BREAKING
Loading...
:

ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ


 ଜଗନ୍ନାଥ ପ୍ରସାଦ: ୨୪-୦୯-୨୦୨୩ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ଜାତୀୟ ସେବା ଯୋଜନା କୋ ୟୁନିଟ୍ ତରଫରୁ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ଜାତୀୟ ସେବା ଯୋଜନା ପତାକା ଉତ୍ତୋଳନ କରି କରିଥିଲେ । ଏହା ପରେ କଲେଜର ପ୍ରକୋଷ୍ଠ ନଂ-୯ ରେ ଏକ ସଚେତନାତ୍ମକ ସଭା ଅନୁଷ୍ଠିତ ହୋଇଥିଲା । କଲେଜ ଅଧ୍ୟକ୍ଷ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ସଭାରେ ସଭାପତିତ୍ବ କରି ସ୍ବେଚ୍ଛାସେବୀ ମାନଙ୍କୁ ଜାତୀୟ ସେବା ଯୋଜନାର ଉଦ୍ଦେଶ୍ୟ, ଲକ୍ଷ୍ୟ ଏବଂ ଆଦର୍ଶ ସ୍ବେଚ୍ଛାସେବୀ ଭାବେ କଲେଜର ସୁନାମ ଆଣିବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ ।



କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ସୋନୁ ବେହେରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ  ଓ ଆଶିଷ ପାଢ଼ୀ ଅତିଥି ପରିଚୟ ପ୍ରଦାନ , ସୁଜାତା ପ୍ରଧାନ ଓ ସନ୍ତୋଷ ରଥ ଜାତୀୟ ସେବା ଯୋଜନା ଶିବିର ଅନୁଭୂତି ବର୍ଣ୍ଣନା କରିଥିଲେ । ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ଏନ.ଏସ.ଏସ ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରେ ନୂତନ ଉତ୍ସାହ, ଉଦ୍ଦୀପନା ସୃଷ୍ଟି ନିମନ୍ତେ ବକ୍ତବ୍ୟ ମାଧ୍ୟମରେ ପ୍ରେରଣା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସୁଶ୍ରୀ ସୁନିତା ବିଷୋୟୀ, ଡି.ଇ.ଓ ଶ୍ରୀ ସରୋଜ କୁମାର ନାୟକ, କଲେଜ ଆଲୁମିନି ସମ୍ପାଦକ ଶ୍ରୀ ବିଭୂତି ଭୂଷଣ ନାୟକ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାରେ ସହୋଯୋଗ  କରିଥିଲେ । ପରିଶେଷରେ ଅଧ୍ୟକ୍ଷ ଓ ଯୋଜନା ଅଧିକାରୀଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀ ମାନେ କଲେଜ ପରିସରରେ ଲଗା ଯାଇଥିବା ବୃକ୍ଷ ଗୁଡ଼ିକର ସଫା ସୁତରା କରି ସାର ଓ ପାଣି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସ୍ବେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ । ସ୍ବେଚ୍ଛାସେବୀ ନୀଳାଞ୍ଚଳ ପ୍ରଧାନ , ଶୋଭନ ସାହୁ, ରାଜେନ୍ଦ୍ର ନାୟକ , ଓମ୍ ପ୍ରକାଶ ପ୍ରଧାନ , କ୍ଷୀରୋଦ ପ୍ରଧାନ, ବିଷ୍ଣୁ ପ୍ରଧାନ , ବିଜୟଲକ୍ଷ୍ମୀ ପ୍ରଧାନ , ମାନସୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post
Header ADS