BREAKING
Loading...
:

ଏସ.ୟୁ.ଜେ ଗଞ୍ଜାମ ଜିଲ୍ଲା ଶାଖାର ବୈଠକ କର୍ମକର୍ତ୍ତା ଚୟନ


ବ୍ରହ୍ମପୁର(ନୀଳଚକ୍ର Live) ଜତୀୟ ସାମ୍ବାଦିକ ସଙ୍ଘ (ଏନ ୟୁ ଜେ ଆଇ)ସହିତ ଅନୁବନ୍ଧିତ ଓଡିଶା ରାଜ୍ୟ ସାମ୍ବାଦିକ ସଙ୍ଘ(ଏସ ୟୁ ଜେ)  ଗଞ୍ଜାମ ଜିଲ୍ଲା ଶାଖା   ପକ୍ଷରୁ   ପ୍ରଥମ ବୈଠକ ସ୍ଥାନୀୟ ଇଂଜିନିୟରିଂ ସ୍କୁଲ ଛକ ସ୍ଥିତ ରେଭୀନ୍ୟୁ  ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏସ ୟୁ ଜେ ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ରାଜ୍ୟ ଉପସଭାପତି କୀର୍ତ୍ତି ଚନ୍ଦ୍ର ସାହୁ,ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଉପ ସଭାପତି ସମରେଶ ମିଶ୍ର,ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢ଼ୀ,ସମ୍ପାଦକ ଶିବାଶିଷ ମହାନ୍ତି ଉପସ୍ଥିତ ରହି ସାମ୍ବାଦିକ ମାନଙ୍କ ସୁରକ୍ଷା ଓ  ଭବିଷ୍ୟ ,ସାମାଜିକ ସ୍ତରରେ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ।






ଏହା ସହ ଗଞ୍ଜାମ ଜିଲ୍ଲା ରେ ସଂଗଠନ କିଭଳି ସୁଦୃଢ ହେବ ଗୁରୁତରୋପ କରିଥିଲେ।ନୂତନ ଭାବେ ଗଞ୍ଜାମ  ଜିଲ୍ଲାର ଏସ ୟୁ ଜେ ଶାଖା ର ସଭାପତି ଭାବେ ବିଶ୍ଵନାଥ ମାରଣା,ସାଧାରଣ ସମ୍ପାଦକ ଭାବେ ଦିଗମ୍ବର ମହାରଣାଙ୍କୁ ସର୍ଵ ସଂମ୍ମତି କ୍ରମେ  ମନୋନୀତ କରାଗଲା ।ଏହା ସହ ଦୁଇ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ହେମଙ୍ଗ ପ୍ରସାଦ ରାଉଳ ଓ ସୁରଜିତ କୁମାର ପଣ୍ଡା ଙ୍କୁ ବୈଠକରେ ମନୋନୀତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁର ସହର ସମେତ ସମସ୍ତ ପ୍ରାନ୍ତ ରୁ ବୈଦୁତିକ ଓ ଛପା ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ରହି ସଭ୍ୟ ପଦ ଗ୍ରହଣ କରିଥିଲେ।ଆଗାମୀ ଦିନରେ ଜିଲ୍ଲା ର  ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦେଇ ସମାଧାନ ଦିଗରେ ପ୍ରୟାସ କରାଯିବା ବୋଲି ରେସଙ୍ଘ ପକ୍ଷରୁ କୁହାଯାଇଛି।

Post a Comment

Previous Post Next Post
Header ADS