ଜଗନ୍ନାଥ ପ୍ରସାଦ:(ନୀଳଚକ୍ର Live)-୦୧.୦୮.୨୦୨୪ ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ପ୍ରଥମ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିବା ପାଇଁ ପ୍ରବେଶ ଉତ୍ସବ ଅନୁଷ୍ଠିତ କରାଯାଇଛି । ପ୍ରଥମେ ନୂତନ କରି ଆସିଥିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ପୁଷ୍ପ ଚନ୍ଦନ ଲଗାଇ ବିଘ୍ନ ବିନାସନ ଶ୍ରୀଗଣେଶଙ୍କ ମୂର୍ତ୍ତି ପାଖରେ ସମସ୍ତଙ୍କୁ ପ୍ରଣାମ କରାଇ ସ୍ଵାଗତ କରି କଲେଜ ମଧ୍ୟକୁ ସମସ୍ତଙ୍କୁ ପ୍ରବେଶ କରାଇଥିଲେ । ପରେ ପରେ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନଙ୍କ ପୌରୋହିତ୍ୟରେ ପ୍ରତେକ ବିଭାଗର ଶ୍ରେଣୀ କକ୍ଷରେ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ପ୍ରଥମେ ଛାତ୍ରଛାତ୍ରୀ ମାନଙ୍କୁ କଲେଜର ନୀତିନିୟମ ସମ୍ପର୍କରେ ଅବଗତ କରାଇ ଶପଥ ପାଠ କରାଇଥିଲେ ।
ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇ କଳା ବିଭାଗ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଧ୍ୟାପକ ଡଃ ଜୟଦେବ ଗୌଡ଼, ପ୍ରାଧ୍ୟାପିକା ଆରତୀ ମହାପାତ୍ର, ଅଧ୍ୟାପକ ସୁନିଲ୍ କୁମାର ମୁନି, ଅଧ୍ୟାପକ ସୁନିର କାନ୍ତ ମିଶ୍ର, ଅତିଥି ଅଧ୍ୟାପକ/ଅଧ୍ୟାପିକା ଶଙ୍କର ନାୟକ, ସୁନୀତା ଗୌଡ଼, ସୋନାଲି ବେହେର, ଆସ୍ମା ନନ୍ଦ । ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଧ୍ୟାପକ ସୁଧାଂଶୁ ରଞ୍ଜନ ଦାସ, ପ୍ରାଧ୍ୟାପକ ଭାସ୍କର ଗୌଡ଼, ପ୍ରାଧ୍ୟାପକ ପ୍ରଶାନ୍ତ ରଥ, ଡେମୋନଷ୍ଟେଟର ଏ. ରାମମୂର୍ତ୍ତି ଦୋରା, ସୁଶାନ୍ତ କୁମାର ପାତ୍ର, ଶଙ୍କର୍ଷଣ ପାତ୍ର, ଅତିଥି ଅଧ୍ୟାପକ ମନୋଜ କୁମାର ମିଶ୍ର ।
ବାଣିଜ୍ୟ ଏବଂ ଧନ୍ଦା ମୂଳକ ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟାପକ ରାଧା ମାଧବ ପ୍ରଧାନ, ଅଧ୍ୟାପକ ହାଡୁବନ୍ଧୁ ପ୍ରଧାନ, ଅଶ୍ଵିନୀ କୁମାର ପରମଗୁରୁ ଅନୁଷ୍ଠାନର ଇତିହାସ, ନୀତିନିୟମ, ପାଠ୍ୟ ଖସଡ଼ା, ବିଭିନ୍ନ ବିଭାଗର ବିଭିନ୍ନ ପାଠ୍ୟ ବିଷୟ, ଛାତ୍ର ବୃତ୍ତି, ବୃତ୍ତିଗତ ପରାମର୍ଶ, ସମୟ ନିର୍ଘଣ୍ଟ, ଗ୍ରନ୍ଥାଗାର, ବିଜ୍ଞାନ ପରୀକ୍ଷାଗାର, ଶ୍ରେଣୀ ଶିକ୍ଷକ ମାନଙ୍କ ପରିଚୟ ସହ ଛାତ୍ରଛାତ୍ରୀ ମାନଙ୍କର ପରିଚୟ ଆଲୋଚନା ହୋଇଥିଲା । ବିଭିନ୍ନ ବିଭାଗରେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ଦ୍ବିତୀୟ ବର୍ଷ ଛାତ୍ରୀ ସୋନାଲି ପ୍ରଧାନ, ସ୍ବପ୍ନା ରାଣୀ ଭୂୟାଁ ସ୍ବିଟି ସାମଲ । ଶେଷରେ ସାଂସ୍କୃତିକ ସମ୍ପାଦକ ପ୍ରାଧ୍ୟାପକ ମିହିର କୁମାର ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କିରାଣୀ ମଦନ ମାଝୀ, ସନ୍ତୋଷ କୁମାର ଦଳାଇ, ଡି.ଇ.ଓ ସରୋଜ କୁମାର ନାୟକଙ୍କ ସମେତ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେଚ୍ଛାସେବି ମନୋଜ କୁମାର ପ୍ରଧାନ, ଗୋପାଳ ନାୟକ, ବିନାୟକ ଡାକୁଆ, ସନାତନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

إرسال تعليق