BREAKING
Loading...
:

ବିଶ୍ଵ ପରିବେଶ ଦିବସ ପାଳିତ


ଭଞ୍ଜନଗର-ମିଳିତ ଭାବରେ ଭଞ୍ଜନଗରସ୍ଥିତ ଉତ୍ତର ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଲାଲସିଂ ସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଉଭୟ ବନଖଣ୍ଡର ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ବେହେରା ଅଧ୍ୟକ୍ଷତା କରିଥିବାବେଳେ ଭଞ୍ଜନଗର ଉପ-ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିବେଶ ଦିବସର ତାତ୍ପର୍ଯ୍ୟ ଏବଂ ପରିବେଶ ସୁରକ୍ଷାରେ ସାମୁହିକ ସହଭାଗିତା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଉତ୍ତର ଘୁମୁସର ବନଖଣ୍ଡ ସହକାରୀ ବନ ସଂରକ୍ଷକ ବିକ୍ରମ ଦେବ ପଟ୍ଟନାୟକ,ଦକ୍ଷିଣ ଘୁମୁସର ବନଖଣ୍ଡ ସହକାରୀ ବନ ସଂରକ୍ଷକ ପ୍ରଭାକର ନାୟକ,କେଏସୟୁବି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ବାଳ ଏବଂ ପୂର୍ଣଚନ୍ଦ୍ର ତ୍ରିପାଠୀ,ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୂଳପାଣି ଶତପଥି, ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଅନୁପମ ବାନାର୍ଜୀ,ସହଯୋଗୀ ସ୍ଵେଛାସେବି ଅନୁଷ୍ଠାନ ସ୍ଵାତୀର ସମ୍ପାଦକ ହରିଶଙ୍କର ରାଉତ,ସାଂସଦ ପ୍ରତିନିଧି ପଂଚାନନ ପାଳ ପ୍ରମୁଖ ମଞ୍ଚାସୀନ ଥିଲେ ।

ପ୍ଲାଷ୍ଟିକ ପ୍ରଦୂଷଣର ସମାଧାନ’ ଏ ବର୍ଷ ପରିବେଶ ଦିବସର ସ୍ବର ଥିବାବେଳେ ‘ପ୍ଲାଷ୍ଟିକର ବହୁଳ ବ୍ୟବହାରକୁ ହ୍ରାସ କରି ପରିବେଶ ସୁରକ୍ଷାରେ  ଅବଦାନ ସୃଷ୍ଟି କରିବା ଉପରେ ବକ୍ତାମାନେ ଗୁରୁତ୍ବାରୋପ କରିଥିଲେ । ପରିବେଶ ସୁରକ୍ଷା ଓ ସନ୍ତୁଳନ ଦିଗରେ ଅନ୍ୟାନ୍ୟ ବିଭାଗ ଏବଂ ବନ ସଂରକ୍ଷଣ ସମିତି ଗୁଡିକର କର୍ମକର୍ତାମାନେ ବନ ବିଭାଗ ସହିତ ସହଯୋଗ ବଜାୟ ରଖି ସୁସ୍ଥ ସୁନ୍ଦର ସମାଜ ଗଠନ କରିବା ନିମନ୍ତେ ବନଖଣ୍ଡ ଅଧିକାରୀ ଶ୍ରୀ ବେହେରା ଆହ୍ବାନ ଦେଇଥିଲେ । ଏହି ଅବସରରେ ଉତ୍ତର ଘୁମୁସର ବନଖଣ୍ଡର ଖୁରୁଡୁଗୋଛା,ବୁଦୁଲି,କପିଲାପଲ୍ଲୀ ଓ ଖଜୁରିପଲ୍ଲୀ ବନ ସଂରକ୍ଷଣ ସମିତି ସମେତ ଦକ୍ଷିଣ ଘୁମୁସର ବନଖଣ୍ଡର ଖଜୁରିଡିହ,ମାଣିଆକାତି,କରଡ଼ାପଲ୍ଲୀ ବନ ସଂରକ୍ଷଣ ସମିତି ଏବଂ ବନରକ୍ଷୀ ପ୍ରଦୀପ ପରିଛାଙ୍କୁ ବନ ଏବଂ ବନ୍ୟପ୍ରାଣୀ ସୁରକ୍ଷା ନିମନ୍ତେ ପୁରସ୍କୃତ କରାଯାଇଥିଲା । ଦକ୍ଷିଣ ବନଖଣ୍ଡ ସହକାରୀ ବନ ସଂରକ୍ଷକ ରଜତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ ସଞ୍ଜୟ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ମୁଜାଗଡ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ , କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମାର ବେହେରା,ଗାଲେରୀ ବନାଞ୍ଚଳ ଅଧିକାରୀ ଶିବରାମ ନାୟକ, ତାରାସିଂ ବନାଞ୍ଚଳ ଅଧିକାରୀ କୃତିବାସ କୁମାରଙ୍କ ସମେତ ବନ କର୍ମଚାରୀମାନେ  କାର୍ଯ୍ୟକ୍ରମ  ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ

Post a Comment

أحدث أقدم
Header ADS