BREAKING
Loading...
:

ଜଗନ୍ନାଥ ପ୍ରସାଦ ଓକିଲ ସଂଘ ର ନୂତନ କର୍ମକର୍ତ୍ତା ଚୟନ

 


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ଜଗନ୍ନାଥ ପ୍ରସାଦ ଓକିଲ ସଂଘ ର ଏକ ଜରୁରୀ ବୈଠକ ଜେ ଏମ ଏଫ ସି କୋର୍ଟ ପରିସରରେ ସଭାପତି ବରିଷ୍ଠ ଓକିଲ ଅମରେଶ ମହାପାତ୍ର ଙ୍କ ପୌରହିତ ରେ ଅନୁଷ୍ଠିତ ହୋଇଯାଇଛି।ସଂପାଦକ ଜ୍ୟୋତି ରଞ୍ଜନ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ ଓ କୋଷାଧ୍ୟକ୍ଷ ବିକାଶ ରଞ୍ଜନ ବେହେରା ଆୟ ବ୍ୟୟ ସମ୍ପର୍କରେ ଅବଗତ କରେଇଥିଲେ।ଜେ ଏମ ଏଫ ସି କୋର୍ଟ ର ୨ୟ ପ୍ରତିଷ୍ଠା ଦିବସ ପାଳନ କରିବା ଓ ନୂତନ କୋର୍ଟ ଗୃହ ଉଦଘାଟନ ପୁର୍ବରୁ ବାର ର ପଞ୍ଜିକରଣ କାର୍ଯ୍ୟ ସମାପ୍ତ କରିବା ପାଇଁ ନିଷ୍ପତ୍ତି ହୋଇ ଥିଲା।ସଂଘ ର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା

।ସଭାପତି ଭାବେ ବରିଷ୍ଠ ଓକିଲ ନିଳାଞ୍ଚଳ ଖିଲାର,ଉପସଭାପତି ଭାବେ ଓମ ପ୍ରକାଶ ପ୍ରଧାନ,ସଂପାଦକ ଭାବେ ପୁନର୍ବାର ଜ୍ୟୋତି ରଞ୍ଜନ ପ୍ରଧାନ,ସହ ସମ୍ପାଦକ ଭାବେ ଜନାର୍ଦ୍ଦନ ପ୍ରଧାନ,କୋଷାଧ୍ୟକ୍ଷ ବିକାଶ ରଞ୍ଜନ ବେହେରା,କାର୍ଯ୍ୟକାରୀ ସଦସ୍ୟ ରୂପେ ବିନାୟକ ପ୍ରଧାନ,ଦିଗାମ୍ବର ନାୟକ, ଓ ରଞ୍ଜନ ସାହୁ ପ୍ରମୂଖ ଚୟନ ହୋଇଥିଲେ।ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଓକିଲ ନିରାକାର ସାହୁ,ଲକ୍ଷ୍ମଣ ସେଠୀ, ସୁକାନ୍ତ କୁମାର ପ୍ରଧାନ,ସନ୍ତୋଷ କୁମାର ବେହେରା, ଅରୁଣ କୁମାର ବେହେରା, ହରିହର ନାୟକ, ପ୍ରଣବ ନାୟକ, ଓ ନିଳାଞ୍ଚଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

أحدث أقدم
Header ADS