BREAKING
Loading...
:

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୪ତମ ସ୍ଵନକ୍ଷତ୍ର ଦିବସ ପାଳିତ

 


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୩୪ତମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ୧୯୯୦ ମସିହା କ୍ରାନ୍ତିକାରୀ ଦିବସ ଅଗଷ୍ଟ ୯ ତାରିଖରେ ପ୍ରତିଷ୍ଠା ହୋଇଥିବା ଏହି ଅନୁଷ୍ଠାନକୁ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଖଣ୍ଡର ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ ଯୋଗଦେଇ, ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଉଦଘାଟନ କରି କହିଥିଲେ - ଛାତ୍ରଛାତ୍ରୀ ମାନେ ଗଭୀର ଅଧ୍ୟବସାୟ ଓ ଶିକ୍ଷା ପ୍ରତି ସମର୍ପଣ ଭାବ ରହିଲେ ସେମାନେ ନିଜର ଲକ୍ଷ୍ୟ ସ୍ଥଳରେ ପହଁଚି ପାରିବେ । କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ ।


ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ଯୋଗଦେଇ କଲେଜର ଐତିହ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । କଲେଜ  ପରିଚାଳନା କମିଟିର ପ୍ରାକ୍ତନ ସଦସ୍ୟ ବିରୁପାକ୍ଷ ନାୟକ ଅତିଥି ରୂପେ ଯୋଗଦେଇ କହିଥିଲେ କଲେଜ କିପରି ତିଆରି ହେଲା , ଅଞ୍ଚଳବାସୀଙ୍କର ଅବଦାନ ସମ୍ପର୍କରେ ଉଦବୋଧନ ଦେଇଥିଲେ ।

ପ୍ରାଧ୍ୟାପକ ଡଃ ଜୟଦେବ ଗୌଡ଼ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସାଂସ୍କୃତିକ ଉପଦେଷ୍ଟା ପ୍ରାଧ୍ୟାପକ ଲୋକନାଥ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।









ସାଂସ୍କୃତିକ ପରିଷଦ ଓ କ୍ରୀଡ଼ା ପରିଷଦ ତରଫରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ସର୍ବଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ବାଳକ ବିଭାଗରୁ ଶୋଭନ ସାହୁ ଓ ବାଳିକା ବିଭାଗରୁ ହରପ୍ରିୟା ପାତ୍ରଙ୍କୁ ମାନପତ୍ର ଓ ମେଡାଲ ଦେଇ ସମ୍ମାନିତ କରାଯାଇଥିଲା ।






ଏହି ଉତ୍ସବରେ କଲେଜର ଦାତା ଶ୍ରୀଯୁକ୍ତ ପ୍ରଦୀପ୍ତ କିଶୋର ଭୂୟାଁ, ରଞ୍ଜନ କୁମାର ପାତ୍ର ଓ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡଃ ଶିରିଶ କୁମାର ଷଡ଼ଙ୍ଗୀ, ଅଧ୍ୟାପକ ମହେଶ ପ୍ରସାଦ ପଟ୍ଟନାୟକ, କ୍ରୀଡା ଶିକ୍ଷକ ପଦ୍ମନାଭ ପ୍ରଧାନ ଏବଂ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ କିରାଣୀ ମଦନ ମାଝି, ଗ୍ରନ୍ଥାଗାର ସହାୟକ ସନ୍ତୋଷ କୁମାର ଦଳାଇ, ଡି.ଇ.ଓ ସରୋଜ କୁମାର ନାୟକ ସମେତ ସ୍ବେଚ୍ଛାସେବୀ ଶୋଭନ ସାହୁ, ବଦ୍ରିନାଥ ସେନାପତି, ରାଜେନ୍ଦ୍ର ନାୟକ, ଅଙ୍କିତା ଡାକୁଆ, ଆଶିଷ ଡାକୁଆ ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post
Header ADS