BREAKING
Loading...
:

ଜାତୀୟ ସେବା ଯୋଜନା ଦିବସ ପାଳିତ

 


ଜଗନ୍ନାଥ ପ୍ରସାଦ: ୨୪.୦୯.୨୦୨୩ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା କୋ ୟୁନିଟ୍ ତରଫରୁ ଅନୁଷ୍ଠାନ ପରିସର ମଧ୍ୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ ଏନ.ଏସ.ଏସ ପତାକା ଉତ୍ତୋଳନ କରି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ପରେ ପରେ ଅନୁଷ୍ଠାନର କନଫେରେନ୍ସ ହଲରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସଭାପତିତ୍ବ କରି ସ୍ବେଚ୍ଛାସେବୀ ମାନେ ସେବାକୁ ନିଜର ବ୍ରତ କରିବା ଉଚିତ୍ ବୋଲି କହିଥିଲେ କୋଭିଡ ସମୟରେ ପୁରାତନ ସ୍ବେଚ୍ଛାସେବୀ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।


ମୁଖ୍ୟ ଅତିଥି ଭାବେ ପୂର୍ବତନ ଏନ.ଏସ.ଏସର ଯୋଜନା ଅଧିକାରୀ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଲୋକନାଥ ମହାନ୍ତି ଯୋଗ ଦେଇ ଏନ.ଏସ.ଏସର ଲକ୍ଷ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ଏନ.ଏସ.ଏସର ଯୋଜନା ଅଧିକାରୀ ପ୍ରାଧ୍ୟାପକ ଡ଼ଃ ଜୟଦେବ ଗୌଡ଼ ଯୋଗ ଦେଇ ସେବାର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ ।  ପ୍ରାକ୍ତନ ଏନ.ଏସ.ଏସ ସ୍ବେଚ୍ଛାସେବୀ ଶ୍ରୀ ସରୋଜ କୁମାର ନାୟକ ନିଜର ଶିବିର ଜୀବନର ଅନୁଭୂତି ବଖାଣି ଥିଲେ ।




ଏନ.ଏସ.ଏସର ଯୋଜନା ଅଧିକାରୀ ଅଧ୍ୟାପକ ସୁଶ୍ରୀ ସୁନିତା ଗୌଡ଼ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ। ସ୍ବେଚ୍ଛାସେବୀ ରୁଦ୍ର ପାଣିଗ୍ରାହି, ସାଗର ନାୟକ, ସିମାଞ୍ଚଳ ସାହୁ, ଦୀପ୍ତି ମୁଳି, ନନ୍ଦିନୀ ପ୍ରଧାନ, ସୋନାଲି ପ୍ରଧାନ, ଦିଶା ମାଟିଆ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Post a Comment

Previous Post Next Post
Header ADS