BREAKING
Loading...
:

ବିଡ଼ିପୁର ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଚେତନତା କାର୍ଯ୍ୟକ୍ରମ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର live) ଜଗନ୍ନାଥ ପ୍ରସାଦ ବ୍ଳକ ଅଧିନସ୍ଥ ବି.ଡି.ପୁର ଗ୍ରାମପଞ୍ଚାୟତ ର ସଭାଗୃହରେ  ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆଜିର ଏହି କାର୍ଯ୍ୟକ୍ରମ ରେ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ କିପରି ଆଗୁଆ ଯୋଜନା କରି ଅମୁଲ୍ୟ ଧନ ଜୀବନ ରକ୍ଷା କରାଯାଇପାରିବ ସେ ସମ୍ବନ୍ଧରେ ସଚେତନତା କରାଯାଇଥିଲା ଏବଂ ବାତ୍ୟା ସୂଚନା ପାଇବା ମାତ୍ରେ ବିପଦ ରେ ଥ‌ିବା ଜନଜୀବନ ଓ ପଶୁପକ୍ଷୀ କିପରି ସୁରକ୍ଷିତ ସ୍ଥାନ କୁ ଆମେ ନେଇ ପାରିବା ସେହି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ।


ବିଭିନ୍ନ ବିପର୍ଯ୍ୟୟ ପରିଚାଳନା ଦଳ ଯଥା ପ୍ରାରମ୍ଭିକ ଚେତାବନୀ ଏବଂ ପ୍ରସାରଣ ଦଳ, ନିରାପତ୍ତା, ସନ୍ଧାନ ଏବଂ ଉଦ୍ଧାରକାରୀ ଦଳ, ଡାକ୍ତରୀ ଏବଂ ପ୍ରଥମ ସହାୟତା ଦଳ, ଆଶ୍ରୟସ୍ଥଳ ପରିଚାଳନା ଦଳ, ଜଳ ଏବଂ ପରିମଳ ଦଳ, ରିଲିଫ ଏବଂ ସମନ୍ବୟ ଦଳ, ଟ୍ରମା କାଉନସେଲିଂ ଦଳ କିପରି ବିପର୍ଯ୍ୟୟର ମୁକାବିଲା କରୁଛନ୍ତି ଓ ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ସମସ୍ତେ ସଜାଗ, ସତର୍କ ରହି ସହଯୋଗର ହାତ ବଢାଇଲେ ବିପର୍ଯ୍ୟୟକୁ ପ୍ରଶମିତ କରାଯାଇ ପାରିବା ବୋଲି ଉପସ୍ଥିତ ପଞ୍ଚାୟତ ପ୍ରତିନିଧି, ବିଭାଗୀୟ ଅଧିକାରୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଜି.ଆର.ଏସ, ୱାଡ ମେମ୍ବର, ସ୍ୱେଚ୍ଛାସେବୀ ସଂଗଠନ ସଭ୍ୟମାନ,ଏସଏଚଜି ମାନଙ୍କୁ ସଚେତନତା କରାଯାଇଥିଲା

। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ର ସଂଯୋଜକ,ଜଗନ୍ନାଥ ପ୍ରସାଦ ବ୍ଲକ ଜି.ପି.ଡି.ଓ ଶ୍ରୀ ଆଦିତ୍ୟ ନାୟକ,ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ, ସମିତି ସଭ୍ୟା ଶ୍ରୀମତୀ ଗୀତାରାଣୀ ବାରିକ,ରାଜସ୍ୱ ନିରୀକ୍ଷକ ଶ୍ରୀ ସୁଧୀର କୁମାର ଶବର,ବିଶିଷ୍ଟ ଶିକ୍ଷାବିତୀ ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ,ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ,ଚିକିତ୍ସା ବିଭାଗୀୟ ଅଧିକାରୀ, ବିଦ୍ୟୁତ ବିଭାଗୀୟ ଅଧିକାରୀ,ପଶୁପାଳନ ବିଭାଗୀୟ ଅଧିକାରୀ, ପୋଲିସ ଥାନା ଅଧିକାରୀ ଏବଂ ଏଥିସହିତ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ଏବଂ ପରିଶେଷରେ ଗ୍ରାମ ପଂଚାୟତ ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

Post a Comment

أحدث أقدم
Header ADS