BREAKING
Loading...
:

ଓଡ଼ିଶା ରାଜ୍ୟ ବାର୍ କାଉନସିଲ ନିର୍ବାଚନ ରେ ସର୍ବାଧିକ ଭୋଟ ପାଇଲେ ବ୍ରହ୍ମପୁର ର ଆଇନଜୀବୀ ଶ୍ରୀ ପୀତବାସ ପଣ୍ଡା


ବ୍ରହ୍ମପୁର(ନୀଳଚକ୍ର Live) ଚଳିତ ବର୍ଷ ଓଡ଼ିଶା ରାଜ୍ୟ ବାର୍ କାଉନସିଲ ନିର୍ବାଚନ ରେ ସର୍ବାଧିକ ଭୋଟ ପାଇଲେ ବ୍ରହ୍ମପୁର ର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା।ପ୍ରତି 5 ବର୍ଷ କୁ ଏହି ନିର୍ବାଚନ ହୁଏ କିନ୍ତୁ 10 ବର୍ଷ ପରେ ଏଥର ନିର୍ବାଚନ ଅନୁଷ୍ଠିତ ହେଲା। ସାରା ଓଡ଼ିଶାରେ ଏହି ନିର୍ବାଚନ ରେ 25 ଟି ପଦ ପାଇଁ 96 ଜଣ ଓକିଲ ପ୍ରତିଦ୍ବନ୍ଦିତା କରିଥିଲେ।









ଗଂଜାମ ଜିଲ୍ଲାର 6 ଜଣ ପ୍ରତିଦ୍ବନ୍ଦିତା କରିଥିଲେ, ସେଥି ମଧ୍ୟ ରୁ  ବ୍ରହ୍ମପୁର ରୁ 5 ଜଣ ପ୍ରତିଦ୍ବନ୍ଦିତା କରିଥିଲେ।ଏହି ନିର୍ବାଚନ ରେ ପ୍ରଥମ ପସନ୍ଦ ର ସର୍ବାଧିକ ଭୋଟ ପାଇଥିଲେ ଆଇନଜୀବୀ ପୀତବାସ ପଣ୍ଡା,, ଯାହାକି ଗଞ୍ଜାମ ଜିଲ୍ଲା ପାଈଁ ରେକର୍ଡ।ସାରା ରାଜ୍ୟ ରୁ 27,289 ଜଣ ଓକିଲ ଭୋଟ ପ୍ରଦାନ କରିଥିଲେ, ତନ୍ମଧ୍ୟରୁ ଆଇନଜୀବୀ ପୀତବାସ ପଣ୍ଡା, 1033 ଭୋଟ ପାଇ ଏକ ନମ୍ବର ସ୍ଥାନ ରହିଛନ୍ତି।ଏହା ଏକ ଇତିହାସ,।ପୂର୍ବରୁ କେହି ଏତେ ଭୋଟ ପାଇ ଗଂଜାମ ରୁ ଏକ ନମ୍ବର ରେ ନଥିଲେ।ତେଣୁ ଶ୍ରୀ ପଣ୍ଡା  ଙ୍କୁ ବିଭିନ୍ନ ମହଲ ରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆ ଯାଉଛି।

ସମଗ୍ର ରାଜ୍ୟ ର ଓକିଲ ମାନଙ୍କୁ ଶ୍ରୀ ପଣ୍ଡା ଧନ୍ୟବାଦ ଦେଇଛନ୍ତି, ଓ ଆଗାମୀ ଦିନରେ ଓକିଲ ମାନଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Post a Comment

Previous Post Next Post
Header ADS