ଜଗନ୍ନାଥ ପ୍ରସାଦ:(ନୀଳଚକ୍ର Live)-୦୪.୦୭.୨୦୨୩ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ କାର୍ଯ୍ୟାଳୟ ତରଫରୁ ୭୪ତମ ବନ ମହୋତ୍ସବ କଲେଜ ପରିସରରେ ପାଳିତ ହୋଇଯାଇଛି । ଏହି ମହୋତ୍ସବରେ ସଭାପତିତ୍ବ କରିଥିଲେ ଆଞ୍ଚଳିକ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ଓ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ ।
ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଉମାକାନ୍ତ ଦାଶ ଏବଂ ରେଶ୍ମା ପରିଡ଼ା, ରେଞ୍ଜର ଓ ଫରେଷ୍ଟର ଇଶା ଗଣେଶ । ଅତିଥି ମାନେ ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ବୃକ୍ଷର ଉପକାରିତା, ପୃଥିବୀ ଉତପ୍ତିକରଣରେ ବୃକ୍ଷର ଆବଶ୍ୟକତା, ଜୀବନ ଜୀବିକା ପାଇଁ ଜଙ୍ଗଲ ଆଦି ସମ୍ପର୍କରେ ଆଲୋକପାତ କରିଥିଲେ ।
ବନ ମହୋତ୍ସବର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଅଭିଭାଷଣ ରଖିଥିଲେ ଯୁବ ରେଡକ୍ରସ କାଉନସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି। କାର୍ଯ୍ୟକ୍ରମରେ ସଂଘମିତ୍ରା ଗୌଡ଼ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ଼ିଗ୍ରୀ କଲେଜ ଯୁବ ରେଡକ୍ରସ୍ କାଉନସିଲର ନିରଞ୍ଜନ ଶତପଥୀ, ଡଃ ବିନୋଦ କୁମାର ଦାଶ, ବିଭୂତି ଭୂଷଣ ପ୍ରଧାନ, ବିରଞ୍ଚି ନାରାୟଣ ପ୍ରଧାନ, ଶ୍ରୀକାନ୍ତ ପାତ୍ରୋ, ପଞ୍ଚାନନ ପୋଲାଇ, ସୁଚରିତା କର, ସୁନୀତା ବିଷୋୟୀ, ସୁନୀତା ଗୌଡ଼ ଓ ଆସ୍ମା ନନ୍ଦ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ ।
ଡ଼ିଗ୍ରୀ କଲେଜ ଜାତୀୟ ସେବା ଯୋଜନା ଅଧିକାରୀ ଡଃ ପ୍ରମୋଦ କୁମାର ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏବଂ ପରେ ପରେ ମହାବିଦ୍ୟାଳୟ ପରିସରରେ ଜଙ୍ଗଲ ବିଭାଗର କର୍ମଚାରୀ ଓ କଲେଜ ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ବୃକ୍ଷ ରୋପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଡି.ଇ.ଓ ସରୋଜ କୁମାର ନାୟକ ଓ ସ୍ବେଚ୍ଛାସେବୀ ନୀଳାଞ୍ଚଳ ପ୍ରଧାନ , ଚନ୍ଦନ ଗୌଡ଼, ଓମ୍ ପ୍ରକାଶ ପ୍ରଧାନ, ଜୀବନ ଜ୍ୟୋତି ନାୟକ, ନନ୍ଦ ରାଜ ବେହେରା, ସୁଜାତା ପ୍ରଧାନ, ରୋଜାଲିନ ସେଠି,
ପମିତ୍ରା ମଲ୍ଲିକ ରାଜେନ୍ଦ୍ର ନାୟକ ଓ ଶୋଭନ ସାହୁ, ଅଙ୍କିତା ଡାକୁଆ ଓ ଝୁମୁରି ନାଇକ ପ୍ରମୁଖ ସହିଯୋଗ କରିଥିଲେ ।

Post a Comment