BREAKING
Loading...
:

ବେସରକାରୀ କମିଟିର ଜେଲ ପରିଦର୍ଶନ


 ଭଞ୍ଜନଗର(ନୀଳଚକ୍ର live) ବେସରକାରୀ ପରିଦର୍ଶକ ଭାବେ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରା ମନୋନିତ ପାଞ୍ଚ ଜଣିଆ ଟିମ ତା 23 ରିଖ ଦିନ ସ୍ଥାନୀୟ ସ୍ୱତନ୍ତ୍ର ଉପ କାରାଗାର ପରିଦର୍ଶନ କରିଛନ୍ତି l ବିଚରାଧୀନ ବନ୍ଦୀ ମାନଙ୍କ ନିୟମିତ ସ୍ୱାସ୍ୱାସ୍ଥ୍ୟ ପରୀକ୍ଷା ଓ ସେବା,ଖାଦ୍ୟ ପାନୀୟର ମାନ,ବିଶେଷ ଭାବରେ ମହିଳା ବିଚରାଧୀନ ବନ୍ଦୀ ମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ପଚାରି ବୁଝି ଥିଲେ l ଦୁଇ ଜଣ ମହିଳା ବିଚରାଧୀନ ବନ୍ଦୀ ଦୁଇ ଗୋଟି ପୁତ୍ର ସନ୍ତାନର ଜନନୀ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ନିରାପଦ ଭାବରେ ହୋଇଥିବାରୁ କମିଟିର ସଦସ୍ୟାସଦସ୍ୟ ଖୁସି ବ୍ୟକ୍ତ କରଥିଲେ l ଅଚଳ ହୋଇ ପଡିଥବା ଟିଭି ବଦଳରେ ଏକ ନୂତନ ଟିଭି ର ବନ୍ଦୋବସ୍ତ ସ୍ଥାନୀୟ ଉପ ଜିଲ୍ଲାପାଳ କରିଥିବାରୁ କମିଟି ତରଫରୁ ଖୁସି ଧନ୍ୟବାଦ ଦିଆଯାଇଥିଲା l ଆସନ୍ତା ମାସ ପ୍ରଥମ ସପ୍ତାହରେ ପାଳିତ ହେବାକୁ ଥିବା ବନମହୋତ୍ସବ ଅବସରରେ ଜେଲ ପରିସରରେ ବୃକ୍ଷ ରୋପଣ କରାଯବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ଜେଲ ସୁପରଇନ ଟେଣ୍ଡେଣ୍ଟଙ୍କ ସହ ଯୋଗାଯୋଗ ରକ୍ଷା କରି ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ କମିଟିର ସଦସ୍ୟ ପ୍ରାକ୍ତନ ରେଞ୍ଜ ଅଫିସର  ଅନୁପମ ବାନାର୍ଜୀଙ୍କୁ ଅନୁରୋଧ କରାଗଲା l ନିୟମିତ ସ୍ୱାସ୍ଥ୍ୟ ସେବାପାଇଁ ଏକ ସ୍ଥାୟୀ ମେଡ଼ିକାଲ ଅଫିସର ନିଯୁକ୍ତ ହୋଇଥିବାରୁ କମିଟି ସଦସ୍ୟ ମନେ ଖୁସି ବ୍ୟକ୍ତ କରିଥିଲେ  l ପ୍ରକାଶ ଥାଉକି ପ୍ରାକ୍ତନ ଅଧକ୍ଷ୍ୟ କୃତ୍ତିବାସ ବିଶ୍ୱାଳ, ପୁର୍ବତନ ରେଞ୍ଜ ଅଫିସର ଅନୁପମ ବାନାର୍ଜୀ, ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଶୂଳପାଣି ଶତପଥୀ,ଅବସରପ୍ରାପ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଜଗବନ୍ଧୁଜେନା ଓ ମହିଳା ସଂଗଠିକା ଗୀତାଞ୍ଜଳି ସୁବୁଦ୍ଧି ଏହି କମିଟିର ସଦସ୍ୟ ରହିଛନ୍ତି l

Post a Comment

Previous Post Next Post
Header ADS