ଭଞ୍ଜନଗର (ନୀଳଚକ୍ର Live)ଏଠାରୁ ପ୍ରାୟ ତିନି କିଲୋମିଟର ଦୂର ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ଡିହ ପଢାଳ ଠାରେ ଭଞ୍ଜନଗର ସାହିତ୍ୟଘର ତରଫରୁ ସଭାପତି ପ୍ରଫେସର କୃତିବାସ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଚଳିତ ମାଟ୍ରିକ ଓ ଯୁକ୍ତ ଦୁଇ ର ମେଧାବୀ ଛାତ୍ର, ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଏଥିରେ ଅତିଥିଭାବେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ. ଧନଜୟ, ପ୍ରବଚକ ପଣ୍ଡିତ ପ୍ରଦୀପ କୁମାର ଶାସ୍ତ୍ରୀ, ମନୁନନ୍ଦ ପତି, ଜଗବନ୍ଧୁ ଜେନା, ଶୂଳପାଣି ଶତପଥି, ଦିଲ୍ଲୀପ କୁମାର ସ୍ୱାଇଁ, ଡ଼. ଗୁରୁମୂର୍ତ୍ତି ନାୟକ, ବିଶ୍ୱମ୍ବର ଜେନା ଓ ତ୍ରିନାଥ ବେହେରା ମଂଚାସୀନ ହୋଇ କାର୍ଯ୍ୟକ୍ରମ ଉପରେ ମତାମତ ରଖି ଭବିଷ୍ୟତ ଜୀବନର ଉତ୍ତରୋତ୍ତର କାମନା କରିଥିଲେ l
ଭଞ୍ଜନଗର ବ୍ଲକ ସମସ୍ତ ଉଚ୍ଚ ବିଦ୍ୟାଳୟ ର 26 ଜଣ A1 ଛାତ୍ର, ଛାତ୍ରୀ ଙ୍କ ସମେତ ଅନ୍ୟ 23 ଟି ଉଚ୍ଚ ବିଦ୍ୟାଳୟ ର ଟପର ଛାତ୍ର, ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର କୃତୀ ଛାତ୍ର, ଛାତ୍ରୀ ଙ୍କୁ ଅତିଥି ମାନେ ପ୍ରଶଂସା ପତ୍ର ସହ ପୁରସ୍କୃତ କରିଥିଲେ l ଏହି ଅବସରରେ ଚାକିରିରୁ ଅବସର ନେଇଥିବା ନେତାଜୀ ବିଷୋୟୀ, ମନୋରଞ୍ଜନ ପାଣିଗ୍ରାହୀ, ଗୋପବନ୍ଧୁ ନାୟକ, ଶଙ୍କର୍ଷଣ ତ୍ରିପାଠୀ ଙ୍କ ସମେତ କିଛି କର୍ମଚାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା କରାଯାଇଥିଲା l ଉଚ୍ଚ ବିଦ୍ୟାଳୟ ର ସମସ୍ତ ପ୍ରଧାନଶିକ୍ଷକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା l
ଏଥରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଡ଼. ଗୁରୁମୂର୍ତ୍ତି ନାୟକ l ମୁଖ୍ୟ ଅତିଥି ଏସ. ଧନଜୟ ଙ୍କ ଦ୍ୱାରା ଛାତ୍ର, ଛାତ୍ରୀ ମାନଙ୍କ ନୈତିକ ଜ୍ଞାନ ର ଅଭିବୃଦ୍ଧି ପାଇଁ ଭାଗବତ ଗୀତା ପ୍ରଦାନ କରାଯାଇଥିଲା l ସାହିତ୍ୟଘର ର ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ତାରିଣୀ ଙ୍କୁ ତାଙ୍କର କବିତା ରଚନା ପାଇଁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା l
ଶେଷରେ ଛାତ୍ର, ଛାତ୍ରୀ, ଅଭିଭାବକ, ଶିକ୍ଷକ ମାନଙ୍କୁ ନେଇ ଭାଗ୍ୟଶାଳୀ ବିଜେତା କାର୍ଯ୍ୟକ୍ରମ କରାଯାଇଥିଲା l ସବା ଶେଷରେ ବରିଷ୍ଠ ସଦସ୍ୟ ଅନୁପମ ବାନାର୍ଜୀ ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ କୁ ସାହିତ୍ୟିଘରର ବହୁ ସଦସ୍ୟ, ବିଦ୍ୟାଳୟ ର ସମସ୍ତ କର୍ମଚାରୀ, ପୁରାତନ ଛାତ୍ର, ଛାତ୍ରୀ ପରିଚାଳନା କରିଥିଲେ l

إرسال تعليق