶ ଚନ୍ଦ୍ର ହୋତା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଜଙ୍ଗଲ,ଓ ଜଙ୍ଗଲ ରେ ରହୁ ଥିବା ଯିବ ଜନ୍ତୁ ଙ୍କ ସୁରକ୍ଷା ପାଇଁ  ବିଭିନ୍ନ ପଦକ୍ଷେପ ସମ୍ପର୍କରେ କହିଥିଲେ।



ସମାଜସେବୀ ସୁଳପାଣି ଶତପଥୀ କାର୍ଯ୍ୟକ୍ରମ ର ପରିଚାଳନା କରିବା ସହ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜଙ୍ଗଲ ପୋଡ଼ି କୁ ରକ୍ଷା କରିବା ପାଇଁ ସଚେତନ କରେଇ ଥିଲେ।ଅବସର ପ୍ରାପ୍ତ ranjer ଅନୁପମ ବାନାର୍ଜୀ ସଂମାନିତ ଅତିଥି ରୂପେ ଯୋଗ ଦେଇ vss ସଭ୍ୟ /ସଭ୍ୟ। ମାନଙ୍କୁ ବିଭିନ୍ନ ପ୍ରଶ୍ନ ମାଧ୍ୟମରେ ସଚେତନତା କରିବା ସହ ପୁରସ୍କୃତ କରିଥିଲେ, ।

ଜଙ୍ଗଲ ନଷ୍ଟ ଯୋଗୁଁ ଜଳବାୟୁ ଉପରେ କୁ ପ୍ରଭାବ ପଡିଛି, ଯାହାକି ମାନବ ଜୀବନ ପାଇଁ ଶୁଭଙ୍କର ନୁହେଁ, ତେଣୁ ଜଙ୍ଗଲ ପୋଡି ଓ ଜଙ୍ଗଲ ର ସୁରକ୍ଷା ପାଇଁ vss ର କର୍ମକର୍ତ୍ତା ଙ୍କୁ ସାମ୍ବାଦିକ ନିରାକାର ସାହୁ ପରାମର୍ଶ ଦେଇ ଥିଲେ।ଜଗନ୍ନାଥ ପ୍ରସାଦ ରେଂଜେର ଉମାକାନ୍ତ ଦାସ ସଚେତନତା କାର୍ଯ୍ୟକ୍ରମ ର ସଂଯୋଜନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ବିଜୟ ଚନ୍ଦ୍ର ପ୍ରଧାନ ସଚେତନତା ବାର୍ତ୍ତା ଦେଇଥିଲେ।ଏହି ସଚେତନତା କାର୍ଯ୍ୟକ୍ରମ ରେ ବହୁତ vss ର କର୍ମକର୍ତ୍ତା ଯୋଗ ଦେଇଥିଲେ।

Post a Comment

Previous Post Next Post
Header ADS