BREAKING
Loading...
:

ଭଞ୍ଜନଗର ସାଇଗୁରୁକୁଳ ଆବାସିକ ବିଦ୍ୟାଳୟ ରେ ରଜ ଉତ୍ସବ ପାଳନ

 


ଭଞ୍ଜନଗର(ନୀଳଚକ୍ର live)-12.06.2023 ରିଖ ସୋମବାର ଦିନ ଭଞ୍ଜନଗର ସାଇଗୁରୁକୁଳ ଆବାସିକ ବିଦ୍ୟାଳୟ ରେ ରଜ ଉତ୍ସବ ପାଳନ ହୋଇ ଯାଇଅଛି| ଏହି ଉତ୍ସବ ଭଞ୍ଜନଗର ତଥା ଆଖ ପାଖ ଅଞ୍ଚଳ ରୁ ପ୍ରାୟ 300 ସହ ବାଳକ, ବାଳିକା ଓ ମହିଳା ମାନେ ଯୋଗ ଦେଇଥିଲେ | ଏହି ଉତ୍ସବ ରେ ମୁଖ୍ୟ  ଅତିଥି ଭାବେ ଭଞ୍ଜନଗର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀ ଶ୍ରୀମତୀ ବିଷ୍ନୁପ୍ରିୟା ସେଠି, ମୁଖ୍ୟ ବକ୍ତା ଭାବେ ସମାଜସେବୀ ଶ୍ରୀଯୁକ୍ତ ସୁଳପାଣି ଶତପଥି ଯୋଗ ଦେଇଥିଲେ ଏବଂ ଲାଲସିଂ ଗ୍ରାମପଂଚାୟତ ର ସରପଞ୍ଚ ଶିବରାମ ସାହୁ, ବଡକୋଦଣ୍ଡା ଗ୍ରାମପଂଚାୟତ ର ସରପଞ୍ଚ ଶ୍ରୀମତୀ ରେଷମା ନାୟକ ଓ ସାଇଗୁରୁକୁଳ ଆବାସିକ ବିଦ୍ୟାଳୟ ର ପରିଚାଳନା ମଣ୍ଡଳୀ ର ଶ୍ରୀ ଅଜିତ କୁମାର ଶତପଥି, ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଶ୍ରୀ ରମା କାନ୍ତ ପାଢ଼ୀ ଏବଂ ଆଇନା ର ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କୁମାର ବିଶ୍ୱାଳ ଓ ବାଲିପଦର  ଅହଲ୍ୟା ଦେବୀ ମହିଳା ମହାବିଦ୍ୟାଳୟ ର ଅଧକ୍ଷ ବୃନ୍ଦାବନ ମହାନ୍ତି ଯୋଗ ଦେଇଥିଲେ।

ସମସ୍ତ ଅଂଶଗ୍ରହଣ କାରି ମାନେ ନୃତ୍ୟ, ଗୀତ, ଝୋଟି, ମେହେନ୍ଦି, ପିଠା ଆଦି ପ୍ରତିଯୋଗିତା ରେ ଭାଗ ନେଇ ସେଥି ମଧ୍ୟରୁ 15 ଜଣ ପ୍ରତି ଯୋଗିନୀ ପୁରସ୍କୃତ ହୋଇଥିଲେ |




ସେହି ପରି ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ର ଅଧକ୍ଷ ଏବଂ ଶିକ୍ଷୟତ୍ରୀ ମାନେ ରଜ ଦୋଳି ର ଶୁଭ ଉଦଘାଟନ କରିଥିଲେ ବିଚାରକ ଭାବରେ ଦୀପ୍ତଂଶୁ ପ୍ରଭା ଦେବୀ, ପବିତ୍ର ମୋହନ ଶତପଥୀ ଏବଂ ବିଦ୍ୟାଳୟ ର ଶିକ୍ଷୟତ୍ରୀ ମାନେ ଓ ଅଙ୍ଗନବାଡି ସୁପ୍ପରଭାଇଜର ଭଉଣୀ ମାନେ ପ୍ରତିଯୋଗିତା ଗୁଡିକର ବିଚାରକ ଭାବରେ ଦାଇତ୍ୱ ନେଇଥିଲେ।


ମୁଖ୍ୟ ଆତିଥ ଏବଂ ମୁଖ୍ୟ ବକ୍ତା ରଜ ଉତ୍ସବ ଓ ଆଇନା ର କାର୍ଯ୍ୟକ୍ରମ ବିଷୟରେ ଆଲୋକପତ କରିଥିଲେ ଏହି ଉତ୍ସବ କିଭଳି କିଶୋରୀ ବାଳିକା ମାନଂକର ସ୍ୱାସ୍ଥ୍ୟ ପ୍ରତି ସଜାଗ ରହୁଛି ସେହି ବିଷୟରେ ଆଲୋକପାତ କରିଥିଲେ |ଏହି ଉତ୍ସବ ରେ ଆଇନା ର କ୍ଷେତ୍ର କର୍ମଚାରୀ ଶ୍ରୀ ଟୁକୁନା ଖଟାଇ ଧନ୍ୟବାଦ ଅର୍ପଣ କରିଥିଲେ |

Post a Comment

أحدث أقدم
Header ADS