BREAKING
Loading...
:

ମହାମାୟୀ ମହିଳା ମହାବିଦ୍ୟାଳୟରେ ଯୁବ ଭୋଟର ସଚେତନତା କାର୍ଯ୍ୟକ୍ରମ


ବ୍ରହ୍ମପୁର(ନୀଳଚକ୍ର Live) ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟରେ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ଏବଂ ମୁନିସିପାଲିଟି କର୍ପୋରେସନ, ବ୍ରହ୍ମପୁର ତରଫରୁ ଏକ ଯୁବ ଭୋଟର ପଞ୍ଜିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ସି ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ । ଶ୍ରୀମତୀ କବିତା ଶତପଥୀ ଅଧକ୍ଷତା କରିଥିଲେ । ଡେପୁଟି କମିଶନର ଶ୍ରୀ ବିନୋଦ କୁମାର ବେହେରା ଏବଂ ସହକାରୀ ଜିଲ୍ଲାପାଳ ଶ୍ରୀ ଚିତ୍ରସେନ ଦଳାଇ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ନିଜ ମୌଳିକ ଅଧିକାର ଭୋଟଦାନ ବିଷୟରେ ସଚେତନ କରିଥିଲେ । ଏଥିରେ କଲେଜ ପ୍ରଶାସନିକ ଅଧିକାରିଣୀ ଡ. ଜୟନ୍ତି ରାଣୀ ପଣ୍ଡା, ସୁପର ଚେକର ଶ୍ରୀ ରାମ ନାରାୟଣ  ମିଶ୍ର, ସିନିଅର ରେଭନ୍ୟୁ ଆଷିଷ୍ଟାଣ୍ଟ ସମୀର ଦାସ ଏବଂ ଜୁନିଅର ଅଷିଷ୍ଟାଣ୍ଟ  ଆଦାମ ସିଂ ପ୍ରଭୃତି ମଞ୍ଚାସୀନ ଥିଲେ । କଲେଜ ଇଲେକ୍ଟୋରାଲ ଲିଟରାସି କ୍ଲବ୍ ସଂଯୋଜିକା ଶୁଭଶ୍ରୀ ତ୍ରିପାଠୀ, ପଲ୍ଲବୀ ମହାନ୍ତି, ମୋ କଲେଜ ଅଭିଯାନ ସଂଯୋଜିକା ସ୍ଵର୍ଣ୍ଣଲତା ପଟ୍ଟନାୟକ, ଏନ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରିଣୀ ସମିତା ସାହୁ, ସୁନିତା ରାଣୀ ଜେନା ଏବଂ ଅଧ୍ୟାପିକା ଆଶା କିରଣ ପଣ୍ଡା ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ । ଛାତ୍ରୀ ଭବାନି ମିଶ୍ର, ମୋନାଲିସ। ଡାକୁଆ, ପ୍ରିୟଙ୍କା ସାହୁ ଏବଂ ମୋନାଲିସା ମହାରଣା ପ୍ରତିନିଧି ରୁପେ ଏହି କାର୍ଯ୍ୟକ୍ରମକୁ ଆଗକୁ ବଢ଼େଇବା ପାଇଁ ଶପଥ ଗ୍ରହଣ କରିଥିଲେ ।

ବ୍ରହ୍ମହପୁରୁ ବନିତା ବେହେରାଙ୍କ ରିପୋର୍ଟ

Post a Comment

Previous Post Next Post
Header ADS