BREAKING
Loading...
:

ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ପ୍ରଶିକ୍ଷଣ ଶିବିର


ଜଗନ୍ନାଥ ପ୍ରସାଦ: ୨୩.୦୯.୨୦୨୩ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଶାଖା କୋ-ୟୁନିଟ୍ ତରଫରୁ ସ୍ବେଚ୍ଛାସେବୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ ସଭାପତିତ୍ବ କରିବା ସହ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନଙ୍କ ସମାଜ ଓ ଗୋଷ୍ଠୀ ପ୍ରତି ଥିବା କର୍ତ୍ତବ୍ୟ ଓ ସ୍ବେଚ୍ଛାସେବୀ ମାନଙ୍କର ଗୋଷ୍ଠୀ ମାଧ୍ୟମରେ ବ୍ୟକ୍ତିତ୍ୱର ବିକାଶ ବିଷୟରେ ସ୍ବେଚ୍ଛାସେବୀ ମାନଙ୍କୁ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ରୁଦ୍ର ମାଧବ ପାଣିଗ୍ରାହି ଅତିଥି ମାନଙ୍କର ପରିଚୟ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ପ୍ରାରମ୍ଭିକ ଦେଶାତ୍ମକ ସଙ୍ଗୀତ ଗାନ କରିଥିଲେ ସ୍ବେଚ୍ଛାସେବୀ ଆଶିଷ ଆରୁଖ । ମୁଖ୍ୟ ଅତିଥି ରୂପେ ପ୍ରାଧ୍ୟାପକ ଡ଼ଃ ଜୟଦେବ ଗୌଡ଼ ଯୋଗଦେଇ ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ  ଜ୍ଞାପନ କରିଥିଲେ ।

ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ଜିଲ୍ଲା ଜାତୀୟ ସେବା ଯୋଜନାର ସହ ସଂଯୋଜକ ଅଧ୍ୟାପକ ଶ୍ରୀଯୁକ୍ତ ସୁନିଲ୍ କୁମାର ମୁନି ଯୋଗଦେଇ ସେବା ହିଁ ସ୍ବେଚ୍ଛାସେବୀର ମୂଳ ମନ୍ତ୍ର ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ରୂପେ ଡ଼ଃ ସୁନିଲ୍ କୁମାର୍ ବେହେରା ଯୋଗଦେଇ ସ୍ବେଚ୍ଛାସେବୀ ମାନଙ୍କୁ ଚକ୍ଷୁ ରୋଗ ଓ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରି ଗୋଷ୍ଠୀ କଲ୍ୟାଣ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସ୍ବେଚ୍ଛାସେବୀ ଓ ବିଦ୍ୟାଳୟ କର୍ମଚାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସଂଯୋଜିକା ଯୋଜନା ଅଧିକାରୀ ସୁଶ୍ରୀ ସୁନୀତା ଗୌଡ଼ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post
Header ADS