BREAKING
Loading...
:

ଜଗନ୍ନାଥ ପ୍ରସାଦ ବ୍ଲକ ମିଶନ ଶକ୍ତି ତରଫରୁ SHG ନିମନ୍ତେ ବ୍ୟାଙ୍କ ଋଣ ଓ ଫେରସ୍ତ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଷ୍ଠିତ।


ଜଗନ୍ନାଥ ପ୍ରସାଦ(ନିରାକାର ସାହୁ)ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ମିଶନ ଶକ୍ତି ତରଫରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ମିଶନ ଶକ୍ତି ଋଣ ଓ ଫେରସ୍ତ ସଚେତନ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଜଗନ୍ନାଥ ପ୍ରସାଦ ବ୍ଲକ ଅଧକ୍ଷା ଜୟଶ୍ରୀ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ୨ଦିନିଆ ସଚେତନ କାର୍ଯ୍ୟକ୍ରମ କୁ ଉଦଘାଟନ କରି ମହିଳା ସଶକ୍ତିକରଣ ପାଈଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣେଇ ଥିଲେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ମିଶନ ଶକ୍ତି ଋଣ ଓ ଫେରସ୍ତ ବିଷୟରେ ବକ୍ତବ୍ୟ ରଖିଥିଲେ।ଜଗନ୍ନାଥ ପ୍ରସାଦ ବିଡିଓ ଅନୁପ ପଣ୍ଡା ସଂମାନିତ ଅତିଥି ରୂପେ ଯୋଗ ଦେଇ SHG ମା ମାନଙ୍କ ପାଈଁ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେବା ସହ ଋଣ ବ୍ୟବସ୍ଥା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ସିଡ଼ିପିଓ ଦର୍ଶନୀ ନାୟକ ସଂମାନିତ ଅତିଥି ରୂପେ ଯୋଗ ଦେଇ SHG ମା ମାନଙ୍କୁ ଋଣ ନେବା ଓ ପରିଶୋଧ କରିବା ସମ୍ପର୍କରେ କହିବା ସହ  ୧୯ବର୍ଷ ରୁ କମ ବୟସ ର ମହିଳା ବିବାହ କଲେ ସରକାରୀ ସୁବିଧା ପାଇବା ରୁ ବଂଚିତ ହେବେ ବୋଲି ସଚେତନ କରେଇ ଥିଲେ।ବ୍ଲକ ଉପାଧ୍ୟକ୍ଷ ରଞ୍ଜିତ ପାତ୍ର ସଂମାନିତ ଅତିଥି ରୂପେ ଯୋଗ ଦେଇ ମହିଳା ସଶକ୍ତିକରଣ ଯୋଗୁଁ ସମାଜ ର ସର୍ବାଙ୍ଗୀନ ବିକାଶ ହେଉଛି ବୋଲି କହିଥିଲେ।






ଜଗନ୍ନାଥ ପ୍ରସାଦ ବ୍ଲକ ମିଶନ ଶକ୍ତି ପ୍ରକଳ୍ପ ସଂଯୋଜିକା ସୀତା ବରାଳ କାର୍ଯ୍ୟକ୍ରମ ର ସଂଯୋଜନା ଓ ପରିଚାଳନା କରିଥିଲେ। ଜଗନ୍ନାଥ ପ୍ରସାଦ ବ୍ଲକ SHG ସଭାନେତ୍ରୀ ଅଶାରାଣୀ ସାହୁ,ସମ୍ପାଦିକା ଗୀତାଞ୍ଜଳୀ ବିଶୋଇ, ଭାରପ୍ରାପ୍ତ BPM ବିବେକାନନ୍ଦ ମହାପାତ୍ର ,ସୁପରଭାଇଜେର ସୁକେସିନୀ ରଥ, ପ୍ରମୁଖ ଋଣ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରେଇ ଥିଲେ। ଜୁଲାଇ ୬ଓ ୭ର ଦୁଇ ଦିନ କାର୍ଯ୍ୟକ୍ରମ ରେ ୨୫୧ଗୋଟି SHG ର ୪୫୨ଜଣ ମା ଯୋଗ ଦେଇଥିଲେ।CRP, MBK ଓ BANK Mitra ମାନେ ମଧ୍ୟ ଯୋଗ ଦେଇଥିଲେ।

Post a Comment

Previous Post Next Post
Header ADS