BREAKING
Loading...
:

ଭଞ୍ଜନଗର ସମ୍ବାଦ ସାହିତ୍ୟଘର ର ସପ୍ତାହବ୍ୟାପୀ ବନ ମହୋତ୍ସବ

 


ସୋରଡା(ନୀଳଚକ୍ର Live)ସମ୍ବାଦ ସାହିତ୍ୟଘର, ଭଞ୍ଜନଗର ତରଫରୁ ସପ୍ତାହବ୍ୟାପୀ ବନ ମହୋତ୍ସବର ର ଦ୍ୱିତୀୟ ଦିବସ ରେ ସାଗରବନ୍ଧ, ସୋରଡ଼ା ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥିଭାବେ ଆସ୍କା, ସାଂସଦ ପ୍ରମିଳା ବିଷୋୟୀ, ସୋରଡ଼ା ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ଓ ସୋରଡ଼ା ପୂର୍ବତନ ନଗରପାଳ ସଂଘମିତ୍ରା ସ୍ୱାଇଁ ଯୋଗଦେଇ ଚାରା ରୋପଣ କରାଯାଇଥିଲା l

ସାହିତ୍ୟଘରର ଉପଦେଷ୍ଟା ଶୂଳପାଣି ଶତପଥି ଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ କୁ ଜଙ୍ଗଲ ବିଭାଗର ବନପାଳ, ବାନରକ୍ଷୀ ସମେତ ଅନାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l ଏଥିରେ ପ୍ରାୟ ଶତାଧିକ ଛାତ୍ର, ଛାତ୍ରୀ ଯୋଗ ଦେଇଥିବା ବେଳେ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ସମ୍ପାଦକ ସନ୍ତୋଷ ଜେନା, ଉପଦେଷ୍ଟା ଜଗବନ୍ଧୁ ଜେନା ଓ ସୁବାସ ଚନ୍ଦ୍ର ତାରିଣୀ ପରିଚାଳନା କରିଥିଲେ l ଶେଷରେ ସମ୍ପାଦକ ଧନ୍ୟବାଦ ପ୍ରଦାନ କରିଥିଲେ l

ଦକ୍ଷିଣ ଘୁମସୁର ବନଖଣ୍ଡ ର ସୋରଡ଼ା ବନାଞ୍ଚଳ ର ବନପାଳ ପି, ସୁରଜ ରାଓ ଏବଂ ସ୍ଥାନୀୟ ବନରଖି ଏହି କାର୍ଯ୍ୟକ୍ରମ ସକାଶେ ଚାରା ଯୋଗାଣ ସହିତ ଚାରା ରୋପଣ ଏବଂ ପରିବେଶ ସଚେତନତା କାର୍ଯ୍ୟ ରେ ସହଯୋଗ କରିଥିଲେ l

Post a Comment

Previous Post Next Post
Header ADS