BREAKING
Loading...
:

ଗଣ୍ଡାଧର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ କ୍ଲଷ୍ଟର ସ୍ତରୀୟ " ବିଦାୟ ସମ୍ବର୍ଦ୍ଧନା ମହୋତ୍ସବ


ଜଗନ୍ନାଥପ୍ରସାଦ( ନୀଳଚକ୍ର Live): ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗଣ୍ଡାଧର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ କ୍ଲଷ୍ଟର ସ୍ତରୀୟ " ବିଦାୟ ସମ୍ବର୍ଦ୍ଧନା ମହୋତ୍ସବ " ଅତି ସୁନ୍ଦର ଭାବେ ଅନୁଷ୍ଠିତ ହୋଇଯାଇଛି! ଉକ୍ତ ଉତ୍ସବରେ ନବାଗତା ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ କଲ୍ୟାଣୀ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଏ ବି ଇ ଓ ଶ୍ରୀ ମନୋରଞ୍ଜନ ମିଶ୍ର, ସମରବନ୍ଧ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବନମାଳୀ ସାହୁ , ସି ଆର ସି ସି ଶ୍ରୀ ଅଖିଳ କୁମାର ସେଠୀ ଏବଂ ନିମନ୍ତ୍ରିତ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବସନ୍ତ ମଞ୍ଜରୀ ସାହୁ, ଶ୍ରୀମତୀ ହରିପ୍ରିୟା ପଟ୍ଟନାୟକ ଓ ଶ୍ରୀମତୀ ଜ୍ୟୋସ୍ନାରାଣୀ ପାତ୍ର ଯୋଗ ଦେଇଥିଲେ!





ପ୍ରଭୁ ଶ୍ରୀ ଜଗନ୍ନାଥଙ୍କଠାରେ ଧୂପ ଦୀପ ଅର୍ପଣ ଓ ଶିକ୍ଷକ ଶ୍ରୀ ଅଜିତ କୁମାର ପଣ୍ଡାଙ୍କ ଦ୍ୱାରା ବିଭୁବନ୍ଦନା ମାଧ୍ୟମରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବରିଷ୍ଠ ଶିକ୍ଷକ ଶ୍ରୀ ଅନ୍ନଦା ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ! ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ନବାଗତା ବି ଇ ଓ ମହୋଦୟାଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା !  ଅବସର ଗ୍ରହଣ କରିଥିବା ତିନି ଜଣ  ଶିକ୍ଷୟିତ୍ରୀ ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ କ୍ଲଷ୍ଟର ତରଫରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା  ! କାର୍ଯ୍ୟକ୍ରମକୁ କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ!

Post a Comment

Previous Post Next Post
Header ADS