BREAKING
Loading...
:

ଭଞ୍ଜନଗର ସାହିତ୍ୟଘର ତରଫରୁ ସମ୍ବର୍ଦ୍ଧନା ଉଛବ


ଭଞ୍ଜନଗର (ନୀଳଚକ୍ର Live)ଏଠାରୁ ପ୍ରାୟ ତିନି କିଲୋମିଟର ଦୂର ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ଡିହ ପଢାଳ ଠାରେ ଭଞ୍ଜନଗର ସାହିତ୍ୟଘର ତରଫରୁ ସଭାପତି ପ୍ରଫେସର କୃତିବାସ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଚଳିତ ମାଟ୍ରିକ ଓ ଯୁକ୍ତ ଦୁଇ ର ମେଧାବୀ ଛାତ୍ର, ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଏଥିରେ ଅତିଥିଭାବେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ. ଧନଜୟ, ପ୍ରବଚକ ପଣ୍ଡିତ ପ୍ରଦୀପ କୁମାର ଶାସ୍ତ୍ରୀ, ମନୁନନ୍ଦ ପତି, ଜଗବନ୍ଧୁ ଜେନା, ଶୂଳପାଣି ଶତପଥି, ଦିଲ୍ଲୀପ କୁମାର ସ୍ୱାଇଁ, ଡ଼. ଗୁରୁମୂର୍ତ୍ତି ନାୟକ, ବିଶ୍ୱମ୍ବର ଜେନା ଓ ତ୍ରିନାଥ ବେହେରା ମଂଚାସୀନ ହୋଇ କାର୍ଯ୍ୟକ୍ରମ ଉପରେ ମତାମତ ରଖି ଭବିଷ୍ୟତ ଜୀବନର ଉତ୍ତରୋତ୍ତର କାମନା କରିଥିଲେ l

ଭଞ୍ଜନଗର ବ୍ଲକ ସମସ୍ତ ଉଚ୍ଚ ବିଦ୍ୟାଳୟ ର 26 ଜଣ A1 ଛାତ୍ର, ଛାତ୍ରୀ ଙ୍କ ସମେତ ଅନ୍ୟ 23 ଟି ଉଚ୍ଚ ବିଦ୍ୟାଳୟ ର ଟପର ଛାତ୍ର, ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର କୃତୀ ଛାତ୍ର, ଛାତ୍ରୀ ଙ୍କୁ ଅତିଥି ମାନେ ପ୍ରଶଂସା ପତ୍ର ସହ ପୁରସ୍କୃତ କରିଥିଲେ l ଏହି ଅବସରରେ ଚାକିରିରୁ ଅବସର ନେଇଥିବା ନେତାଜୀ ବିଷୋୟୀ, ମନୋରଞ୍ଜନ ପାଣିଗ୍ରାହୀ, ଗୋପବନ୍ଧୁ  ନାୟକ, ଶଙ୍କର୍ଷଣ ତ୍ରିପାଠୀ ଙ୍କ ସମେତ କିଛି କର୍ମଚାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା କରାଯାଇଥିଲା l ଉଚ୍ଚ ବିଦ୍ୟାଳୟ ର ସମସ୍ତ ପ୍ରଧାନଶିକ୍ଷକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା l

ଏଥରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଡ଼. ଗୁରୁମୂର୍ତ୍ତି ନାୟକ l ମୁଖ୍ୟ ଅତିଥି ଏସ. ଧନଜୟ ଙ୍କ ଦ୍ୱାରା ଛାତ୍ର, ଛାତ୍ରୀ ମାନଙ୍କ ନୈତିକ ଜ୍ଞାନ ର ଅଭିବୃଦ୍ଧି ପାଇଁ ଭାଗବତ ଗୀତା ପ୍ରଦାନ କରାଯାଇଥିଲା l ସାହିତ୍ୟଘର ର ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ତାରିଣୀ ଙ୍କୁ ତାଙ୍କର କବିତା ରଚନା ପାଇଁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା l







ଶେଷରେ ଛାତ୍ର, ଛାତ୍ରୀ, ଅଭିଭାବକ, ଶିକ୍ଷକ ମାନଙ୍କୁ ନେଇ ଭାଗ୍ୟଶାଳୀ ବିଜେତା କାର୍ଯ୍ୟକ୍ରମ କରାଯାଇଥିଲା l ସବା ଶେଷରେ ବରିଷ୍ଠ ସଦସ୍ୟ ଅନୁପମ ବାନାର୍ଜୀ ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ କୁ ସାହିତ୍ୟିଘରର ବହୁ ସଦସ୍ୟ, ବିଦ୍ୟାଳୟ ର ସମସ୍ତ କର୍ମଚାରୀ, ପୁରାତନ ଛାତ୍ର, ଛାତ୍ରୀ ପରିଚାଳନା କରିଥିଲେ l

Post a Comment

Previous Post Next Post
Header ADS