BREAKING
Loading...
:

ଚନ୍ଦ୍ରଶେଖର ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ, ବି. ଡି. ପୁର ଠାରେ ୭୪ତମ ବନମହୋତ୍ସବ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ଆଦ୍ୟ ତା ୦୮.୦୭.୨୦୨୩ ରିଖ, ଶନିବାର ଦିନ ସ୍ଥାନୀୟ ଚନ୍ଦ୍ରଶେଖର ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ ବି. ଡି. ପୁର ଠାରେ ୭୪ତମ ବନ ମହୋତ୍ସବ ବଡ ଧୂମଧାମରେ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟ କ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ଗୌଡ଼ଙ୍କ ପୌରହିତରେ ଅତିଥି ଭାବେ ବେଲଗୁଣ୍ଠା ବନାଞ୍ଚଳ ଅଧିକାରୀ (ଫରେଷ୍ଟର )ଶ୍ରୀ ଶରତ କୁମାର ମହାନ୍ତି, ପ୍ରିୟଙ୍କା ପାଳ, ସିମାଞ୍ଚଳ ମିଶ୍ର, ସନ୍ତୋଷ କୁମାର ଶତପଥୀ  ତଥା ବି. ଡି ପୁର ଗ୍ରାମପଂଚାୟତ ସରପଞ୍ଚ ଶ୍ରୀମତୀ ରଶ୍କିତା ସାହୁ,

କନ୍ଧମାଳ ସାଂସଦ ପ୍ରତିନିଧି ତଥା ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀ ବିପ୍ର ଚରଣ ବାରିକ, ସମିତି ସଭ୍ୟା  ଶ୍ରୀମତୀ ଗୀତାରାଣୀ ବାରିକ, ସରପଞ୍ଚ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ ଏବଂ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ତଥା ଇକୋ କ୍ଳବ ତତ୍ୱାଧିକାରୀ ଶ୍ରୀ ସୁଶାନ୍ତ କୁମାର ସାହୁ, ଗଣିତ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ,ସଂସ୍କୃତ ଶିକ୍ଷୟତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର,

ହିନ୍ଦୀ ଶିକ୍ଷୟତ୍ରୀ ଶ୍ରୀମତୀ ନମିତା କୁମାରୀ ପାଳ, ଖେଳ ଶିକ୍ଷୟତ୍ରୀ ପ୍ରତିମା କୁମାରୀ ରଥ, ଚପରାଶି ମମତା କୁମାରୀ ମିଶ୍ର, ସମେତ ସମସ୍ତ ଅଧୟନରତ ଛାତ୍ରୀ ଯୋଗ ଦେଇ ବୃକ୍ଷ ରୋପଣ ର ଆବଶ୍ୟକତା ଏବଂ ଉପାଦେୟତା ସମ୍ପର୍କ ରେ ଆଲୋକପାତ କରିଥିଲେ








. ଏହି ଅବସରରେ ସମସ୍ତ ଅତିଥି ସମେତ ଛାତ୍ରୀ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ପରିଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ଗୌଡ଼ ସମସ୍ତ ଅତିଥି ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post
Header ADS